Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ଚିଲିକାରାଣୀ ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠିତ: ଜାଣନ୍ତୁ କିଏ ହେଲେ ସଭାପତି ଓ ସମ୍ପାଦକ?
ଆଞ୍ଚଳିକ

ବାଲୁଗାଁ ଚିଲିକାରାଣୀ ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠିତ: ଜାଣନ୍ତୁ କିଏ ହେଲେ ସଭାପତି ଓ ସମ୍ପାଦକ?

March 28, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ଆଜି ପୂର୍ବାହ୍ନରେ ଅଧ୍ୟକ୍ଷ ନୀଳାଦ୍ରି ଭୂଷଣ ବେହେରାଙ୍କ ପୌରହିତ୍ୟରେ
ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ସଭାଗୃହରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଅଣଶିକ୍ଷକ, ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ନୂତନ ପରିଚାଳନା କମିଟି ସଭାପତି ଭାବେ ଶିବ ପ୍ରସାଦ ପାତ୍ର ଓ ସମ୍ପାଦକ ଭାବେ ଅଜିତ କୁମାର ସାହୁଙ୍କୁ ଦାଇତ୍ୱ ଦିଆଯାଇଛି।

ସୂଚନା ଥାଉକି ଦୀର୍ଘ ଦିନ ଧରି ବିଦ୍ୟାଳୟ ପରିଚାଳନା କମିଟି ଏବଂ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ,କର୍ମଚାରୀଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥ‌ିବାରୁ ବିଭିନ୍ନ ସମସ୍ୟା ଦେଇ ଗତିକରୁଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ କହିଥିଲେ। ସମସ୍ୟାର ସମାଧାନ ପାଇଁ ବହୁବାର ବୈଠକ ଅନୁଷ୍ଠିତ ହୋଇଥିବାବେଳେ ପୂର୍ବତନ ପରିଚାଳନା କମିଟି ସଭାପତି, ସମ୍ପାଦକଙ୍କ ସମେତ ପ୍ରାୟତଃ ସଦସ୍ୟଙ୍କ ଅନୁପ‌ସ୍ଥିତ ଯୋଗୁଁ ଅଶାନ୍ତ ବାତାବରଣ ଦେଖାଯାଇଥିଲା।ଏପରିକି ସଭାପତି, ସମ୍ପାଦକ ଏବଂ ଏକାଧିକ କାର୍ଯ୍ୟକାରିଣୀ ସଦସ୍ୟ ଅନୁପସ୍ଥିତ ରହୁଥିବା କାରଣରୁ ନିୟମାନୁସାରେ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନା ସମ୍ଭବ ହେଇପାରୁନଥିବା ଅଧ୍ୟକ୍ଷ ଶ୍ରୀ ବେହେରା କହିଛନ୍ତି।ଯାହାଫଳରେ ବିଦ୍ୟାଳୟକୁ ସମସ୍ୟା ଦୂର କରିବା ନେଇ ନୂତନ କମିଟି ଗଠନ ପାଇଁ ଅଭିଭାବକମାନେ ଦାବି କରିଥିଲେ।

ଏହି ପରିପ୍ରେକ୍ଷୀରେ ସର୍ଵସମ୍ମତି କ୍ରମେ ପୂର୍ବରୁ ଗୃହୀତ ଥିବା ପରିଚାଳନା କମିଟିକୁ ପ୍ରତ୍ୟାହୃତ କରି ନୂତନ କମିଟି କରିବାକୁ ନିଷ୍ପତ୍ତି ନିଆଯାଇଥିଲା।ଏହିପରିପ୍ରେକ୍ଷୀରେ ନୂତନ କମିଟି ଗଠନ ହେବା ପର୍ଯ୍ୟନ୍ତ ଅଭିଭାବକ ଓ ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ନେଇ ଏକ ଗତ ଫେବୃଆରୀ ୧୬ ତାରିଖରେ ୭ ଜଣିଆ ଅସ୍ଥାୟୀ କମିଟି ଗଠନ କରାଯାଇଥିଲା। ଯେଉଁଥିରେ ଅଧ୍ୟକ୍ଷ ନୀଳାଦ୍ରୀ ଭୂଷଣ ବେହେରା, ଶିବରାମ ପାତ୍ର, ଅଜିତ କୁମାର ସାହୁ, ରାଜୀବ କୁମାର ସେନାପତି, ଧୀରେନ୍ଦ୍ର କୁମାର ପ୍ରଧାନ, ବିଦ୍ୟାଧର ସାହୁ, ଚିନ୍ମୟୀ ପଟ୍ଟନାୟକ, ମଧୁବାଳା ବଳିଆରସିଂ ପ୍ରମୁଖ ମନୋନୀତ ହୋଇଥିଲେ।

