Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ସରକାରୀ ବରିଷ୍ଠ ନାଗରିକ ଆବାସ ଗୃହ ପରିଦର୍ଶନ କଲେ ବିଚାରପତି
ଆଞ୍ଚଳିକ

ବାଣପୁର ସରକାରୀ ବରିଷ୍ଠ ନାଗରିକ ଆବାସ ଗୃହ ପରିଦର୍ଶନ କଲେ ବିଚାରପତି

October 2, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଅବସରରେ ବାଣପୁର ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ସ୍ଥାନୀୟ ମଙ୍ଗରାଜପୁର ସ୍ଥିତ ସରକାରୀ ବରିଷ୍ଠ ନାଗରିକ ଆବାସ ଗୃହ ପରିଦର୍ଶନ କରି ଅନ୍ତେବାସୀଙ୍କ ସହ ମତ ବିନିମୟ କରିଥିଲେ। ଏହି ଅବସରରେ ବିଚାରପତି ଶ୍ରୀ ମହାପାତ୍ର ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ ସରକାରୀ ସହାୟତା ସମ୍ବନ୍ଧୀୟ ଉଦିଷ୍ଟ ବିଭିନ୍ନ ଆଇନ ବିଷୟରେ ଆଲୋକପାତ କରିଥିଲେ।

ବରିଷ୍ଠ ନାଗରିକମାନେ ସମାଜର ମୂଳଦୁଆ ଏବଂ ସେମାନଙ୍କ ଅବଦାନ ସମାଜରେ ଅତୁଳନୀୟ ବୋଲି ଉଲ୍ଲେଖ କରିଥିଲେ ବିଚାରପତି ଶ୍ରୀ ମହାପାତ୍ର। ସମ୍ପ୍ରତି ସମୟରେ ବିଭିନ୍ନ ସ୍ଥାନରେ ବରିଷ୍ଠ ନାଗରିକ ମାନଙ୍କୁ ଉପେକ୍ଷା ତଥା ନିର୍ଯ୍ୟାତନା ହେଉଥିବାର ଅଭିଯୋଗ ଆସୁଅଛି ଏବଂ ଏହାର ପ୍ରତିକାର ପାଇଁ ସମ୍ବିଧାନରେ ଥିବା ଏକାଧିକ ଆଇନ ବିଷୟରେ ବିସ୍ତୃତ ଭାବେ ବିଚାରପତି ଅନ୍ତେବାସୀଙ୍କୁ ବୁଝାଇଥିଲେ।

ତତସହିତ ଯଦି କୌଣସି ଅନ୍ତେବାସୀ ସରକାରୀ ସହାୟତା ତଥା ଆଇନଗତ ଅଧିକାରରୁ ବଞ୍ଚିତ ହୁଅନ୍ତି ତେବେ ସେ ନିର୍ଦ୍ବନ୍ଦରେ ବରିଷ୍ଠ ନାଗରିକ ଆବାସ ଗୃହର ପରିଚାଳକଙ୍କ ଜରିଆରେ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିପାରିବେ ବୋଲି କହିଥିଲେ ବିଚାରପରତି।

ପରିଶେଷରେ ବିଚାରପତି ଶ୍ରୀ ମହାପାତ୍ର ଅନ୍ତେବାସୀଙ୍କ ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ପଚାରିବୁଝିବା ସହ ତାହାର ସମାଧାନ ନିମନ୍ତେ ପ୍ରତିଶୃତି ଦେଇଥିଲେ।

ତେବେ ବିଚାରପତିଙ୍କ ଉକ୍ତ ପରିଦର୍ଶନ ଦ୍ୱାରା ଅନ୍ତେବାସୀମାନେ ଖୁବ ଉତ୍ସାହିତ ହୋଇଥିବା ଦେଖିବାକୁ ମିଳିଛି।

ଉକ୍ତ କାର୍ଯ୍ୟକ୍ରମରେ ଫ୍ରଣ୍ଟ ଅଫିସ ରିଟେନର ପଦ୍ମଜା ପଟ୍ଟନାୟକ,ବାଣପୁର ଓକିଲ ସଂଘ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା ଏବଂ ଆଇନଜୀବୀ ସୀତାରାମ ଅଗ୍ରୱାଲ ଯୋଗଦେଇଥିଲେ।

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

Banapur News: ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସ୍ୱାଗତ ଉତ୍ସବ

August 6, 2026

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026

ନାକଟିଦେଉଳରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ; ୮ ଜଣ ଅଟକ, ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର

August 2, 2026

ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

August 2, 2026
Latest News

ଦେଶରେ ଚାଲିଛି ୩୨ ଟି ନକଲି ବିଶ୍ୱବିଦ୍ୟାଳୟ: ଛାତ୍ରଛାତ୍ରୀଙ୍କୁ ସତର୍କ କଲା UGC

August 7, 2026

ରାହୁଲ ଗାନ୍ଧୀଙ୍କ ବାସଭବନ ବାହାରେ ସାଧୁ ଏବଂ ସନ୍ଥଙ୍କ ପ୍ରତିବାଦ: ଅଟକ ରଖିଲା ପୋଲିସ

August 7, 2026

CBI ର ବଡ଼ ଖୁଲାସା: NEET-UG ପେପର ଲିକ୍ କରିଥିଲେ NTA ବିଶେଷଜ୍ଞ

August 7, 2026

ପୂର୍ବତନ ବିଧାୟକଙ୍କ ଜ୍ଵାଇଁ ଗିରଫ

August 7, 2026

ଓଲଟିଲା ଅଟୋ : ୫ ଆହତ

August 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.