Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ -୨ ର ବାର୍ଷିକ କ୍ରୀଡା ଓ ସାଂସ୍କୃତିକ ଉତ୍ସବ: ଯୋଗ ଦେଲେ ଆଇନ ମନ୍ତ୍ରୀ
ଆଞ୍ଚଳିକ

ବାଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ -୨ ର ବାର୍ଷିକ କ୍ରୀଡା ଓ ସାଂସ୍କୃତିକ ଉତ୍ସବ: ଯୋଗ ଦେଲେ ଆଇନ ମନ୍ତ୍ରୀ

December 19, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ବାଣପୁର ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ -୨, ବାଣପୁରର ବାର୍ଷିକ କ୍ରୀଡା ଓ ସାଂସ୍କୃତିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଆଇନ୍, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଆସନ ଅଳଙ୍କୃତ କରି ଛାତ୍ରଛାତ୍ରୀମାନେ ଶିକ୍ଷା ପ୍ରତି ମନୋନିବେଶ କରି ବାର୍ଷିକ ପରୀକ୍ଷା ଫଳାଫଳ ଦୃଷ୍ଟାନ୍ତମୂଳକ ପ୍ରଦର୍ଶନ ନିମନ୍ତେ ନିରନ୍ତର ଚେଷ୍ଟା ଜାରି ରଖିବା ପାଇଁ ଉପଦେଶ ଦେଇଥିଲେ। ତତ୍ ସହିତ ବିଦ୍ୟାଳୟର ଅଭାବ ଅସୁବିଧା ଗୁଡ଼ିକର ତୁରନ୍ତ ସମାଧାନ କରିବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବାଣପୁର ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ ମୁଖ୍ୟ ବକ୍ତା, ପଞ୍ଚସଖା ଶିକ୍ଷା ସେତୁ ସଭାପତି ଡ. ଚିନ୍ତାମଣି ମିଶ୍ର ସମ୍ମାନିତ ଅତିଥି, ପଞ୍ଚସଖା ଶିକ୍ଷା ସେତୁ ଉପଦେଷ୍ଟା ନୃସିଂହ ପ୍ରସାଦ ମିଶ୍ର ସମ୍ମାନିତ ଅତିଥି, ପଞ୍ଚସଖା ଶିକ୍ଷା ସେତୁ ସଦସ୍ୟ ଦେବ ବ୍ରତ ବଡ଼ଜେନା ସମ୍ମାନିତ ଅତିଥି, ପଞ୍ଚସଖା ଶିକ୍ଷା ସେତୁ ଉପଦେଷ୍ଟା ସରୋଜ କୁମାର ରଥ ସମ୍ମାନିତ ଅତିଥି, ପଞ୍ଚସଖା ଶିକ୍ଷା ସେତୁ ସଦସ୍ୟ ଡା. ସୁରେନ୍ଦ୍ରନାଥ ପାତ୍ର ସମ୍ମାନିତ ଅତିଥି ଭାବେ ଆସନ ଅଳଙ୍କୃତ କରିଥିବା ବେଳେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର ପ୍ରଧାନଶିକ୍ଷକ  ଜଗଦୀଶ ଚନ୍ଦ୍ର ପ୍ରଧାନ ଓ ସଭା ସଂଯୋଜନା କରିଥିଲେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ତଥା ଶିକ୍ଷକ ପ୍ରତିନିଧି କୈଳାସ ଚନ୍ଦ୍ର ଲାଠି।

ମାନ୍ୟବର ମନ୍ତ୍ରୀ ସର୍ବ ପ୍ରଥମେ ବିଦ୍ୟାଳୟର ମୁଖ୍ୟ ଫାଟକ ନିକଟରେ ପହଞ୍ଚିବା ପରେ ବିଦ୍ୟାଳୟର ଜେଆରସି, ସ୍କାଉଟ ଏବଂ ଗାଇଡ ଟ୍ରୁପ ଆନୁଷ୍ଠାନିକ ଭାବେ ସ୍ବତନ୍ତ୍ର ଅଭିବାଦନ ସହ କର ତାଳି ଦେଇ ପ୍ୟାରେଡ ମାଧ୍ୟମରେ ପଞ୍ଚ ସଖା ଶିକ୍ଷା ସେତୁର ସଭ୍ୟ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ପ୍ରଧାନଶିକ୍ଷକ, ବରିଷ୍ଠ ଶିକ୍ଷକଙ୍କ ଉପସ୍ଥିତିରେ ସ୍କୁଲ ମଧ୍ୟକୁ ପାଛୋଟି ନେଇଥିଲେ ଓ ବିଦ୍ୟାଳୟ ପରିସରସ୍ଥ ପ୍ରଭୁ ଗଣେଶଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ conference hall ଉଦଘାଟନ କରି ସଭା ମଞ୍ଚକୁ ଯାତ୍ରା କରିଥିଲେ।

ବିଦ୍ୟାଳୟର କ୍ରୀଡ଼ା, ସାହିତ୍ୟିକ ଓ ସାଂସ୍କୃତିକ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର – ଛାତ୍ରୀ ମାନଙ୍କୁ ମାନପତ୍ର ସହ ପୁରସ୍କାର ବିତରଣ କରାଯାଇଥିଲା। ସଭାରେ ଶିକ୍ଷୟିତ୍ରୀ ଶିବପ୍ରିୟା ବାରିକ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ ପ୍ରମୋଦ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ପୃଥ୍ୱୀରାଜ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସାଧାରଣ ସଭା: ସମବାୟର ବିକାଶ ଓ ବ୍ୟବସାୟିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ

September 30, 2026

କର୍ତ୍ତବ୍ୟନିଷ୍ଠ ଶିକ୍ଷୟିତ୍ରୀ ବିନୋଦିନୀ କୁଣ୍ଡୁଙ୍କୁ ଭାବବିହ୍ୱଳ ବିଦାୟ

September 30, 2026

ପଥୁରିଆ ଅଙ୍ଗନୱାଡି କେନ୍ଦ୍ରରେ ୯ମ ରାଷ୍ଟ୍ରୀୟ ପୋଷଣ ମାସ–୨୦୨୬

September 30, 2026

ଗୁରୁଜୀ ମହେଶ୍ୱର ମଲ୍ଲଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ ପାଳିତ 

September 29, 2026
Latest News

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ୨୦୨୩-୨୪ ବ୍ୟାଚ୍‌ ଶିକ୍ଷକ ହେବେ ନିୟମିତ

October 2, 2026

ପାର୍ବଣ ପୂର୍ବରୁ ଡାଲି ଦର ଉପରେ ଲାଗିବ ଲଗାମ! ଶୁଳ୍କ ହ୍ରାସ କରିପାରନ୍ତି ସରକାର

October 2, 2026

TMCରେ ସଙ୍କଟ ମଧ୍ୟରେ ଅଧୀରଙ୍କ ବଡ଼ ବୟାନ, ମମତାଙ୍କୁ କଂଗ୍ରେସକୁ ଫେରିବାକୁ ଆହ୍ୱାନ

October 2, 2026

ମହାନଦୀ ଜଳବଣ୍ଟନ ପାଇଁ ବୈଠକ: ଓଡ଼ିଶାର ଅଧିକାର ପାଇଁ ଦାବି ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

October 2, 2026

ହେମନ୍ତ ସୋରେନଙ୍କୁ ₹୧୦ ହଜାର ଜରିମାନା

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.