Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଖୋର୍ଦ୍ଧାରେ ଓଡିଆ ନବ ବର୍ଷ ପାଳିତ, ବିଭିନ୍ନ ପ୍ରତିଯୋଗୀତାରେ ଯେଉଁମାନେ ଜିତିଲେ ଦେଖନ୍ତୁ ତାଙ୍କ ତାଲିକା
ଆଞ୍ଚଳିକ

ଖୋର୍ଦ୍ଧାରେ ଓଡିଆ ନବ ବର୍ଷ ପାଳିତ, ବିଭିନ୍ନ ପ୍ରତିଯୋଗୀତାରେ ଯେଉଁମାନେ ଜିତିଲେ ଦେଖନ୍ତୁ ତାଙ୍କ ତାଲିକା

April 14, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଝୋଟି ଓ ଚିତା,ହୁଳୁହୁଳୀ, ମୁରୁଜ

ଖୋର୍ଦ୍ଧା: ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ଓଡ଼ିଆ ନବବର୍ଷ ଖୋର୍ଦ୍ଧା ବିଜେବି ଉଚ୍ଚ ବିଦ୍ୟାଳୟ ଠାରେ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ବେଉରା,ସମ୍ମାନନୀୟ ଅତିଥିଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ଖୋର୍ଦ୍ଧା ଶ୍ରୀଯୁକ୍ତ ଜ୍ୟୋତି ଶଙ୍କର ସାହୁ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ରବି ସେନାପତି, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀଯୁକ୍ତ ଶ୍ୟାମଳେନ୍ଦୁ ନାୟକ ଯୋଗ ଦେଇଥିଲେ।

ସେହିପରି ଡେପୁଟି କଲେକ୍ଟର ଟି.ଟୁଲୀଆମା,ଡେପୁଟି କଲେକ୍ଟର ଶ୍ରୀଯୁକ୍ତ ରଞ୍ଜନ ମହାନ୍ତି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରଶ୍ମିବାଳା ପରିଡା ,ଅତିରିକ୍ତ ଜିଲ୍ଲା କଲ୍ୟାଣ ଅଧିକାରୀ ଶ୍ରୀମତୀ ସୁଷମା ମହାନ୍ତି, ସହକାରୀ ଜିଲ୍ଲାପାଳ କ୍ରିଷ୍ଣା କୁମାର ଜେନା ଓ ଭୁବନେଶ୍ୱରୀ କଂହର ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟାନ୍ୟ ଅଧିକାରୀ, ବରିଷ୍ଠ ନାଗରିକ, ବିଭିନ୍ନ ଅନୁଷ୍ଠାନ ର ସଦସ୍ୟ, ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟ, ଅଙ୍ଗନବାଡି କର୍ମୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ, ଚୌଧୁରୀ ଅରବିନ୍ଦ ଦାସ ଏହାର ଆୟୋଜନ ସହ ପରିଚାଳନା କରିଥିଲେ।

ଏହି ଅବସରରେ ମହିଳା ମାନଙ୍କ ମଧ୍ୟରେ ଝୋଟି ଓ ଚିତା,ହୁଳୁହୁଳୀ, ମୁରୁଜ ଓ ପିଠା ପଣା ଆଦି ପ୍ରତିଯୋଗିତା ଆୟୋଜିତ ହୋଇଥିଲା ଓ ନିମ୍ନ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇ ଥିଲା। ସେହିଭଳି ଏହି କାର୍ଯ୍ୟକ୍ରମରେ ପଣା ମଧ୍ୟ ବଣ୍ଟନ କରାଯାଇଥିଲା।

ପିଠା ପଣା ପ୍ରତିଯୋଗିତାର ଫଳାଫଳ –
ପ୍ରଥମ ସ୍ଥାନ -ଖୋର୍ଦ୍ଧା ପ୍ରକଳ୍ପ
ଦ୍ଵିତୀୟ ସ୍ଥାନ -ଜଟଣୀ ପ୍ରକଳ୍ପ
ତୃତୀୟ ସ୍ଥାନ -ବାଲିଅନ୍ତା ପ୍ରକଳ୍ପ

