Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରଣପୁର: ନରସିଂହପୁର କ୍ଲଷ୍ଟରରେ ସୁରଭି ଉଦଯାପିତ
ଆଞ୍ଚଳିକ

ରଣପୁର: ନରସିଂହପୁର କ୍ଲଷ୍ଟରରେ ସୁରଭି ଉଦଯାପିତ

October 3, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ରଣପୁର ବ୍ଲକ ନରସିଂହପୁର ନରସିଂହପୁର କ୍ଲଷ୍ଟରରେ ସୁରଭି କାର୍ଯ୍ୟକ୍ରମ ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଧୂମଧାମ ସହ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନରସିଂହପୁର ଗ୍ରାମପଂଚାୟତ ସରପଞ୍ଚ ଝୁନୁବାଳା ରଣସିଂହ, ମୁଖ୍ୟ ବକ୍ତା ଭାବେ ନୟାଗଡ ଜିଲ୍ଲା ଓୟୁଜେ ସଭାପତି ତଥା ବରିଷ୍ଠ ସାମ୍ବାଦିକ ବିଶ୍ୱରଂଜନ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ନରସିଂହପୁର ସମିତିସଭ୍ୟା ଗୀତାଞ୍ଜଳି ସାହୁ, ଗୌରାଙ୍ଗପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ବିଦେଶୀନି ପତି, ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାଶ, ନରସିଂହପୁର ଉଚ୍ଚ ବିଦ୍ୟାଳୟର ଅତିଥି ଶିକ୍ଷକ ଫକୀର ଚରଣ ନାୟକ, ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ସାହୁ, ହଂସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୀଳାଦ୍ରି ସୁବୁଦ୍ଧି ପ୍ରମୁଖ ଯୋଗ ଦେଇଥିଲେ।

ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ସରୋଜିନୀ ମଙ୍ଗରାଜଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱାଗତ ସଙ୍ଗୀତ ଓ ସ୍ୱାଗତ ନୃତ୍ୟ ମାଧ୍ୟମରେରେ ଅତିଥିଙ୍କୁ ସ୍ୱାଗତ କରାଯାଇଥିଲା। ଏହା ପରେ ଛାତ୍ରଛାତ୍ରୀମାନେ ଅତିଥିମାନଙ୍କୁ ଫୁଲ ଚନ୍ଦନ, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ସାମନ୍ତରାପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ଅତିଥିମାନଙ୍କ ଅଭିଭାଷଣ ପରେ ସୁରଭି କାର୍ଯ୍ୟକ୍ରମଙ୍କୁ ଆନୁଷ୍ଠାନିକ ଭାବେ ଅତିଥିଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା।

ଏହା ପରେ ପିଲାମାନଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ ଲିଖନ, ସଙ୍ଗୀତ, ଚିତାଙ୍କନ, ସୃଜନଶୀଳ ଲିଖନ, କୁଇଜ, ହସ୍ତାକ୍ଷର ଲିଖନ, ଚିତ୍ରକଳା, ଶିଳ୍ପକଳା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରତିଯୋଗିତା କରାଯାଇଥିଲା। ଏଥିରେ କ୍ଲଷ୍ଟରରେ ଥିବା ୧୧ ଟି ବିଦ୍ୟାଳୟରୁ ପ୍ରାୟ ୨୦୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

ଅପରାହ୍ନରେ ଆୟୋଜିତ ହୋଇଥିଲା ଉଦଜାପାନୀ ସଭାରେ ଗୌରାଙ୍ଗପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ବିଦେଶୀନି ପତି, ନରସିଂହପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋଦାବରୀ ନାୟକ, ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାଶ, ନରସିଂହପୁର ଉଚ୍ଚ ବିଦ୍ୟାଳୟର ଅତିଥି ଶିକ୍ଷକ ଫକୀର ଚରଣ ନାୟକ, ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ସାହୁ, ପାମ୍ପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନିରୁପମା ମହାନ୍ତି, ହଂସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୀଳାଦ୍ରି ସୁବୁଦ୍ଧି, ଅବସର ପ୍ରାପ୍ତ ଶିକ୍ଷକ ମହେନ୍ଦ୍ର ସାହୁ, ନିହଲ୍ଲପ୍ରସାଦ ଶିକ୍ଷକ ଭ୍ରମରବର ତାଡ଼ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣା ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ସାର୍ଟିଫିକେଟ, ଟ୍ରଫି ଓ ମେଡାଲ ଦେଇ ପୁରସ୍କୃତ କରିଥିଲେ।

କ୍ଲଷ୍ଟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ନରସିଂହପୁର ଉଚ୍ଚ ବିଦ୍ୟାଳୟର ସମସ୍ତ କମିଟି ସଦସ୍ୟସଦସ୍ୟା, ନରସିଂହପୁର ଗ୍ରାମବାସୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ବରିଷ୍ଠ ଶିକ୍ଷକ ଗୋଦାବରୀ ନାୟକ ଧନ୍ୟବାଦ ଦେଇଥିଲେ।

'ସୁରଭି' ନରସିଂହପୁର କ୍ଲଷ୍ଟର ରଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକା: ଭିବି ରାମଜି ଅଧୀନରେ ବ୍ଲକ୍ ସ୍ତରୀୟ ସାଧାରଣ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

February 11, 2026

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର

February 10, 2026

କିସିଣ୍ଡାରେ ବନାଗ୍ନୀ ସଚେତନତା ଓ ନିରାକରଣ ସଚେତନତା ସଭା

February 9, 2026

ଦନ୍ତା ହାତୀ ଆକ୍ରମଣରେ ଚାଲିଗଲା ଆଉ ଏକ ଜୀବନ

February 8, 2026
Latest News

ଶ୍ରମ କୋଡକୁ ବିରୋଧ କରୁଥିବା ଶ୍ରମିକ ସଂଗଠନର ନେତାମାନଙ୍କୁ ସମାଲୋଚନା କଲା ବିଜେପି

February 12, 2026

୨୦ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା ପାଇଁ ସାମ୍ବାଦିକ ସମ୍ମିଳନୀ

February 12, 2026

ଭଞ୍ଜନଗର ପୋଲିସ୍ ଦ୍ଵାରା ପ୍ରଚୁର ପରିମାଣର ଗଞ୍ଜେଇ ଜବତ: ଦୁଇ ଗିରଫ

February 12, 2026

ସାଇବର ଠକେଇ ଓ ଅର୍ଥନୈତିକ ଅପରାଧକୁ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

February 12, 2026

ନିପୁଣ ଓଡ଼ିଶା ମିଶନ ସମ୍ବନ୍ଧୀୟ ରାଜ୍ୟସ୍ତରୀୟ ସମୀକ୍ଷା ଓ ଦିଗଦର୍ଶନ କର୍ମଶାଳା

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.