Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ମହାବିଦ୍ୟାଳୟର ମନସ୍ତତ୍ଵ ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟର ମନସ୍ତତ୍ଵ ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ

October 8, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟର ମନସ୍ତତ୍ଵ ବିଭାଗ ପକ୍ଷରୁ ପ୍ରାକ୍ତନ ବିଭାଗୀୟ ମୁଖ୍ୟ ତଥା ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।  ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମନୋବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପିକା କ୍ରୀଷ୍ଣା ସେଠୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେବା ପରେ ବିଭାଗର ଛାତ୍ର ଛାତ୍ରୀମାନେ ଡକ୍ଟର କଳ୍ପନା ଦାଶ ଙ୍କର ଦୀର୍ଘ ଛତିଶ ବର୍ଷର କର୍ମମୟ ଜୀବନ, ଶିକ୍ଷାଦାନ ଶୈଳୀ, ଛାତ୍ର ବତ୍ସଳତା, ଗଠନମୂଳକ କାର୍ଯ୍ୟ, ଜାତୀୟ ସେବା ଯୋଜନାରେ ସମ୍ପୃକ୍ତି, ଛାତ୍ର କଲ୍ୟାଣ ସମେତ ଅଧ୍ୟକ୍ଷା ଭାବେ କାର୍ଯ୍ୟ କରିବାର ଅଭିନଵ ଶୈଳୀ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନେକ ପୁରାତନ ଛାତ୍ର ଛାତ୍ରୀ ଯୋଗଦେଇ ଡଃ କଳ୍ପନା ଦାଶ ଙ୍କର ଆକର୍ଷଣୀୟ ବ୍ୟକ୍ତିତ୍ୱ ଓ ମହାନୁଭବତାର କଥା ଅବତାରଣା କରିଥିଲେ।

ଭିଡିଓ ବାର୍ତ୍ତାରେ ଦୂର ଦୂରlନ୍ତର ଶିକ୍ଷାର୍ଥୀମାନେ ସେମାନଙ୍କର କର୍ମମୟ ଜୀବନ ସହିତ କିପରି ଜଣେ ଗୁରୁ ସଂଯୁକ୍ତ ହୋଇ ରହିଛନ୍ତି ତାହା ବଖାଣି ଥିଲେ। ମଞ୍ଚର ସମ୍ମାନିତ ଅତିଥି ଭାବେ ଯୁକ୍ତ ଦୁଇ.ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ପ୍ରଶାସନିକ ଅଧିକାରୀ ଡକ୍ଟର କୈଳାସ ଚନ୍ଦ୍ର ମହାରଣା,ଉଦ୍ଭିଦ ବିଭାଗ ମୁଖ୍ୟ ଅଧ୍ୟାପକ ପ୍ରବୀଣ ଜେନା,ଓଡ଼ିଆ ଅଧ୍ୟାପକ ଧୋବୀ ଚରଣ ପରିଡାଙ୍କ ଙ୍କ ସମେତ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ମାନେ ସେମାନଙ୍କର ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ବିଭାଗ ପକ୍ଷରୁ ବର୍ତ୍ତମାନର ଛାତ୍ର ଛାତ୍ରୀଙ୍କ ସହ ପ୍ରାକ୍ତନ ଶିକ୍ଷାର୍ଥୀମାନେ ଉତ୍ତରୀୟ,ମାନପତ୍ର ଓ ପ୍ରୀତି ସ୍ମାରକୀ ପ୍ରଦାନ କରି ଅଧ୍ୟକ୍ଷ ଙ୍କ ମାଧ୍ୟମରେ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ରୋଜାଲିନ ମିଶ୍ର।

ବାଲୁଗାଁ ମହାବିଦ୍ୟାଳୟ ମନସ୍ତତ୍ଵ ବିଭାଗ ସମ୍ବର୍ଦ୍ଧନା ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

March 5, 2026

ମହତପଲ୍ଲାରେ ବାର୍ଷିକ ଉତ୍ସବ: ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ

March 3, 2026

ଗୋଦାବରୀଶ ମହାବିଦ୍ୟାଳୟରେ ବିଜ୍ଞାନ ଦିବସ ଉପଲକ୍ଷେ ସଭା

February 28, 2026

ଛତ୍ରପୁର ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

February 28, 2026
Latest News

ଅମିତ ଶାହଙ୍କ ଦ୍ୱାରା ଓମ୍ଫେଡର ୩୦ ହଜାର ଲିଟର ବିଶିଷ୍ଟ ଦୁଗ୍ଧ କାରଖାନା ଉଦଘାଟିତ

March 6, 2026

ଇଗ୍ନୋ ଆଞ୍ଚଳିକ କେନ୍ଦ୍ରରେ ସି୨ସି ଏବଂ ଆଇ୨ଓ ୨.୦ କାର୍ଯ୍ୟକ୍ରମର ଉଦ୍ଘାଟନ 

March 6, 2026

ପୂର୍ବତଟ ରେଳପଥ ଓ ଇକୋର ମହିଳା କଲ୍ୟାଣ ସଂଗଠନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

March 6, 2026

୩୨୭୫ କୋଟିରୁ ଅଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଅମିତ ଶାହ

March 6, 2026

ମୁଣ୍ଡଳିଠାରେ ସିଆଇଏସଏଫର ପ୍ରତିଷ୍ଠା ଦିବସ ସମାରୋହକୁ ସମ୍ବୋଧିତ କଲେ ଗୃହ ମନ୍ତ୍ରୀ ଅମିତ ଶାହ

March 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.