Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ମା’ଭଗବତୀଙ୍କ ପୀଠରେ ମକର ଉତ୍ସବ ପାଳିତ
ଆଞ୍ଚଳିକ

ମା’ଭଗବତୀଙ୍କ ପୀଠରେ ମକର ଉତ୍ସବ ପାଳିତ

January 14, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଶକ୍ତିପୀଠ ବାଣପୁରର ଆରାଧ୍ୟା ଦେବୀ ମା’ଭଗବତୀଙ୍କ ପୀଠରେ ମକର ଉତ୍ସବ ମହାଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ଏହି ଉତ୍ସବ ମା’ ସାଆନ୍ତାଣିଙ୍କ ମାନବୀୟ ଲୀଳାର ଆଉ ଏକ ପରିପ୍ରକାଶ। ଏପୀଠର ସମସ୍ଥ ଜାନିଯାତ୍ରା ପର୍ବପର୍ବାଣୀ ଅନ୍ୟ ଶକ୍ତିପୀଠଠାରୁ ସଂପୂର୍ଣ୍ଣ ନିଆରା। ପ୍ରତ୍ୟୁଷରୁ ମା’ଙ୍କ ଅଙ୍ଗରାଗ ମାଜଣା ହୋଇ ମହାପ୍ରସାଦ ଅର୍ପଣ ପରେ ବେଶ ହୋଇଥିଲା।

ପରେ ବଲ୍ଲଭ ଆଳତି ବଢିବା ପରେ ସର୍ବ ସାଧାରଣ ନୈବେଦ୍ୟ ଅର୍ପଣ ହୋଇ ଚିଲିକା ମଧ୍ୟସ୍ଥ ପୂର୍ବ ଦିଗରକ୍ଷାକାରିଣୀ ଭଉଣୀମା’କାଳିଜାଇ ଙ୍କ ପୀଠରୁ ପାରିକୁଦ ଗଡ଼ର ରାଜାସନ୍ତୋଷ ମାନସିଂମର୍ଦ୍ଦରାଜ ଙ୍କ ଦ୍ଵାରା ମା’ଙ୍କ ସେବକ ସହଦେବ ନାୟକ ହାତରେ ପଠାଇଥିବା ମକରଯାତ୍ରା ନିମନ୍ତ୍ରଣକୁସାଦରେ ଗ୍ରହଣ କରି ନିଜର କାଠି ନାହକ ସେବକ ଗଣେଶ ନାୟକ ହାତରେ ଆଜ୍ଞାମାଳ ସହିତ ଶାଢ଼ି, ଚୁଡ଼ି ସିନ୍ଦୁର ଅଳତା, ଓଡ଼ଣୀ ‘ଫୁଲ, ଗଜାମୁଆଁ ନେଇ କାଳିଜାଇଙ୍କ ପୀଠକୁ ଯାଇ ରାଜାଙ୍କ ହାତରେ ଅର୍ପଣ ପରେ ଭଉଣୀ କାଳିଜାଇଙ୍କୁ ଲାଗି କରାଇଥିଲେ। ପୁଣି ପଶ୍ଚିମ ଦିଗ ରକ୍ଷାକାରିଣୀ ଭଉଣୀ ମା’ ବିରିଯାଇଙ୍କ ମକରଯାତ୍ରା ନିମନ୍ତ୍ରଣ ରକ୍ଷା କରି ସେହି ପୀଠକୁ ମଧ୍ୟ ସେବକ ଅଶ୍ବିନୀ ମିଶ୍ର ଙ୍କ ହାତରେ ଆଜ୍ଞାମାଳ ସହ ଶାଢି, ଚୁନରି, ଚୁଡ଼ି , ସିନ୍ଦୁର ଅଳତା ଫୁଲ, ନୂଆ ଅରୁଆ ଚାଉଳ, ଗୁଡ, ଘିଅ, କଦଳୀ ନଡ଼ିଆ, ମସଲା, ବିଭିନ୍ନ ଫଳମୂଳ,ଗଜାମୁଆଁ ଇତ୍ୟାଦି ଦ୍ରବ୍ୟ ପଠାଯାଇଥିଲା।

