ଚ଼ିଲିକା: ଭାଜପା ର ବୁଥ୍ ସ୍ତରୀୟ ସଦସ୍ୟତା ଅଭିଯାନ ବୈଠକ

Published: Sep 25, 2024, 5:51 pm IST

ଚ଼ିଲିକା (ସୀତାରାମ ଅଗ୍ରୱାଲ): ଆଜି ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ‌‌ ସ୍ଥିତ କୁମାରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଦୁଲ୍ଲଣୀ ଶାସନ ଗ୍ରାମରେ ଭାରତୀୟ ଜନତା ପାର୍ଟିର ବୁଥ୍ ସ୍ତରୀୟ ସଦସ୍ୟତା ଅଭିଯାନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ, ଜିଲ୍ଲା ଭାଜପା ସଭାପତି ରଶ୍ମିରଞ୍ଜନ ମହାପାତ୍ର, ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚ଼ନ୍ଦନ, ବରିଷ୍ଠ ନେତା ଦୀନବନ୍ଧୁ ସାହୁ, ନନ୍ଦକିଶୋର ମିଶ୍ର, ସତ୍ୟବାଦୀ ହୋତା, ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ତପନ ପ୍ରଧାନ, ବିଜେପି ନେତା ଦିଲ୍ଲିପ ହୋତା, ସରୋଜ ମିଶ୍ର ପ୍ରମୁଖ ଯୋଗଦେଇଥିଲେ।

ପ୍ରଥମେ ସମସ୍ତ ଅତିଥି ଗଣ ଏକାତ୍ମ ମାନବବାଦର ପ୍ରଣେତା, ଭାରତୀୟ ଜନସଂଘର ସଂସ୍ଥାପକ ତଥା ଆମ ସମସ୍ତଙ୍କ ପଥ ପ୍ରଦର୍ଶକ ଏବଂ ପ୍ରେରଣାର ସ୍ରୋତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀରେ ତାଙ୍କୁ ପ୍ରଣାମ‌ ଜଣାଇଥିଲେ। ଏହାପରେ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ “ସଂଗଠନର ଆତ୍ମା ସଦସ୍ୟତା” ବୋଲି ମତ ରଖିବା ସହ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଗଠନ ନିମନ୍ତେ ରାଷ୍ଟ୍ରବାଦୀ ତଥା ଜାତୀୟତାବାଦୀ ଦଳ ଭାରତୀୟ ଜନତା ପାର୍ଟିର ସଦସ୍ୟତା ଗ୍ରହଣ ଅଭିଯାନ କୁ ଆହୁରି ବ୍ୟାପକ କରିବା ପାଇଁ ଉପସ୍ଥିତ ଦେବଦୁର୍ଲ୍ଲଭ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ବାନ କରିଥିଲେ ଏବଂ ଭାରତୀୟ ଜନତା ପାର୍ଟିର ସଦସ୍ୟତା ଅଭିଯାନ କେବଳ ଦଳର ବିକାଶ ପାଇଁ ନୁହେଁ,ରାଷ୍ଟ୍ରକୁ ଏକ ସୁଦୃଢ଼ ସରକାର ପ୍ରଦାନ କରିବା ପାଇଁ ମଧ୍ୟ ଏହା ବିଶେଷ ଅବଦାନ ରଖିବ ବୋଲି କହିଥିଲେ।

Related posts