Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ଚିଲିକାରାଣୀ ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠିତ: ଜାଣନ୍ତୁ କିଏ ହେଲେ ସଭାପତି ଓ ସମ୍ପାଦକ?
ଆଞ୍ଚଳିକ

ବାଲୁଗାଁ ଚିଲିକାରାଣୀ ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠିତ: ଜାଣନ୍ତୁ କିଏ ହେଲେ ସଭାପତି ଓ ସମ୍ପାଦକ?

March 28, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ଆଜି ପୂର୍ବାହ୍ନରେ ଅଧ୍ୟକ୍ଷ ନୀଳାଦ୍ରି ଭୂଷଣ ବେହେରାଙ୍କ ପୌରହିତ୍ୟରେ
ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ସଭାଗୃହରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଅଣଶିକ୍ଷକ, ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ନୂତନ ପରିଚାଳନା କମିଟି ସଭାପତି ଭାବେ ଶିବ ପ୍ରସାଦ ପାତ୍ର ଓ ସମ୍ପାଦକ ଭାବେ ଅଜିତ କୁମାର ସାହୁଙ୍କୁ ଦାଇତ୍ୱ ଦିଆଯାଇଛି।

ସୂଚନା ଥାଉକି ଦୀର୍ଘ ଦିନ ଧରି ବିଦ୍ୟାଳୟ ପରିଚାଳନା କମିଟି ଏବଂ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ,କର୍ମଚାରୀଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥ‌ିବାରୁ ବିଭିନ୍ନ ସମସ୍ୟା ଦେଇ ଗତିକରୁଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ କହିଥିଲେ। ସମସ୍ୟାର ସମାଧାନ ପାଇଁ ବହୁବାର ବୈଠକ ଅନୁଷ୍ଠିତ ହୋଇଥିବାବେଳେ ପୂର୍ବତନ ପରିଚାଳନା କମିଟି ସଭାପତି, ସମ୍ପାଦକଙ୍କ ସମେତ ପ୍ରାୟତଃ ସଦସ୍ୟଙ୍କ ଅନୁପ‌ସ୍ଥିତ ଯୋଗୁଁ ଅଶାନ୍ତ ବାତାବରଣ ଦେଖାଯାଇଥିଲା।ଏପରିକି ସଭାପତି, ସମ୍ପାଦକ ଏବଂ ଏକାଧିକ କାର୍ଯ୍ୟକାରିଣୀ ସଦସ୍ୟ ଅନୁପସ୍ଥିତ ରହୁଥିବା କାରଣରୁ ନିୟମାନୁସାରେ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନା ସମ୍ଭବ ହେଇପାରୁନଥିବା ଅଧ୍ୟକ୍ଷ ଶ୍ରୀ ବେହେରା କହିଛନ୍ତି।ଯାହାଫଳରେ ବିଦ୍ୟାଳୟକୁ ସମସ୍ୟା ଦୂର କରିବା ନେଇ ନୂତନ କମିଟି ଗଠନ ପାଇଁ ଅଭିଭାବକମାନେ ଦାବି କରିଥିଲେ।

ଏହି ପରିପ୍ରେକ୍ଷୀରେ ସର୍ଵସମ୍ମତି କ୍ରମେ ପୂର୍ବରୁ ଗୃହୀତ ଥିବା ପରିଚାଳନା କମିଟିକୁ ପ୍ରତ୍ୟାହୃତ କରି ନୂତନ କମିଟି କରିବାକୁ ନିଷ୍ପତ୍ତି ନିଆଯାଇଥିଲା।ଏହିପରିପ୍ରେକ୍ଷୀରେ ନୂତନ କମିଟି ଗଠନ ହେବା ପର୍ଯ୍ୟନ୍ତ ଅଭିଭାବକ ଓ ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ନେଇ ଏକ ଗତ ଫେବୃଆରୀ ୧୬ ତାରିଖରେ ୭ ଜଣିଆ ଅସ୍ଥାୟୀ କମିଟି ଗଠନ କରାଯାଇଥିଲା। ଯେଉଁଥିରେ ଅଧ୍ୟକ୍ଷ ନୀଳାଦ୍ରୀ ଭୂଷଣ ବେହେରା, ଶିବରାମ ପାତ୍ର, ଅଜିତ କୁମାର ସାହୁ, ରାଜୀବ କୁମାର ସେନାପତି, ଧୀରେନ୍ଦ୍ର କୁମାର ପ୍ରଧାନ, ବିଦ୍ୟାଧର ସାହୁ, ଚିନ୍ମୟୀ ପଟ୍ଟନାୟକ, ମଧୁବାଳା ବଳିଆରସିଂ ପ୍ରମୁଖ ମନୋନୀତ ହୋଇଥିଲେ।

