
ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଉପ କାରାଗାର ମଧ୍ୟରେ ତାଲୁକ ଆଇନ ସେବା ସମିତି ପକ୍ଷରୁ ବନ୍ଦୀ ମାନଙ୍କ ଅଧିକାର ସମ୍ବନ୍ଧରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରା ଜଜ ଖୋର୍ଦ୍ଧା ଅଜୟ କୁମାର ପ୍ରଧାନ (କ) ଏବଂ ବାଣପୁର କୋର୍ଟ ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଯୋଗଦେଇଥିଲେ। ଉଭୟ ବିଚାରପତି କାରାଗାର ମଧ୍ୟରେ ଥିବା ବନ୍ଦୀମାନଙ୍କୁ ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନ କରାଇଥିଲେ।
ଏହି ଅବସରରେ ବିଭିନ୍ନ ବନ୍ଦୀ ମାନେ ସେମାନଙ୍କ ଅଭିଯୋଗ ଉଭୟ ବିଚାରପତିଙ୍କ ସମ୍ମୁଖରେ ଉପସ୍ଥାପନ କରିବା ସହ ସମାଧାନ ପାଇଁ ନିବେଦନ କରିଥିଲେ। ତତସହିତ କାରାଗାର ମଧ୍ୟରେ ବନ୍ଦୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସୁବିଧା ତଦାରଖ କରିଥିଲେ ବିଚାରପତି ଦ୍ବୟ।
ଉକ୍ତ କାର୍ଯ୍ୟକ୍ରମକୁ ବାଣପୁର ଉପ କାରାଗାର ର ସହକାରୀ କାରାପାଳ କାଁହୁଚରଣ ମଲ୍ଲ ପରିଚାଳନା କରିଥିଲେ।