ଭଉଣୀ ଭଉଣୀ ମଧ୍ୟରେ ଜାନିଯାତ୍ରା ସମୟରେ କିପରି ପରସ୍ପର ମଧ୍ୟରେ ସୁସଂପର୍କ ଦିଆନିଆ ସାମାଜିକ ମୂଲ୍ୟବୋଧ ଭିତିକ ମାନବୀୟ ଲୀଳାର ସୁନ୍ଦର ପରିକଳ୍ପନା କାହିଁ କେଉଁ କାଳରୁ ଚଳି ଆସିଛି। ସଂଧ୍ୟାରେ ମା’ଙ୍କ ଚଳନ୍ତି ପ୍ରତିମାକାଠି ଠାକୁରାଣି ବାପଘର ଦକ୍ଷେଶ୍ଵର ଦେବ ମନ୍ଦିର ମକରବେଢ଼ା ସାରି ବାଜାରୋଶଣି ଘଣ୍ଟ,କାହାଳି ଛତ୍ରତରାଶ ସହିତ ନିଜ ମନ୍ଦିରକୁ ଯାତ୍ରା କରିଥିଲେ। ଦକ୍ଷେଶ୍ଵର ମନ୍ଦିରଠାରେ ଶୁଦ୍ଧପୂତ ଭାବରେ ପ୍ରସ୍ତୁତ ମକର ତାଡ଼ ମଧ୍ୟ ଅତି ନିଷ୍ଠାର ସହିତ ପାଳିଆମାଳି ସେବାୟତମାନେ ମା’ଙ୍କ ମନ୍ଦିରକୁ ନେଇଯାଇଥିଲେ।ସେଠାରେ ମା’ଙ୍କ ଠାରେ ମକର ନୈବେଦ୍ୟଘଣ୍ଟକାହାଳି ବାଜି ଧୂପ କରାଯାଇ ମକର ଆଳତି ବଢ଼ିଥିଲା।

ପରେ ସେବାୟତ ଓ ସର୍ବସାଧାରଣଙ୍କୁ ମକର ପ୍ରସାଦ ବଣ୍ଟନ କରାଯାଇଥିଲା। ପବିତ୍ର ମକର ସଂକ୍ରାନ୍ତିରେ ମା’ଙ୍କୁ ଦର୍ଶନକରି ମକରପ୍ରସାଦ ପାଇବାପାଇଁ ଅଗଣିତ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ପରେ ମାଙ୍କ ବଡ଼ ଶିଙ୍ଗାର ହୋଇ ଖେଚଡ଼ି ,ଡାଲି,ଆମ୍ବିଳ ,ମାଚ୍ଛ ମହୁର, ମାଛ ଗୁଣ୍ଡି ଭଜା ସହିତ କାନ୍ତି କାକରା, ଛେନାପଣା ଧୂପ ହୋଇ ମା’କାଠିଠାକୁରାଣି ଦକ୍ଷେଶ୍ଵର ମନ୍ଦିରକୁ ବାହୁଡ଼ିଥିଲେ। ମନ୍ଦିରରେ ରାତ୍ର ପହଡ଼ ହୋଇଥିଲା। ମା’ଙ୍କୁ ଦର୍ଶନ କରିବାପାଇଁ ଦିନ ତମାମ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଇତ୍ୟାଦି ଜିଲ୍ଲାମାନଙ୍କରୁ କୋଡ଼ି ଏହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା, ମନ୍ଦିର କାର୍ଯ୍ୟାଳୟ ତରଫରୁ ମନ୍ଦିରକୁ ସୁନ୍ଦର ଭାବରେ ଫୁଲରେ ସଜାଯାଇ ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ମନ୍ଦିର ପ୍ରଶାସନ, ସ୍ଥାନୀୟ ଥାନା ସମସ୍ଥ ପ୍ରକାର ବନ୍ଦୋବସ୍ତ କରିଥିଲେ।

ଆରାଧ୍ୟା ଦେବୀ ମକର ଉତ୍ସବ ମା'ଭଗବତୀ ମାନବୀୟ ଲୀଳା
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026
Latest News

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.