ତେବେ ଏନେଇ ଆଜି ବୈଠକରେ ବିଦ୍ୟାଳୟର ନୂତନ ପରିଚାଳନା କମିଟି ସଭାପତି ଶିବ ପ୍ରସାଦ ପାତ୍ର ଓ ସମ୍ପାଦକ ଅଜିତ କୁମାର ସାହୁଙ୍କୁ ସର୍ଵସନ୍ନମତି କ୍ରମେ ଦାଇତ୍ୱ ଦିଆଯାଇଛି।ନୂତନ ଦାଇତ୍ୱ ଗ୍ରହଣ ପରେ ବିଦ୍ୟାଳୟରେ ଶୈକ୍ଷିକ ପରିବେଶ ଓ ଭିତ୍ତିଭୂମି ବିକାଶ କରିବା ଦିଗରେ ସମସ୍ତ ପ୍ରଚେଷ୍ଟା ଜାରି ରଖିବାକୁ ସମ୍ପାଦକ ଶ୍ରୀ ସାହୁ କହିଛନ୍ତି। ସମସ୍ତ ଉରଣତିମୂଳକ କାର୍ଯ୍ୟରେ ସମସ୍ତଙ୍କ ସହଭାଗିତା ଓ ସାହାର୍ଯ୍ୟ ସହାନୁଭୂତି ରହିବା ନେଇ ସଭାପତି ଶ୍ରୀ ପାତ୍ର ମତ ପ୍ରକାଶ କରିଛନ୍ତି। ଏଥିସହିତ ବିଦ୍ୟାଳୟର ସମସ୍ତ କାର୍ଯ୍ୟ ସୁରୁଖୁରୁରେ ପରିଚାଳନା କରିବା ନେଇ ମନୋନୀତ ସଦସ୍ୟମାନେ ମତ ପ୍ରକାଶ କରିଥିଲେ।

ଚିଲିକାରାଣୀ ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

IPL ର ପ୍ରଥମ ମ୍ୟାଚରେ ବଡ଼ ସଫଳତା ହାସଲ କରିବେ ବିରାଟ କୋହଲି: ମାତ୍ର ୨୯ ଆବଶ୍ୟକ

March 28, 2026

କେରଳ ବିଧାନସଭା ନିର୍ବାଚନ: ​​ସମାନ ନାମର ଅନେକ ପ୍ରାର୍ଥୀ ସୃଷ୍ଟି କରୁଛନ୍ତି ଦ୍ୱନ୍ଦ୍ୱ

March 28, 2026

ନେପାଳରେ ରାଜନୈତିକ ଉତ୍ତେଜନା!: ବାଲେନ ଶାହ ଶପଥ ନେବା ମାତ୍ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ

March 28, 2026

ସୂଚନାର ସମୟୋଚିତ, ସ୍ୱଚ୍ଛ ଏବଂ ସୁଲଭ ପ୍ରସାରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ପିଆଇବି ଏଡିଜି

March 28, 2026

Reliance Digital: ରିଲାଏନ୍ସ ଡିଜିଟାଲ ପକ୍ଷରୁ ଉତ୍କଳ ଦିବସ ପାଇଁ ସ୍ୱତନ୍ତ୍ର ଫେଷ୍ଟିଭ ଅଫର୍‌ର ଶୁଭାରମ୍ଭ

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.