ହରିପୁର: ରୁଦ୍ର ମହାଯଜ୍ଞ ଓ ଅଷ୍ଟତ୍ରିଂଶ ଶମ୍ଭୁ ମିଳନ ପର୍ବର ପ୍ରସ୍ତୁତି ବୈଠକରେ ଯୋଗ ଦେଲେ ଆଇନ ମନ୍ତ୍ରୀ

Published: May 19, 2025, 5:35 pm IST

ଚ଼ିଲିକା: ଆଜି ଚ଼ିଲିକା ବ୍ଲକ ସମ୍ମିଳନୀ କକ୍ଷ ଠାରେ ହରିପୁର ଶାସନ ଗ୍ରାମର ଆରାଧ୍ୟ ଦେବତା ପଶ୍ଚିମାଭିମୁଖୀ ମହାଶମ୍ଭୁ ଶ୍ରୀ ଶ୍ରୀ ଶ୍ରୀ ବାବା ପ୍ରତାପେଶ୍ବର ମହାଦେବଙ୍କ ରୁଦ୍ର ମହାଯଜ୍ଞ ଓ ଅଷ୍ଟତ୍ରିଂଶ ଶମ୍ଭୁ ମିଳନ ପର୍ବ ନିମନ୍ତେ ଆୟୋଜିତ ପ୍ରସ୍ତୁତି ବୈଠକରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ବିଭିନ୍ନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚ଼ନା କରିଥିଲେ।

ଉକ୍ତ ବୈଠକରେ ସପ୍ତଦିବସ ବ୍ୟାପୀ ଅନୁଷ୍ଠିତ ହେଉଥିବା ରୁଦ୍ର ମହାଯଜ୍ଞ ସମୟରେ ନିରବିଛିନ୍ନ ଭାବେ ବିଦ୍ୟୁତ ସେବା, ପାନୀୟ ଜଳ, ଆଇନଶୃଙ୍ଖଳା, ଟ୍ରାଫିକ୍ ବ୍ୟବସ୍ଥା, ମହାଶମ୍ଭୁ ମାନଙ୍କ ଆଗମନ ଏବଂ ସୁରୁଖୁରୁରେ ରୁଦ୍ର ମହାଯଜ୍ଞ ସମାପନ କରିବା ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟନିର୍ବାହ କରିବା ପାଇଁ ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ପରାମର୍ଶ ପ୍ରଦାନ କରିଥିଲେ।

ଏହି ବୈଠକରେ ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ଚ଼ିଲିକା ବ୍ଲକ ବିଡ଼ିଓ ସୁପୁନମ୍ ମହାପାତ୍ର, ଚ଼ିଲିକା ତହସିଲଦାର କାହ୍ନୁଚରଣ ଘଡ଼ାଇ, ଚ଼ିଲିକା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋହନ ପଟ୍ଟନାୟକ, ହରିପୁର ଗ୍ରା:ପର ସରପଞ୍ଚ ଗୀତାଞ୍ଜଳି ବେହେରା, ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସମେତ ହରିପୁର ଗ୍ରାମର ପ୍ରମୁଖ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ।

Related posts