Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗ ପକ୍ଷରୁ ବିଶ୍ୱ ଦର୍ଶନ ଦିବସ ପାଳିତ
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗ ପକ୍ଷରୁ ବିଶ୍ୱ ଦର୍ଶନ ଦିବସ ପାଳିତ

November 22, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗ ପକ୍ଷରୁ ଆଜି ବିଶ୍ୱ ଦର୍ଶନ ଦିବସ ଓ ରାଜ୍ୟ ସ୍ତରୀୟ ସମ୍ପାନ ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ଓ ମହାନ ଦାର୍ଶନିକ ସକ୍ରେଟିସଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଛାତ୍ରୀମାନଙ୍କ ସ୍ୱାଗତ ନୃତ୍ୟ ପରେ ଦର୍ଶନ ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ଅତିଥି ପରିଚୟପ୍ରଦାନ କରିଥିଲେ। ସ୍ୱାଗତ ଭାଷଣ ଦେଇ ଅଧ୍ୟକ୍ଷ ଲଷ୍ମୀଧର ସୁବୁଦ୍ଧି ଦର୍ଶନର ପ୍ରାସଙ୍ଗିକତା ଓ ସାମାଜିକ ପ୍ରତିବଦ୍ଧତା ସମ୍ପର୍କରେ ବିଭିନ୍ନ ଦାର୍ଶନିକ ମାନଙ୍କର ଦୃଷ୍ଟିଭଙ୍ଗୀ ଉପସ୍ଥାପିତ କରିଥିଲେ।

ଏହି ଅବସରରେ ଦର୍ଶନ ବିଭାଗର ନିୟମିତ ପତ୍ରିକା “ତତ୍ତ୍ୱଧାରା” ର ତୃତୀୟ ସଂଖ୍ୟା ସନ୍ଥକବି ଭୀମଭୋଇଙ୍କ ଦର୍ଶନ ସମ୍ବଳିତ ସ୍ୱତନ୍ତ୍ର ବିଶେଷାଙ୍କକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ପତ୍ରିକାର ସମ୍ପାଦକ ତଥା ଦର୍ଶନ ବିଭାଗ ମୁଖ୍ୟ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଦର୍ଶନ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଛାତ୍ରୀ ସନ୍ଧ୍ୟାରାଣୀ ପାଇକରାୟ ବିଭାଗର ବିବରଣୀ ପାଠ କରିଥିଲେ।

ଏହାପରେ ମୁଖ୍ୟ ଅତିଥି ତଥା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ବିଭାଗ ମୁଖ୍ୟ ଡକ୍ଟର ବସନ୍ତ କୁମାର ଦାଶ ଦର୍ଶନଶାସ୍ତ୍ର କିପରି ବୌଦ୍ଧିକ ଜିଜ୍ଞାସା, ବିଚାରଗତ ସ୍ପଷ୍ଟୀକରଣ ଓ ନୈତିକ ମୂଲ୍ୟବୋଧ ମାଧ୍ୟମରେ ଜଗତର ମଙ୍ଗଳ କରିଥାଏ ଓ ଜୀବନ ସହିତ ସମାଜର ନିବିଡ଼ ସମ୍ପର୍କକୁ ପରିପୁଷ୍ଟ କରିଥାଏ ତାହା ଗୀତା ଶାସ୍ତ୍ର ଜରିଆରେ ଆଲୋଚନା କରିଥିଲେ।

ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ନବରଙ୍ଗପୁର ପୁର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ରାଧାନାଥ ବେହେରା ସକ୍ରେଟିସଙ୍କ ବାଲ୍ୟକାହାଣୀ, ପ୍ଲାଟୋ ଓ ଆରିଷ୍ଟୋଟଲଙ୍କ ଦର୍ଶନ ସହିତ ଗାନ୍ଧି ଓ ବିବେକାନନ୍ଦଙ୍କ ସୂକ୍ଷ୍ମ ଚିନ୍ତନକୁ ସଂଯୋଜିତ କରିଥିଲେ। ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ ଦର୍ଶନ ଶାସ୍ତ୍ରର ପ୍ରୟୋଗାତ୍ମକତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହାପରେ ଫିଲୋକୁଇଜ ଓ ଦର୍ଶନ ନିବନ୍ଧ ଉପସ୍ଥାପନା କରିଥିବା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ।

ଏହି ଅବସରରେ ଦର୍ଶନ ବିଭାଗ ପକ୍ଷରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ସହିତ ସ୍ମୃତି ଫଳକ ଓ ପୁସ୍ତକ ଉପହାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ।

ଉକ୍ତ କାର୍ଯ୍ୟକ୍ରମରେ ଡକ୍ଟର ମୋନାଲିସା ମାନସିଂହ, ଡଃ ସନ୍ତୋଷ ରଥ, ସ୍ୱାତୀ ସ୍ଵାଗତିକା, ପ୍ରିୟମ୍ବଦା ମହାପାତ୍ର, ପ୍ରବୀଣ ଜେନା, ସୁଧାକର ନାୟକ ପ୍ରମୁଖ ବହୁ କର୍ମଚାରୀ ଓ ଛାତ୍ର ଛାତ୍ରୀ ଯୋଗଦେଇଥିଲେ।

ଦର୍ଶନଶାସ୍ତ୍ର ବିଭାଗ ବାଲୁଗାଁ ମହାବିଦ୍ୟାଳୟ ବିଶ୍ୱ ଦର୍ଶନ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

ଆଜି ହେଉଛି ମାର୍ଚ୍ଚ ୧୮ ତାରିଖ ବୁଧବାର: ଏହି ରାଶିର ବ୍ୟକ୍ତିମାନଙ୍କୁ ମିଳିବ ଭଲ ଖବର

March 18, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.