Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର କୁମାରାଙ୍ଗ ଗ୍ରାମରେ ମହା ଆଡମ୍ବରରେ ପାଳିତ ହେଲା କୁମାର ଉତ୍ସବ: ଯୋଗଦେଲେ ଆଇନ ମନ୍ତ୍ରୀ
ଆଞ୍ଚଳିକ

ବାଣପୁର କୁମାରାଙ୍ଗ ଗ୍ରାମରେ ମହା ଆଡମ୍ବରରେ ପାଳିତ ହେଲା କୁମାର ଉତ୍ସବ: ଯୋଗଦେଲେ ଆଇନ ମନ୍ତ୍ରୀ

October 16, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ପବିତ୍ର କୁମାର ପୂର୍ଣ୍ଣିମା। ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର କୁମାରାଙ୍ଗ ଗ୍ରାମରେ ମହା ଆଡମ୍ବରରେ ପାଳିତ ହୋଇଛି କୁମାର ଉତ୍ସବ। ଉକ୍ତ ଉତ୍ସବ ଗ୍ରାମର ଅବସରପ୍ରାପ୍ତ କର୍ଣ୍ଣେଲ ଶ୍ରୀକାନ୍ତ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇଥିଲେ ଏବଂ ସମ୍ମାନିତ ଅତିଥି ଭାବେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଓ ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରା ଯୋଗ ଦେଇଥିଲେ।

ଗ୍ରାମର ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ତଥା ପାଠାଗାରର ସମ୍ପାଦକ ଗୋକୁଳାନନ୍ଦ ମହାପାତ୍ର ପାଠାଗାରର ବାର୍ଷିକ ବିବରଣୀ ପାଠ କରିଥିଲେ। ଆଜିକୁ ୧୧୩ ବର୍ଷ ତଳେ ୧୯୧୨ ମସିହାରେ କୁମାରାଙ୍ଗ ଗ୍ରାମରେ ବହୁ ବିଜ୍ଞ ବ୍ୟକ୍ତି ମାନଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା କୁମାର ପାଠାଗାର।

କୁମାରାଙ୍ଗ ଏକ ଶିକ୍ଷିତ ଗ୍ରାମ ଭାବେ ବାଣପୁର ଅଂଚଳରେ ପରିଚିତ ଥିବାବେଳେ ଉକ୍ତ ପାଠାଗାର ଅବଦାନରେ ଗ୍ରାମବାସୀ ରାଜ୍ୟ ତଥା ଦେଶର ବହୁ ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇଥିବା ଗ୍ରାମବାସୀ କୁହନ୍ତି। ଉକ୍ତ ଉତ୍ସବରେ ଗ୍ରାମ ବାହାରେ ବାସ କରୁଥିବା ସମସ୍ତ ଉଚ୍ଚ ପଦସ୍ଥ ବ୍ୟକ୍ତିବିଶେଷ କୁମାର ଉତ୍ସବରେ ସାମିଲ ହୋଇଥିବା ବେଳେ ପ୍ରତ୍ୟେକ ବର୍ଷ ଗ୍ରାମବାସୀ ମହା ଆନନ୍ଦରେ ଏହା ପାଳିନ କରିଥାନ୍ତି।

କୁମାର ପାଠାଗାର ଦ୍ୱାରା ପ୍ରତ୍ୟେକ ବର୍ଷ ବାର୍ଷିକ ପତ୍ରିକା ପ୍ରକାଶ ପାଉଥିବା ବେଳେ ଚଳିତ ବର୍ଷର ବାର୍ଷିକ କୁମାର ପତ୍ରିକାକୁ ଅତିଥି ମାନେ ଉନ୍ମୋଚନ କରିଥିଲେ। ପାଠାଗାର ଦ୍ୱାରା ଦୁର୍ଗାପୂଜା ଠାରୁ ଗ୍ରାମରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପୁରସ୍କୃତ କରିଥିଲେ।

ପରିଶେଷରେ ପାଠାଗାର ସମିତି ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ୱାରା ଗ୍ରାମବାସୀ ଶତମୁଖ ହୋଇଥିଲେ।

ଆଇନ ମନ୍ତ୍ରୀ କୁମାର ଉତ୍ସବ କୁମାର ପୂର୍ଣ୍ଣିମା ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବଜ୍ରକୋଟ ବିଦ୍ୟାଳୟରେ ଧୂମଧାମରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ପାଳିତ

April 5, 2026

ବାଣପୁର ଶିକ୍ଷା ମଣ୍ଡଳ ସ୍ତରୀୟ ଖଡ଼ିଛୁଆଁ ପର୍ବ ପାଳିତ

April 5, 2026

ବାଣପୁର: ଭଗବତୀ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

April 3, 2026

ଉତ୍କଳ ଦିବସ ଉପଲକ୍ଷେ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଣପୁରବାସୀ

April 2, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.