
ଚ଼ିଲିକା: ଆଜି ଅପରାହ୍ନରେ ଚ଼ିଲିକା ବ୍ଲକ ସଭାଗୃହରେ ପଞ୍ଚାୟତ ସମିତି ପଞ୍ଚମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଚ଼ିଲିକା ବିଧାୟକ ତଥା ଓଡିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଶିକ୍ଷା ବିଭାଗ, ସ୍ବାସ୍ଥ୍ୟ ବିଭାଗ, କୃଷି ବିଭାଗ, ଜଳ ଯୋଗାଣ ଓ ପରିମଳ ବିଭାଗ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ମନରେଗା ଓ ବ୍ଲକ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।
ଏହି ବୈଠକରେ ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ରାଣୀ ବେହେରା, ଉପାଧ୍ୟକ୍ଷ ଅରୁଣ କୁମାର ପଟ୍ଟନାୟକ, ଚ଼ିଲିକା ତହସିଲଦାର କାହ୍ନୁ ଚରଣ ଘଡେଇ, ବିଡ଼ିଓ ହଳଧର ଶବର, ଜିଲ୍ଲାପରିଷଦ ସଦସ୍ୟା, ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ବ୍ଲକ ଓ ପଞ୍ଚାୟତ ଅଧିକାରୀମାନେ ଉପସ୍ଥିତ ଥିଲେ।