Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର କୋର୍ଟରେ ଆଇନ ସଚେତନତା କାର୍ଯ୍ୟକ୍ରମ
ଆଞ୍ଚଳିକ

ବାଣପୁର କୋର୍ଟରେ ଆଇନ ସଚେତନତା କାର୍ଯ୍ୟକ୍ରମ

January 31, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଗତକାଲି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର କୋର୍ଟ ପରିସରରେ ତାଲୁକ ଆଇନ ସେବା ସମିତି ପକ୍ଷରୁ ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡିଶା ହାଇକୋର୍ଟ ଭିଡିଓ କନଫରେନସିଂ ଅଧିନିୟମ ଦ୍ୱାରା କିପରି ରାଜ୍ୟର ସମସ୍ତ କୋର୍ଟରେ ବିଚାରପ୍ରକ୍ରିୟା ତ୍ୱରିତ ହୋଇପାରୁଛି, ସେ ବିଷୟରେ ସଚେତନ କରାଇଥିଲେ ବିଚାରପତି।

ଭିଡିଓ କନଫରେନସିଂ ସୁବିଧା ମାଧ୍ୟମରେ ଦୂର ଦୁରାନ୍ତରରେ ରହୁଥିବା ସାକ୍ଷୀ ମାନେ ସିଧାସଳଖ ଶୁଣାଣି ସମୟରେ ସମ୍ପୃକ୍ତ କୋର୍ଟ ଦ୍ୱାରା ଯୋଡି ହୋଇପାରିବେ ଯାହାଦ୍ୱାରା ସେମାନଙ୍କ ସମୟ ଅପଚୟ ହେବନାହିଁ ତଥା ଖର୍ଚ୍ଚାନ୍ତରୁ ମୁକ୍ତ ହେବେ। ସେହିପରି ଭାବେ ସୁପ୍ରିମକୋର୍ଟ ର ରାୟ ଇଂରାଜୀ ଭାଷାରୁ ଅତ୍ୟାଧୁନିକ ଏଆଇ ଟେକ୍ନୋଲୋଜି(ସୁଭାଷ) ଦ୍ୱାରା କିପରି ଆଞ୍ଚଳିକ ଭାଷାରେ ପରିବର୍ତ୍ତନ କରାଯାଇପାରୁଛି, ତାହା ଉପରେ ମଧ୍ୟ ସଚେତନ କରାଯାଇଥିଲା। ଏହା ଦ୍ୱାରା ଜନସାଧାରଣ ମାନେ ଉପକୃତ ହୋଇପାରିବେ ଏବଂ ସୁପ୍ରିମକୋର୍ଟ ରାୟ ନିଜ ଆଞ୍ଚଳିକ ଭାଷାରେ ପାଇପାରିବେ।

ସମାନଭାବେ କୋର୍ଟଗୁଡିକୁ ପ୍ରଦାନ କରାଯାଇଥିବା ସୂଚନା ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ସୁବିଧା ଏବଂ ଦେୱାନୀ ମାମଲାଗୁଡିକର ଶୀଘ୍ର ସମାଧାନ ପାଇଁ ହାଇକୋର୍ଟ ମଧ୍ୟସ୍ଥତା ଅଧିନିୟମ, ୨୦୦୭ ବିଷୟରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଓକିଲ ସଂଘ ସଭାପତି ବୃନ୍ଦାବନ ପ୍ରଧାନଙ୍କ ସମେତ ଏକାଧିକ ଓକିଲ ଏବଂ କୋର୍ଟ କର୍ମଚାରୀ ଯୋଗ ଦେଇଥିଲେ।

ଆଇନ ସଚେତନତା ବାଣପୁର କୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

December 16, 2025

ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି

December 15, 2025

ଆଇନ ମନ୍ତ୍ରୀଙ୍କୁ ଭେଟିଲେ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟିର ସଭ୍ୟ

December 14, 2025

ବାଣପୁର କୋର୍ଟ ପରିସରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

December 13, 2025
Latest News

ଆଜି ସାତୋଟି ରାଶି ପାଇଁ ରହିଛି ଧନ ଯୋଗ, ଜାଣନ୍ତୁ ଡିସେମ୍ବର ୧୮ର ରାଶିଫଳ

December 18, 2025

ଓମାନରେ ଭାରତୀୟ ସମ୍ପ୍ରଦାୟ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ

December 17, 2025

କେନ୍ଦ୍ରାପଡ଼ାର ରାଜକନିକାରେ ‘ବିକଶିତ ଭାରତ @୨୦୪୭’ ସଚେତନତା କାର୍ଯ୍ୟକ୍ରମ

December 17, 2025

ତ୍ରୀଦିବସୀୟ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଗାଇଡ କାମ୍ପୋରି ଉଦଯାପିତ

December 17, 2025

ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

December 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.