Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ
ଆଞ୍ଚଳିକ

ଚିଲିକାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ

April 11, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଚିଲିକା: ଆଜି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଐତିହାସିକ ପଦକ୍ଷେପ ସୂରୁପ କଟକ ବାଲିଯାତ୍ରା ପଡ଼ିଆ ଠାରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଓ ମୁଖ୍ୟମନ୍ତ୍ରୀ ମୋହନ ଚ଼ରଣ ମାଝୀଙ୍କ ଦ୍ବାରା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଭାରତ ବୟୋବନ୍ଦନା ଯୋଜନାର ଶୁଭାରମ୍ଭ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଚ଼ିଲିକା ବିଧାନସଭା କ୍ଷେତ୍ରର ସାତ ଗୋଟି ସ୍ଥାନରେ ଉକ୍ତ ଯୋଜନାର ଶୁଭାରମ୍ଭ ହୋଇଯାଇଛି। ଚିଲିକା ବ୍ଲକର ଚାରି ଗୋଟି ସ୍ଥାନ ଏବଂ ବାଣପୁର ବ୍ଲକର ତିନି ଗୋଟି ସ୍ଥାନରେ ଉକ୍ତ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚିଲିକା ବ୍ଲକର ଜରିପଡ଼ା ପଞ୍ଚାୟତ ଅନ୍ତର୍ଗତ ଦାଶରଥି ଉଚ୍ଚ ବିଦ୍ୟାଳୟରେ, ଚାଷଙ୍ଗରା ପଞ୍ଚାୟତର ବୋରିଆ ସାହି ବାତ୍ୟା ଆଶ୍ରୟସ୍ଥଳି, ସାନନଈରୀ ପଞ୍ଚାୟତର ସାନନଈରୀ ବାତ୍ୟା ଆଶ୍ରୟସ୍ଥଳି ଏବଂ ସୋରଣ ପଞ୍ଚାୟତର ବେଣାଗଡିଆ ବାତ୍ୟା ଆଶ୍ରୟସ୍ଥଳି ରେ ଉକ୍ତ ଯୋଜନାର ଶୁଭାରମ୍ଭ ହୋଇଯାଇଛି। ଦାଶରଥି ଉଚ୍ଚ ବିଦ୍ୟାଳୟରେ ଅତିଥି ଭାବେ ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରା, ବିଡିଓ ପୁନମ ମହାପାତ୍ର,ଖୋର୍ଦ୍ଧା ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା ଯୋଗଦେଇଥିବା ବେଳେ ବୋରିଆ ସାହି ବାତ୍ୟା ଆଶ୍ରୟସ୍ଥଳିରେ ଅତିଥିଭାବେ ମନ୍ତ୍ରୀଙ୍କ ନିର୍ଦେଶକ୍ରମେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁମନ୍ତ ପଟ୍ଟନାୟକ, ଦିଲ୍ଲୀପ ପଟ୍ଟନାୟକ, ଚିଲିକା ତହସିଲଦାର କାଁହୁଚରଣ ଘଡେଇ, ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ ଯୋଗଦେଇଥିଲେ।

ଅନୁରୂପଭାବେ ବେଣାଗଡିଆ ବାତ୍ୟା ଆଶ୍ରୟସ୍ଥଳିରେ ଅତିଥିଭାବେ ଚିଲିକା ବ୍ଲକ ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ ଏବଂ ସାନନଈରୀ ବାତ୍ୟା ଆଶ୍ରୟସ୍ଥଳିରେ ଅତିଥିଭାବେ ପୁରୀ ସାଂସଦଙ୍କ ପ୍ରତିନିଧି ଦୀନବନ୍ଧୁ ସାହୁ ଏବଂ ବାଲୁଗାଁ ମେଡିକାଲ ଅଧିକାରୀ ଡାକ୍ତର ସଂଗ୍ରାମ ସାହୁ ଯୋଗଦେଇ ହିତାଧିକାରୀଙ୍କୁ ନୂତନ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରିଥିଲେ। ଉକ୍ତ ଚାରି ଗୋଟି ସ୍ଥାନରେ ସମୁଦାୟ ଦଶ ଜଣ ଲେଖାଏଁ ଚାଳିଶି ଜଣ ହିତାଧିକାରୀଙ୍କୁ ଉକ୍ତ କାର୍ଡ ପ୍ରଦାନ କରାଯାଇଥିଲା।

