ଜୁଆ ଆଡ୍ଡା ଉପରେ ବାଣପୁର ପୋଲିସର ଚଢାଉ: ଏକାଧିକ ଜୁଆଡ଼ି ଗିରଫ

Published: Oct 8, 2024, 10:44 pm IST

ବାଣପୁର (ସିତାରାମ ଅଗ୍ରୱାଲ): ରାଜ୍ୟରେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଏହାର ସୁଯୋଗ ନେଉଛନ୍ତି ଜୁଆଡ଼ି। ବିଭିନ୍ନ ସ୍ଥାନରେ ଜୁଆ ଖେଳରେ ମାତୁଛନ୍ତି ଜୁଆଡ଼ି, ଯାହାଲାଗି ବହୁ ପରିବାର ନଷ୍ଟ ମଧ୍ୟ ହେଉଛି। ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ପୋଲିସ ଚଢ଼ାଉ କରି ଏକାଧିକ ଜୁଆଡ଼ିଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସୂଚନା ମୁତାବକ ଆଜି ଏକଡାଳିଆ ଗ୍ରାମରେ ବେଆଇନ ଜୁଆ ଆଡ୍ଡା ଚାଲିଥିବାର ଖବର ପାଇ ବାଣପୁର ଆଇଆଇସି ରମେଶ କୁମାର ଦେବତ୍ତା ସଦଳବଳେ ଉକ୍ତ ଗ୍ରାମରେ ଚଢ଼ାଉ କରି ୬ ଜୁଆଡ଼ି ଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ ୧୭ ହଜାର ୭୧୫ ଟଙ୍କା, ତାସ ପାଲି ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି।

Related posts