Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର କୁମାରାଙ୍ଗ ଗ୍ରାମରେ ମହା ଆଡମ୍ବରରେ ପାଳିତ ହେଲା କୁମାର ଉତ୍ସବ: ଯୋଗଦେଲେ ଆଇନ ମନ୍ତ୍ରୀ
ଆଞ୍ଚଳିକ

ବାଣପୁର କୁମାରାଙ୍ଗ ଗ୍ରାମରେ ମହା ଆଡମ୍ବରରେ ପାଳିତ ହେଲା କୁମାର ଉତ୍ସବ: ଯୋଗଦେଲେ ଆଇନ ମନ୍ତ୍ରୀ

October 16, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ପବିତ୍ର କୁମାର ପୂର୍ଣ୍ଣିମା। ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର କୁମାରାଙ୍ଗ ଗ୍ରାମରେ ମହା ଆଡମ୍ବରରେ ପାଳିତ ହୋଇଛି କୁମାର ଉତ୍ସବ। ଉକ୍ତ ଉତ୍ସବ ଗ୍ରାମର ଅବସରପ୍ରାପ୍ତ କର୍ଣ୍ଣେଲ ଶ୍ରୀକାନ୍ତ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇଥିଲେ ଏବଂ ସମ୍ମାନିତ ଅତିଥି ଭାବେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଓ ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରା ଯୋଗ ଦେଇଥିଲେ।

ଗ୍ରାମର ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ତଥା ପାଠାଗାରର ସମ୍ପାଦକ ଗୋକୁଳାନନ୍ଦ ମହାପାତ୍ର ପାଠାଗାରର ବାର୍ଷିକ ବିବରଣୀ ପାଠ କରିଥିଲେ। ଆଜିକୁ ୧୧୩ ବର୍ଷ ତଳେ ୧୯୧୨ ମସିହାରେ କୁମାରାଙ୍ଗ ଗ୍ରାମରେ ବହୁ ବିଜ୍ଞ ବ୍ୟକ୍ତି ମାନଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା କୁମାର ପାଠାଗାର।

କୁମାରାଙ୍ଗ ଏକ ଶିକ୍ଷିତ ଗ୍ରାମ ଭାବେ ବାଣପୁର ଅଂଚଳରେ ପରିଚିତ ଥିବାବେଳେ ଉକ୍ତ ପାଠାଗାର ଅବଦାନରେ ଗ୍ରାମବାସୀ ରାଜ୍ୟ ତଥା ଦେଶର ବହୁ ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇଥିବା ଗ୍ରାମବାସୀ କୁହନ୍ତି। ଉକ୍ତ ଉତ୍ସବରେ ଗ୍ରାମ ବାହାରେ ବାସ କରୁଥିବା ସମସ୍ତ ଉଚ୍ଚ ପଦସ୍ଥ ବ୍ୟକ୍ତିବିଶେଷ କୁମାର ଉତ୍ସବରେ ସାମିଲ ହୋଇଥିବା ବେଳେ ପ୍ରତ୍ୟେକ ବର୍ଷ ଗ୍ରାମବାସୀ ମହା ଆନନ୍ଦରେ ଏହା ପାଳିନ କରିଥାନ୍ତି।

କୁମାର ପାଠାଗାର ଦ୍ୱାରା ପ୍ରତ୍ୟେକ ବର୍ଷ ବାର୍ଷିକ ପତ୍ରିକା ପ୍ରକାଶ ପାଉଥିବା ବେଳେ ଚଳିତ ବର୍ଷର ବାର୍ଷିକ କୁମାର ପତ୍ରିକାକୁ ଅତିଥି ମାନେ ଉନ୍ମୋଚନ କରିଥିଲେ। ପାଠାଗାର ଦ୍ୱାରା ଦୁର୍ଗାପୂଜା ଠାରୁ ଗ୍ରାମରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପୁରସ୍କୃତ କରିଥିଲେ।

ପରିଶେଷରେ ପାଠାଗାର ସମିତି ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ୱାରା ଗ୍ରାମବାସୀ ଶତମୁଖ ହୋଇଥିଲେ।

ଆଇନ ମନ୍ତ୍ରୀ କୁମାର ଉତ୍ସବ କୁମାର ପୂର୍ଣ୍ଣିମା ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ କଲେଜରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ

January 9, 2026

ଗୋଦାବରୀଶ ମହାବିଦ୍ୟାଳୟରେ ମହିଳା ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ଉଦ୍ଘାଟିତ

January 9, 2026

ନାଚୁଣୀ: ଆସନ୍ତା ୧୧ରେ ମାଗଣା ସ୍ବାସ୍ଥ୍ୟ ଶିବିର ଓ ଔଷଧ ବଣ୍ଟନ କାର୍ଯ୍ୟକ୍ରମ, ଉଦଘାଟନ କରିବେ ଆଇନ ମନ୍ତ୍ରୀ

January 9, 2026

ବାଣପୁରରେ ନିରନ୍ତର ଅଭିବୃଦ୍ଧି ମେଳା

January 8, 2026
Latest News

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ମିଳିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ଅନ୍ତରିଣ ରିପୋର୍ଟ

January 10, 2026

ଆଜି ଜାନୁୟାରୀ ୧୦ ତାରିଖ ଶନିବାରରେ ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର

January 10, 2026

ଏନ୍ଏସଜିର ଜାତୀୟ ଆଇଇଡି ତଥ୍ୟ ପରିଚାଳନା ବ୍ୟବସ୍ଥାର ଉଦଘାଟନ କଲେ ଅମିତ ଶାହ

January 9, 2026

ଡିଜିଟାଲ୍‌ କ୍ରିଏଟରମାନଙ୍କୁ ସଶକ୍ତ କରିବା ଲାଗି ଡିଡି ନ୍ୟୁଜରେ ‘କ୍ରିଏଟର୍ସ କର୍ଣ୍ଣର୍‌’ର ଶୁଭାରମ୍ଭ

January 9, 2026

ଚଳିତ ବର୍ଷ ସମୟସାରଣୀରେ 549 ଟ୍ରେନର ଗତି ବଢ଼ାଇଲା ଭାରତୀୟ ରେଳବାଇ

January 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.