ସେହିପରି ଭାବେ ବାଣପୁର ବ୍ଲକର ତିନି ଗୋଟି ସ୍ଥାନ ଯଥାକ୍ରମେ ହଳନ୍ଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ନୀଳାଦ୍ରିପ୍ରସାଦ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ସୁନାଖେଳା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନିକଟସ୍ଥ ନାଚୁଣୀ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟ ପଡିଆରେ ଉକ୍ତ ଯୋଜନାର ଶୁଭାରମ୍ଭ ହୋଇଯାଇଛି। ହଳନ୍ଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଅତିଥିଭାବେ ସମାଜସେବୀ ଦୁଷ୍ମନ୍ତ ହରିଚନ୍ଦନ,ପୁରୀ ସାଂସଦଙ୍କ ପ୍ରତିନିଧି ଜଗନ ପାଟ୍ଟଶାଣୀ, ବାଣପୁର ବ୍ଲକ ଏବିଡ଼ିଓ ଯୋଗେନ୍ଦ୍ର ମହାକୁଳ, ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିଗମାନନ୍ଦ ନନ୍ଦ ଯୋଗଦେଇଥିବା ବେଳେ ନୀଳାଦ୍ରିପ୍ରସାଦ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଅତିଥିଭାବେ ସମାଜସେବୀ ଜିତେନ୍ଦ୍ର ଭୋଳ, ଆଇନ ମନ୍ତ୍ରୀଙ୍କ ପ୍ରତିନିଧି ଦିଲ୍ଲୀପ ହୋତା, ତହସିଲଦାର ଟି.ପଦ୍ମନାଭ ଦୋରା,ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ ଆଦି ଯୋଗଦେଇଥିଲେ।

ସେହିପରି ଭାବେ ନାଚୁଣୀ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟରେ ଅତିଥିଭାବେ ପୂର୍ବତନ ଚିଲିକା ବିଧାୟକ ଡାକ୍ତର ବିଭୁତି ଭୂଷଣ ହରିଚନ୍ଦନ, ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ, ବାଣପୁର ମେଡିକାଲ ଅଧିକାରୀ ଡାକ୍ତର ସଞ୍ଜୟ ମହାନ୍ତି ଆଦି ଯୋଗଦେଇ ହିତାଧିକାରୀଙ୍କୁ ନୂତନ କାର୍ଡ ପ୍ରଦାନ କରିଥିଲେ। ଉକ୍ତ ଚତିନି ଗୋଟି ସ୍ଥାନରେ ସମୁଦାୟ ଦଶ ଜଣ ଲେଖାଏଁ ତିରିଶି ଜଣ ହିତାଧିକାରୀଙ୍କୁ ଉକ୍ତ କାର୍ଡ ପ୍ରଦାନ କରାଯାଇଥିଲା। ସମସ୍ତ ସ୍ଥାନରେ ସ୍ୱାସ୍ଥ୍ୟ ଚେତନା ରଥର ଶୁଭାରମ୍ଭ ହୋଇଥିଲା ଯାହାକି ଗ୍ରାମ ଗ୍ରାମ ବୁଲି ସଚେତନ କରିବ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଚିଲିକା ସ୍ବାସ୍ଥ୍ୟ ସେବା
Share. Facebook Twitter LinkedIn Email WhatsApp Copy Link

Related Posts

ନାକଟିଦେଉଳ ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

February 2, 2026

ବାଲୁଗାଁ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦର ବାର୍ଷିକ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ

January 31, 2026

ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା

January 31, 2026

ଛତ୍ରପୁର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ

January 31, 2026
Latest News

ଆମେରିକୀୟ କୃଷକଙ୍କୁ ସମୃଦ୍ଧ କରିବ ବାଣିଜ୍ୟ ଚୁକ୍ତି: ଆମେରିକା ସଚିବଙ୍କ ଦାବିର ଜବାବ ଦେଲା ଭାରତ

February 3, 2026

ବର୍ତ୍ତମାନ କେଉଁ ଦେଶ ଉପରେ ରହିଛି ସର୍ବାଧିକ ଆମେରିକା ଶୁଳ୍କ: କେଉଁଠି ଭାରତର ସ୍ଥାନ?

February 3, 2026

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

୫୦୦% ଶୁଳ୍କ ଧମକ ଦେଇଥିବା ଆମେରିକା ନେତା, ଏବେ ଭାରତ ଉପରେ କହିଲେ…

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.