ଝୋଟି ଓ ଚିତା ପ୍ରତିଯୋଗିତା ଫଳାଫଳ
ପ୍ରଥମ ସ୍ଥାନ -ସୁଜାତା ରାଉତରାୟ -ଜଙ୍କିଆ
ଦ୍ଵିତୀୟ ସ୍ଥାନ -ଶିବାନୀ ବାରିକ -ବାଣପୁର
ତୃତୀୟ ସ୍ଥାନ -ପ୍ରିୟଦର୍ଶିନୀ ପ୍ରଧାନ -ଚିଲିକା

ମୁରୁଜ ପ୍ରତିଯୋଗିତା ଫଳାଫଳ –
ପ୍ରଥମ ସ୍ଥାନ -ଭା୍ନୁପ୍ରିୟା ବେହେରା -ବେଗୁନିଆ
ଦ୍ଵିତୀୟ ସ୍ଥାନ -ପୁଷ୍ପିତା ଭୋଳ -ଟାଙ୍ଗୀ
ତୃତୀୟ ସ୍ଥାନ -ଦେବଯାନୀ ଦାଶ -ଖୋର୍ଦ୍ଧା

ହୁଳୁହୁଳି ପ୍ରତିଯୋଗିତା ଫଳାଫଳ –
ପ୍ରଥମ ସ୍ଥାନ -ସାଗରିକା ଦାଶ -ଜଟଣୀ
ଦ୍ଵିତୀୟ ସ୍ଥାନ -ସୁଜାତା ଜେନା -ଭୁବନେଶ୍ୱର ଗ୍ରାମାଞ୍ଚଳ
ତୃତୀୟ ସ୍ଥାନ -ପ୍ରତିମା ଖଟୁଆ -ଜଟଣୀ ବ୍ଲକ

ଓଡ଼ିଆ ନବବର୍ଷ ଖୋର୍ଦ୍ଧା
Share. Facebook Twitter LinkedIn Email WhatsApp Copy Link

Related Posts

ରାଷ୍ଟ୍ରୀୟ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା

February 13, 2026

ରଣପୁର: ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଯାପିତ

February 13, 2026

ରଙ୍କନାଥ ଦେବଙ୍କ ପୀଠରେ ହନୁମାନ ଚାଳିଶା ଯଜ୍ଞ: ମନ୍ଦିର ଉନ୍ନୟନ ପ୍ରକଳ୍ପ ଉଦଘାଟନ କରିବେ ଆଇନ ମନ୍ତ୍ରୀ

February 12, 2026

ଚିଲିକା: ଭିବି ରାମଜି ଅଧୀନରେ ବ୍ଲକ୍ ସ୍ତରୀୟ ସାଧାରଣ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

February 11, 2026
Latest News

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ୱାଲଟେୟାର ମଣ୍ଡଳର ପ୍ରମୁଖ ସେକ୍ସନ ଗୁଡିକର ନୀରିକ୍ଷଣ

February 14, 2026

ଆଜି ଆସାମ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

February 14, 2026

ଯାତ୍ରୀ ସୁରକ୍ଷା ଖର୍ଚ୍ଚକୁ ୧,୧୭,୬୯୩ କୋଟିକୁ ବୃଦ୍ଧି କଲା ଭାରତୀୟ ରେଳବାଇ

February 14, 2026

୨୦୨୬ ଟି୨୦ ବିଶ୍ୱକପର ଚାମ୍ପିଅନ୍ ହେବ ଟିମ୍ ଇଣ୍ଡିଆ!: ସେହୱାଗଙ୍କ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ

February 14, 2026

ବିଜେପିରେ ସାମିଲ ହେଲେ ଜିଲ୍ଲା ପରିଷଦ ସଦସ୍ୟ, ସରପଂଚ, ଜନପ୍ରତିନଧି ଏବଂ ବିଜେଡି ନେତା ଓ କର୍ମୀ

February 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.