Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା ଓକିଲ ସଂଘ ପକ୍ଷରୁ ଚିଲିକା ଜୁଡିସିଆଲ କୋର୍ଟ ପ୍ରତିଷ୍ଠାର ୪ର୍ଥ ବାର୍ଷିକ ଉତ୍ସବ ପାଳନ
ଆଞ୍ଚଳିକ

ଚିଲିକା ଓକିଲ ସଂଘ ପକ୍ଷରୁ ଚିଲିକା ଜୁଡିସିଆଲ କୋର୍ଟ ପ୍ରତିଷ୍ଠାର ୪ର୍ଥ ବାର୍ଷିକ ଉତ୍ସବ ପାଳନ

January 23, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ଚିଲିକା ଓକିଲ ସଂଘ ପକ୍ଷରୁ ଗଙ୍ଗାଧରପୁର ସ୍ଥିତ ଚିଲିକା ଜୁଡିସିଆଲ କୋର୍ଟ ପ୍ରତିଷ୍ଠା ର ୪ର୍ଥ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ°ଘର ସଭାପତି ପ୍ରଦୀପ୍ତ କୁମାର ନନ୍ଦ ଙ୍କ ଅଧ୍ୟକ୍ଷତାରେ ତଥା ପ୍ରାକ୍ତନ ସ°ପାଦକ ପ୍ରଦୋଷ କୁମାର ଦାସ ଙ୍କ ସ°ଚାଳନରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବାଣପୁର କୋର୍ଟର ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର, ମୁଖ୍ୟ ବକ୍ତା ଭାବେ ଚିଲିକା କୋର୍ଟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଯୁଧିଷ୍ଠିର ଦଳେଇ, ସମ୍ମାନିତ ଅତିଥି ଭାବେ ବାଣପୁର କୋର୍ଟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାଶ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ।

ମଞ୍ଚାସୀନ ଅତିଥି ମାନେ ନିଜର ବକ୍ତବ୍ୟରେ ବାର ଓ ବେଞ୍ଚ ମଧ୍ୟରେ ସମନ୍ୱୟ ରକ୍ଷା କରି ଆଇନଜୀବୀ ପେଶାରେ ସାମାଜିକ କର୍ତ୍ତଵ୍ୟଵୋଧତା ଓ ନିଷ୍ଠାର ସହିତ କାର୍ଯ୍ୟ କରି ନିଜକୁ ସମୃଦ୍ଧି ହାସଲ ପାଇଁ ଆହ୍ଵାନ ଦେଇଥିଲେ। ସ°ଘର ସ°ପାଦକ ଅଶୋକ କୁମାର ଚମ୍ପତି ସ°ପାଦକୀୟ ବିବରଣୀ ପାଠ କରିଥିବା ବେଳେ ସଭାପତି ଶ୍ରୀ ନନ୍ଦ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ମଞ୍ଚାସୀନ ଅତିଥି ମାନେ ଶ୍ରୀ ଜଗନ୍ନାଥ ଙ୍କୁ ଧୁପପୁଷ୍ପ ଅର୍ପଣ କରି ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଚିଲିକା ଓକିଲ ସଂଘ ପକ୍ଷରୁ ପ୍ରାକ୍ତନ ସଭାପତି ହରେକୃଷ୍ଣ ଜଗଦ୍ଦେବ, ଖଗେଶ୍ୱର ପାତ୍ର, କାର୍ଯ୍ୟ ନିର୍ବାହୀ ସଭ୍ୟ ମନୋରଞ୍ଜନ ପରିଡା, କିଶୋର ବେହେରା ଙ୍କ ଦ୍ଵାରା ମଞ୍ଚାସୀନ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସ୍ବାଗତ ସମ୍ଭାଷଣ ପ୍ରଦାନ କରାଯାଇଥିଲା।

ପ୍ରାକ୍ତନ ସ°ପାଦକ ଦେବାଶିଷ ରଥ ଙ୍କ ସ°ଯୋଜନାରେ ଚିଲିକା ଓକିଲ ସଂଘ ର ସମସ୍ତ କର୍ମକର୍ତ୍ତା ଏଥିରେ ସହଯୋଗ ପ୍ରଦାନ କରିଥିଲେ। ଏଥିରେ ବାଣପୁର, ଟାଙ୍ଗୀ ଓ ଖୋର୍ଦ୍ଧା ଵାର ଆସୋସିଏସନ୍ ର ଆମନ୍ତ୍ରିତ ଆଇନଜୀବୀ, ନାଚୁଣୀ ଓ ବାଲୁଗାଁ ପୋଲିସ, ଚିଲିକା କୋର୍ଟ କର୍ମଚାରୀ, ଚିଲିକା ବ୍ଲକ ଓ ତହସିଲ କର୍ମଚାରୀ, ବୁଦ୍ଧିଜୀବୀ, ଜନପ୍ରତିନିଧି ମାନେ ବହୁ ସଂଖ୍ୟା ରେ ଯୋଗ ଦେଇଥିଲେ।

ଗଙ୍ଗାଧରପୁର ଚିଲିକା ଜୁଡିସିଆଲ କୋର୍ଟ ପ୍ରତିଷ୍ଠା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

କୁକୁଡାଖଣ୍ଡି ବ୍ଲକରେ ତୃତୀୟ ମାସିକ କ୍ଲଷ୍ଟର ବୈଠକ

September 12, 2026

ବାଣପୁର: ବ୍ଲକ ସ୍ତରୀୟ ଇଣ୍ଡୋର ସ୍ପୋର୍ଟ୍ସ ଉଦଯାପିତ

September 9, 2026

ବାଣପୁରରେ ସାକ୍ଷରତା ଦିବସ ଉପଲକ୍ଷେ ୩୫ ଜଣ ସମ୍ମାନିତ

September 9, 2026

ବାଣପୁର: ବ୍ଲକ୍ ସ୍ତରୀୟ ଚକ୍ଷୁ ଚିକିତ୍ସା ତାଲିମ୍ ଶିବିର ଉଦଯାପିତ

September 9, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.