Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରାରେ ପାଞ୍ଚ ଦିନ ବ୍ୟାପି ଆଇନ ସଚେତନତା ଶିବିର
ଆଞ୍ଚଳିକ

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରାରେ ପାଞ୍ଚ ଦିନ ବ୍ୟାପି ଆଇନ ସଚେତନତା ଶିବିର

March 24, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଐତିହାସିକ ବାଣପୁର ପଞ୍ଚୁଦୋଳ ମେଳନ ପଡିଆରେ ଜିଲ୍ଲା ତଥା ଦୌରା ଜଜ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ନିଶିଥ ନିଶାଙ୍କଙ୍କ ନିର୍ଦ୍ଦେଶକ୍ରମେ ତାଲୁକ ଆଇନ ସେବା ସମିତି ବାଣପୁର ତରଫରୁ ଏକ ଆଇନ ସଚେତନତା ସ୍ଥାୟୀ ଶିବିର ଖୋଲାଯାଇଥିଲା। ଉକ୍ତ ଶିବିରକୁ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବାଣପୁର କୋର୍ଟ ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଉଦଘାଟନ କରିଥିଲେ।

ଉକ୍ତ ସ୍ଥାୟୀ ଶିବିରଟି ଗତ ୧୯ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କ ନିମନ୍ତେ ଜାରି ରହିଥିଲା। ମେଳନ ଦେଖିବା ପାଇଁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ଉକ୍ତ ଶିବିରକୁ ଆସି ବିଭିନ୍ନ ଆଇନ ସେବା ସମ୍ପର୍କିତ ତଥ୍ୟ ଜାଣିଥିଲେ। ଉକ୍ତ ଶିବିରରେ ବିଭିନ୍ନ ଆଇନ ସେବା ତଥା ଆଇନ ପରାମର୍ଶ, ଯୋଗ୍ୟ ହିତାଧିକାରୀ, ସମ୍ମୁଖ ଅଫିସର କାର୍ଯ୍ୟ, ପାରା ଲିଗାଲ ସ୍ବେଛାସେବୀଙ୍କ ଭୂମିକା, ମଧ୍ୟସ୍ଥତା କେନ୍ଦ୍ରର କାର୍ଯ୍ୟ ଏବଂ ନ୍ୟାୟ ସଂଯୋଗ ବିଷୟରେ ବ୍ୟାନର, ପ୍ରଚାରପତ୍ର ତଥା ଡାକବାଜି ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା। ନିଃଶୁଳ୍କ ଆଇନ ସେବାର ପ୍ରଚାର ପ୍ରସାର ତଥା ପ୍ରାଧିକରଣ ର ବିଭିନ୍ନ କାର୍ଯ୍ୟ ଲୋକମାନଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଉକ୍ତ ଶିବିରଟି ଖୋଲାଯାଇଥିଲା।

ଉକ୍ତ ଶିବିରରେ ପାରା ଲିଗାଲ ସ୍ବେଛାସେବୀ ତଥା ଆଇନ ସେବା ସମିତିର ସଚିବ ପ୍ରମୋଦ କୁମାର ଭୋଇ, ସମିତି ସହାୟକ ଶିବ ଚରଣ ବେହେରା ଆଦି ଉପସ୍ଥିତ ରହି ଶିବିରକୁ ସଫଳ ଭାବେ ପରିଚାଳିତ କରିଥିଲେ। ଉକ୍ତ ଶିବିର ପ୍ରତିଷ୍ଠାରେ ପଞ୍ଚୁଦୋଳ କମିଟିର ସଭାପତି ତଥା ତହସିଲଦାର ଟି. ପଦ୍ମନାଭ ଦୋରା, ସମ୍ପାଦକ ମାଧବ ବାରିକି ଏବଂ କମିଟିର ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।

ତେବେ ତାଲୁକ ଆଇନ ସେବା ସମିତି ପକ୍ଷରୁ ଚଳିତବର୍ଷ ପ୍ରଥମଥର ପାଇଁ ଜନସାଧାରଣଙ୍କ ନିମନ୍ତେ ପଞ୍ଚୁଦୋଳରେ ଉକ୍ତ ଆଇନ ସଚେତନତା ଶିବିର ଖୋଲାଯାଇଥିବାରୁ ବୁଦ୍ଧିଜୀବୀ ମାନେ ଉକ୍ତ ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

ଆଇନ ସଚେତନତା ଶିବିର ପଞ୍ଚୁଦୋଳ ଯାତ୍ରା ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବ

March 30, 2026

ଶ୍ରୀ ସତ୍ୟସାଇ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ଉତ୍ସବ

March 30, 2026

ବାଣପୁର: ବରିଷ୍ଠ ନାଗରିକ ସଂଘର ବିଭିନ୍ନ ଦାବି ପୂରଣ କରିବା ଲାଗି ପ୍ରତିଶ୍ରୁତି ଦେଲେ ଆଇନ ମନ୍ତ୍ରୀ

March 25, 2026

ପଖାଳ ଦିବସରେ ବାଣପୁରରେ ପ୍ରଚଳିତ ମା’ଭଗବତୀଙ୍କ ଅତିପ୍ରିୟ ପଖାଳ ଭୋଗ ଲୋକକଥା

March 20, 2026
Latest News

ବିଦେଶ ମାଟିରେ ଓଡିଆ କ୍ଷୁଦ୍ର ଚଳଚିତ୍ର ପୁରସ୍କୃତ, ଦିଲ୍ଲୀପ ହାଲି ଶ୍ରେଷ୍ଠ ପ୍ରଯୋଜକ

March 30, 2026

‘ରାଷ୍ଟ୍ର ପ୍ରଥମ’ ନୀତିକୁ ଆପଣାଇ ରାଷ୍ଟ୍ର ନିର୍ମାଣ ଦିଗରେ ଅବିରତ କାର୍ଯ୍ୟ କରୁଛି ବିଜେପି: ପୃଥ୍ୱୀରାଜ ହରିଚ଼ନ୍ଦନ

March 30, 2026

ଦିଲ୍ଲୀ ପୋଲିସର ବଡ ସଫଳତା: ଗିରଫ ହେଲା ୧୧୦୦ ଥର ବୋମା ଧମକ ଦେଇଥିବା ଅଭିଯୁକ୍ତ

March 30, 2026

ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବ

March 30, 2026

ଶ୍ରୀ ସତ୍ୟସାଇ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ଉତ୍ସବ

March 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.