Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ସମାରୋହ
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ସମାରୋହ

November 1, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନ ଅବସରରେ ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ସମାରୋହ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଓ ଅଧ୍ୟାପିକା ରୀନା ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡଃ ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ପରାମର୍ଶ ଓ ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ପ୍ରାରମ୍ଭିକ ଅଭିଭାଷଣ ମାଧ୍ୟମରେ ଭାରତର ଲୌହ ମାନବ ପଟେଲଙ୍କ ଜୀବନାଦର୍ଶ ଓ ବହୁମୁଖୀ ପ୍ରତିଭା ସମ୍ପର୍କରେ କହିଲେ ଯେ ପଟେଲ ଥିଲେ ଭାରତର ଅନ୍ୟତମ ନିର୍ମାତା ଓ ରାଷ୍ଟ୍ରୀୟ ଏକତାର ମୂର୍ତ୍ତିମନ୍ତ ପ୍ରତୀକ। ତାଙ୍କ ଉଚ୍ଚାରଣ ଓ ଆଚରଣ ମଧ୍ୟରେ ଥିଲା ଯଥାର୍ଥ ସମନ୍ୱୟ। ତାଙ୍କ ବଳିଷ୍ଠ ନେତୃତ୍ୱ ମାଧ୍ୟମରେ ଯଦି ରାଜାରାଜୁଡା ଅଞ୍ଚଳ ଗୁଡିକ ଯଦି ତତ୍କାଳୀନ ଭାରତବର୍ଷରେ ମିଶ୍ରଣ ହୋଇନଥାନ୍ତେ ତେବେ ବର୍ତ୍ତମାନର ଭାରତବର୍ଷର ପରିକଳ୍ପନା କେବେ ସମ୍ଭବ ହୋଇପାରି ନଥାନ୍ତା।

ସ୍ଵେଚ୍ଛାସେବୀ ପ୍ରଜ୍ଞା ସ୍ମିତା ସାହୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଜଣେ ଦୂରଦୃଷ୍ଟିସମ୍ପନ୍ନ ରାଷ୍ଟ୍ର ନୀତିଜ୍ଞ ଓ ବାସ୍ତବବାଦୀ ଜନନାୟକ ଭାବେ ଚିତ୍ରଣ କରି କହିଲେଯେ ଭାରତର ଏକତା ଓ ଅଖଣ୍ଡତା ନିମିତ୍ତ ୫୬୦ ଗଡଜାତ ରାଜ୍ୟକୁ ମିଶ୍ରଣ କରିବାରେ ଯେଉଁ ଅଦମ୍ୟ ସାହସ ପ୍ରଦର୍ଶନ କରିଛନ୍ତି ତାହା ଇତିହାସରେ ଅବିସ୍ମରଣୀୟ ହୋଇ ରହିବ। ରୁପାଲୀ ବିଶ୍ୱାଳ ଓ ରବୀନା ଦାସ ମଧ୍ୟ କହିଲେ ଯେ ପଟେଲ ଜଣେ କମ୍ରେଡ ଭଳି ନିର୍ଭୀକ ଭାବେ ବିଚକ୍ଷଣ ଯୁକ୍ତି, ବାକ ଚାତୁରୀ ଦ୍ୱାରା ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ। ଅଧ୍ୟାପିକା ରୀନା ରାଉତ ଓ ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ମଧ୍ୟ ପଟେଲଙ୍କ ସନ୍ତୁଳିତ ବିଚlରଶୀଳତା ଉପରେ ବକ୍ତବ୍ୟ ପ୍ରଦାନ କରି ତାଙ୍କୁ ଭାରତବର୍ଷର ଉତ୍ତୁଙ୍ଗ ଜନନାୟକ ଭାବେ ଚିତ୍ରଣ କରିଥିଲେ।

ଏହି ଅବସରରେ ଜିଲ୍ଲlସ୍ତରରେ ପ୍ରବନ୍ଧ ଓ ସର୍ଜନଶୀଳ ଗଳ୍ପ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ସୁଶ୍ରୀ ଦିବ୍ୟାନୀ ପରିଡା ଓ ବିକାଶ କହଲ ସିଂ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।  ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ କାର୍ଯ୍ୟକ୍ରମ ଅଧିକାରୀ ରୀନା ରାଉତ।

ବାଲୁଗାଁ ମହାବିଦ୍ୟାଳୟ ରାଷ୍ଟ୍ରୀୟ ଏକତା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସାଧାରଣ ସଭା: ସମବାୟର ବିକାଶ ଓ ବ୍ୟବସାୟିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ

September 30, 2026

କର୍ତ୍ତବ୍ୟନିଷ୍ଠ ଶିକ୍ଷୟିତ୍ରୀ ବିନୋଦିନୀ କୁଣ୍ଡୁଙ୍କୁ ଭାବବିହ୍ୱଳ ବିଦାୟ

September 30, 2026

ପଥୁରିଆ ଅଙ୍ଗନୱାଡି କେନ୍ଦ୍ରରେ ୯ମ ରାଷ୍ଟ୍ରୀୟ ପୋଷଣ ମାସ–୨୦୨୬

September 30, 2026

ଗୁରୁଜୀ ମହେଶ୍ୱର ମଲ୍ଲଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ ପାଳିତ 

September 29, 2026
Latest News

ଫାଇନାଲରେ ପହଞ୍ଚିଲା ଟିମ ଇଣ୍ଡିଆ: ସ୍ୱର୍ଣ୍ଣ ପଦକ ପାଇଁ ଭାରତ ଏବଂ ପାକିସ୍ତାନ ମୁକାବିଲା

October 1, 2026

ଭାରସାମ୍ୟ ହରାଇ ଘାଟିରୁ ଖସିଲା ବୋଲେରୋ: ଜଣେ ମୃତ, ୫ ଗୁରୁତର

October 1, 2026

ଭୁବନେଶ୍ୱରକୁ ଦେଶର ନମ୍ବର ୱାନ୍ ସ୍ୱଚ୍ଛ ସହର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

October 1, 2026

ପାର୍ବଣ ଋତୁରେ ମହଙ୍ଗା ହେବ ନାହିଁ ଚିନି; ବିକ୍ରୟ କୋଟା ବୃଦ୍ଧି କଲେ ସରକାର 

October 1, 2026

ଭାରତର ସବୁଠାରୁ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ: ଜାଣନ୍ତୁ ଦ୍ୱିତୀୟ ସ୍ଥାନରେ କିଏ?

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.