Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ମହାବିଦ୍ୟାଳୟରେ ଯୁବ ଲେଖକ ସମ୍ମିଳନୀ
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ଯୁବ ଲେଖକ ସମ୍ମିଳନୀ

April 11, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଓଡ଼ିଆ ପକ୍ଷ ପାଳନ ପରିପ୍ରେକ୍ଷୀରେ ଅପ୍ରେଲ ଏକ ତାରିଖରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଓଡ଼ିଆ ପକ୍ଷର ଆଜି ଯୁବ ଲେଖକ ସମ୍ମିଳନୀ ଆୟୋଜିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଗୋଦାବରୀଶ ମହାବିଦ୍ୟାଳୟର ପ୍ରାକ୍ତନ ରାଜନୀତି ବିଜ୍ଞାନ ମୁଖ୍ୟ ଲକ୍ଷ୍ମୀ ପ୍ରସାଦ ମିଶ୍ର, ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ଡକ୍ଟର ସନ୍ତୋଷ କୁମାର ରଥ ଓ ଅଧ୍ୟାପିକା ଝରଣା ନାଥ ଯୋଗଦେଇ ମହାବିଦ୍ୟାଳୟର ନବ ପ୍ରତିଭା ମାନଙ୍କୁ ନିରନ୍ତର ଲେଖନୀ ଚାଳନା କରିବାକୁ ଅନୁପ୍ରେରିତ କରିଥିଲେ। ଡକ୍ଟର ସନ୍ତୋଷ କୁମାର ରଥ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୀବନ ଓ ଦର୍ଶନ ସମ୍ପର୍କରେ ଆଲୋଚନା କରିବା ସହ ତାଙ୍କ ସାରସ୍ୱତ ସୃଷ୍ଟିର ନିର୍ଯାସ ଉପସ୍ଥାପନା କରିଥିଲେ।

କାର୍ଯ୍ୟକ୍ରମ ଟିକୁ ସଂଯୋଜନା କରିଥିଲେ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା।  ପ୍ରାରମ୍ଭରେ ଅଧ୍ୟକ୍ଷ ଡଃ ଲଷ୍ମୀଧର ସୁବୁଦ୍ଧି ଶିକ୍ଷାର୍ଥୀମାନଙ୍କର ସର୍ଜନଶୀଳତା ବିକାଶ ପାଇଁ ପରାମର୍ଶ ଦେବା ସହ ଓଡ଼ିଆ ସାହିତ୍ୟିକମାନଙ୍କର ବିଭିନ୍ନ କାଳଜୟୀ ପଂକ୍ତି ଉପସ୍ଥାପନ କରିଥିଲେ।

ଏହି ଅବସରରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଅଧ୍ୟାପକ ଲଷ୍ମୀପ୍ରସାଦ ମିଶ୍ର,ଡଃ ଲଷ୍ମୀଧର ସୁବୁଦ୍ଧି, ଡଃ କୈଳାସ ଚନ୍ଦ୍ର ମହାରଣା, ଅଧ୍ୟାପିକା ଝରଣା ନାଥ, ଶୁଭଦର୍ଶିନୀ ବିଶ୍ୱାଳ, କୀର୍ତ୍ତିମୟୀ ବାରିକ, ବିମଳ କୁମାର ପଣ୍ଡା,ସ୍ନିଗ୍ଧା ରାଣୀ ମୁଦୁଲି,ସୋନାଲି କରଣ, ଗାୟତ୍ରୀ ମହାରଣା ପ୍ରମୁଖ ବହୁ ଛାତ୍ର ଛାତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ।

ଏହି ଅବସରରେ ଆୟୋଜିତ ଆଲୋଚନା ଚକ୍ରରେ ଅଧ୍ୟାପକ ଧୋବୀ ଚରଣ ପରିଡ଼ା,ଅଧ୍ୟାପିକା ସ୍ୱାତୀ ସ୍ଵାଗତିକା ସାହୁ, ପ୍ରିୟମ୍ବଦା ମହାପାତ୍ର ଅଂଶ ଗ୍ରହଣ କରିଥିଲେ।  ଅଧ୍ୟାପିକା ସ୍ନିଗ୍ଧା ରାଣୀ ମୁଦୁଲି ଅନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

ଓଡ଼ିଆ ପକ୍ଷ ବାଲୁଗାଁ ମହାବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପି ସେବାପକ୍ଷ ଉପଲକ୍ଷେ ବାଣପୁରରେ ରକ୍ତଦାନ ଶିବିର

September 26, 2025

ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ, ସ୍ୱାସ୍ଥ୍ୟ ଯାଞ୍ଚ କଲେ ୨୧୮ ପୁରୁଷ ଓ ମହିଳା

September 24, 2025

ଡ‌ଇଁଚା ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷ ରୋପଣ

September 24, 2025

ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର

September 24, 2025
Latest News

ଭାରତ ପାଇଁ “ଖୁସି ଖବର”: ଆଣ୍ଡାମାନ ସାଗରରେ ମିଳିଲା ପ୍ରାକୃତିକ ଗ୍ୟାସ ଭଣ୍ଡାର

September 27, 2025

ବରେଲି ହିଂସା ମାମଲାରେ ମୌଲାନା ତୌକିର ରାଜା ଗିରଫ, ୧୪ ଦିନ ପାଇଁ ଗଲେ ଜେଲ

September 27, 2025

ମୋଦି ସରକାର ନେଇପାରନ୍ତି ବଡ ପଦକ୍ଷେପ, ଯାହା ଶଶି ଥରୁରଙ୍କୁ ହେବ ବଡ ଲାଭ, ଜାଣନ୍ତୁ କ’ଣ?

September 27, 2025

ନବରାତ୍ରିରେ ସୁନା କିଣିବା କଷ୍ଟକର!: ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚିଲା ସୁନାର ମୂଲ୍ୟ

September 27, 2025

ସେପଟେ ରୋଡ୍ ଶୋ କାର୍ଯ୍ୟକ୍ରମ ପୂର୍ବରୁ ହଠାତ ସଭାସ୍ଥଳରେ ପହଞ୍ଚିଲେ ମୋଦୀ!: କିନ୍ତୁ ତାପରେ…..

September 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.