Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ନୀଳାଦ୍ରିସ୍ଥିତ ଲିଟିଲ ଫ୍ଲାୱାର ସ୍କୁଲର ବାର୍ଷିକ ଉତ୍ସବ
ଆଞ୍ଚଳିକ

ବାଣପୁର ନୀଳାଦ୍ରିସ୍ଥିତ ଲିଟିଲ ଫ୍ଲାୱାର ସ୍କୁଲର ବାର୍ଷିକ ଉତ୍ସବ

February 9, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଆଜି ବାଣପୁର ବ୍ଲକ ନୀଳାଦ୍ରି ପଞ୍ଚାୟତରେ ଅବସ୍ଥିତ ଲିଟିଲ ଫ୍ଲାୱାର ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ନୀଳାଦ୍ରିସ୍ଥିତ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସ୍କୁଲର ପ୍ରତିଷ୍ଠାତା ତଥା ପରିଚାଳକ ପ୍ରଭାତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି ଏବଂ ମୁଖ୍ୟ ବକ୍ତା ଭାବେ ବାଣପୁର କଲେଜ ରସାୟନ ବିଜ୍ଞାନ ପ୍ରାଧ୍ୟାପକ ଡଃ. ସୁର ପ୍ରତାପ ନରେନ୍ଦ୍ର ସିଂ ବର୍ମା ଯୋଗ ଦେଇଥିଲେ।

ସଭାପତି ଶ୍ରୀଯୁକ୍ତ ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସାମ୍ବାଦିକ ଅରୁଣ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ଜଣାଶୁଣା ଉକ୍ତ ପଞ୍ଚାୟତରେ ଛୋଟ ଛୋଟ ପିଲା ମାନଙ୍କୁ ଉନ୍ନତ ଶିକ୍ଷା ଦେବାକୁ ପ୍ରୟାସ କରିଥିବାରୁ ଅତିଥିମାନେ ପରିଚାଳକ ଶ୍ରୀଯୁକ୍ତ ନାୟକଙ୍କୁ ଧନ୍ୟବାଦ ଦେବା ସହ ପ୍ରଂଶସା କରିଥିଲେ।

ଅଭିଭାବକମାନେ ଛାତ୍ରଛାତ୍ରୀ ମାନଙ୍କର ଉପଯୁକ୍ତ ଯତ୍ନ ନେଲେ ଏହି ଉପାନ୍ତ ଅଞ୍ଚଳରୁ ଉନ୍ନତ ମଣିଷ ହୋଇ ଅଞ୍ଚଳରେ ପ୍ରଂଶସା ପାଇବେ ବୋଲି ଡ଼ା ବର୍ମା ସମ୍ଭାଷଣରେ କହିଥିଲେ।  ଅଭିଭାବକ ମାନେ ଅନୁଷ୍ଠାନକୁ ଆଗକୁ ନେବାକୁ ହାତ ବଢ଼ାଇବାକୁ ସଭାପତି ଶ୍ରୀଯୁକ୍ତ ନାୟକ ଅନୁରୋଧ କରିବା ସହ ଉନ୍ନତ ଶିକ୍ଷା ପ୍ରଦାନ କରିବାକୁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ବାଣପୁର ବ୍ଲକ ବାର୍ଷିକ ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

August 24, 2026

ବାଣପୁର: ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର

August 22, 2026

ବଡ଼କୂଳ ମଣ୍ଡଳ ଭାଜପା ‘କାର୍ଯ୍ୟକର୍ତ୍ତା ସମାବେଶ’: ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 21, 2026

ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

August 16, 2026
Latest News

ଜାତୀୟ ଚମ୍ପିୟାନସିପ: ବ୍ରହ୍ମପୁର କରାଟେ ଏକାଡେମୀର ଅଭୁତପୂର୍ବ ସଫଳତା

August 25, 2026

ଏଚ୍‌-୧ବି ଭିସା ଫି’: ନୂଆ ନିୟମ ଆଣିବା ଯୋଜନାରେ ଡିଏଚ୍‌ଏସ୍‌

August 25, 2026

ଗ୍ଲୋବାଲ୍ ସ୍ୱୀକୃତି ପାଇଲା ୟୁପିଆଇ: କାରବାର ସଂଖ୍ୟାରେ ୧୩ ହଜାର ଗୁଣ ବୃଦ୍ଧି

August 25, 2026

ଚାଷୀଙ୍କ ସ୍ୱପ୍ନ ପୂରଣ ସରକାରଙ୍କ ଲକ୍ଷ୍ୟ: ଉପମୁଖ୍ୟମନ୍ତ୍ରୀ

August 25, 2026

ଗାନ୍ଧିମାର୍ଗରେ ଲଘୁଚାପ ବର୍ଷା ଓ ଚାଇଁ ଚାଇଁ ଖରାରେ ଶିକ୍ଷକ ସମାଜ: ସମନ୍ୱୟ ସମିତି

August 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.