ତେବେ ଏନେଇ ଆଜି ବୈଠକରେ ବିଦ୍ୟାଳୟର ନୂତନ ପରିଚାଳନା କମିଟି ସଭାପତି ଶିବ ପ୍ରସାଦ ପାତ୍ର ଓ ସମ୍ପାଦକ ଅଜିତ କୁମାର ସାହୁଙ୍କୁ ସର୍ଵସନ୍ନମତି କ୍ରମେ ଦାଇତ୍ୱ ଦିଆଯାଇଛି।ନୂତନ ଦାଇତ୍ୱ ଗ୍ରହଣ ପରେ ବିଦ୍ୟାଳୟରେ ଶୈକ୍ଷିକ ପରିବେଶ ଓ ଭିତ୍ତିଭୂମି ବିକାଶ କରିବା ଦିଗରେ ସମସ୍ତ ପ୍ରଚେଷ୍ଟା ଜାରି ରଖିବାକୁ ସମ୍ପାଦକ ଶ୍ରୀ ସାହୁ କହିଛନ୍ତି। ସମସ୍ତ ଉରଣତିମୂଳକ କାର୍ଯ୍ୟରେ ସମସ୍ତଙ୍କ ସହଭାଗିତା ଓ ସାହାର୍ଯ୍ୟ ସହାନୁଭୂତି ରହିବା ନେଇ ସଭାପତି ଶ୍ରୀ ପାତ୍ର ମତ ପ୍ରକାଶ କରିଛନ୍ତି। ଏଥିସହିତ ବିଦ୍ୟାଳୟର ସମସ୍ତ କାର୍ଯ୍ୟ ସୁରୁଖୁରୁରେ ପରିଚାଳନା କରିବା ନେଇ ମନୋନୀତ ସଦସ୍ୟମାନେ ମତ ପ୍ରକାଶ କରିଥିଲେ।

ଚିଲିକାରାଣୀ ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ଲେପଟନାଣ୍ଟ ଲକ୍ଷ୍ମୀପ୍ରିୟା ଚାନ୍ଦଙ୍କର ଦର୍ଶନ ଶାସ୍ତ୍ରରେ ପିଏଚ୍‌ଡି ଲାଭ

January 24, 2026

ରଣପୁରରେ ବନ୍ଦେ ମାତରମ ସଙ୍ଗୀତ ଗାନ ପ୍ରତିଯୋଗିତା: ଉପକନିଷ୍ଠ ବିଭାଗରେ ସନ୍ଦୀପ ପ୍ରଥମ

January 20, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୪ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

January 20, 2026

ଗୋଦାବରୀଶ ମହାବିଦ୍ୟାଳୟରେ ମହିଳା ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ଉଦ୍ ଯାପିତ 

January 19, 2026
Latest News

ଦଳ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ନସିମୁଦ୍ଦିନ ସିଦ୍ଦିକି: ମନାଇବାକୁ ଯିବେ ଅଜୟ ରାୟ

January 24, 2026

ବାଂଲାଦେଶର ବଦଳକାରୀ ଦଳ ଘୋଷଣା ICC: ଟି-୨୦ ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ଏହି ଦେଶ

January 24, 2026

୭୭ତମ ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 

January 24, 2026

ଲେପଟନାଣ୍ଟ ଲକ୍ଷ୍ମୀପ୍ରିୟା ଚାନ୍ଦଙ୍କର ଦର୍ଶନ ଶାସ୍ତ୍ରରେ ପିଏଚ୍‌ଡି ଲାଭ

January 24, 2026

ଜାନୁଆରୀ ୨୭ ରେ ବ୍ୟାଙ୍କ କର୍ମଚାରୀମାନଙ୍କ ଧର୍ମଘଟ!: ତିନି ଦିନ ପାଇଁ ବାଧାପ୍ରାପ୍ତ ହେବ ବ୍ୟାଙ୍କ ସେବା 

January 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.