
ବାଲୁଗାଁ: ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଟାଙ୍ଗୀ ରେଞ୍ଜ ଅବକାରୀ ନିରୀକ୍ଷକ ରାଧାକାନ୍ତ ଭୋଇଙ୍କ ତତ୍ୱବାଧାନରେ ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲିଙ୍କ ନେତୃତ୍ୱରେ ବାଲୁଗାଁ ତଥା ନିକଟବର୍ତ୍ତୀ ଅଞ୍ଚଳରେ ଚଢ଼ାଉ କରି ୪୨ ଲିଟର ଦେଶୀମଦ ଜବତ କରିବାସହ ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବଡ଼କୁଳ ଗ୍ରାମର ରାମଚନ୍ଦ୍ର ସାହୁ (୪୬), କୃଷ୍ଣ ମୋହନ ସାହୁ (୫୮) ଓ ବ୍ରଜରାଜପୁର ଗ୍ରାମର କେଦାର ବେହେରା (୫୬)।
ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ୨୮/୨୫-୨୬, ୨୯/୨୫-୨୬, ୩୦/୨୫-୨୬ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଅଧିକାରୀ ଶ୍ରୀ ମୁଦୁଲି କହିଛନ୍ତି।
ଏହି ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ଶ୍ରୀ ମୁଦୁଲିଙ୍କ ସମେତ ଏସଆଇ ସୁନିତା ମହାରଣା, ସଞ୍ଜୟ କୁମାର ସୁବୁଦ୍ଧି, କନେଷ୍ଟବଳ ଅଶେଷ ପ୍ରଧାନ, ରଞ୍ଜିତ ପଟେଲ, କାଳୁ ପ୍ରଧାନ ପ୍ରମୁଖ ସାମିଲ ଥିଲେ।
Tags: ଦେଶୀମଦ ଜବତ, ବାଲୁଗାଁ