Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପ୍ରାନ୍ତପାଳଙ୍କ ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପରିଦର୍ଶନ
ଆଞ୍ଚଳିକ

ପ୍ରାନ୍ତପାଳଙ୍କ ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପରିଦର୍ଶନ

June 4, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ଆଜି ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପରିଦର୍ଶନରେ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଯଜ୍ଞାଶିଷ ମହାପାତ୍ର ଆସିଥିଲେ। ଏହି ଅବସରରେ ରୋଟାରୀ ସ୍ବାବଲମ୍ବୀ ଯୋଜନାରେ ବାଣପୁର ପଲଟନ ପଡିଆରେ ବାଣପୁରର ଚନ୍ଦ୍ରଶେଖର ସାହୁଙ୍କୁ ସ୍ବାବଲମ୍ବୀ କରାଇବା ନିମନ୍ତେ ଏକ ଠେଲା ଗାଡି ବିନାମୂଲ୍ୟରେ ପ୍ରଦାନ କରିଥିଲେ। ସେହିପରି ପିଲାମାନଙ୍କ ସୂରକ୍ଷା ପାଇଁ ଅଲାଇଡିହସ୍ଥିତ ପଦ୍ମଚରଣ ହାଇସ୍କୁଲ ସାମନାରେ ଗାଡି ଚାଳକ ମାନଙ୍କ ଗତିକୁ ଧିମା କରିବା ନିମନ୍ତେ ଏକ ରୋଡ ଡିଭାଇଡର ପ୍ରଦାନ କରାଯାଇଥିଲା। ଏହାପରେ ଚିଲିକା କୂଳରେ କ୍ଳବ ତରଫରୁ ସ୍ଥାପନା କରାଯାଇଥିବା ବିଶ୍ବ ଶାନ୍ତି ସକାଶେ ଶାନ୍ତି ସ୍ତୁପର ଉଦଘାଟନ କରିଥିଲେ। ଏହା ସହିତ ଚିଲିକା ରୋଡ ପୂରୁଣା ଥାନା ସମ୍ମୁଖରେ ଗତ ଅକ୍ଷୟ ତୃତୀୟା ଠାରୁ ଅଦ୍ଯାବଧି ତୃଷାର୍ତ୍ତ ମାନଙ୍କୁ ଦହି ପଣା ବଣ୍ଟନର କାର୍ଯ୍ୟକ୍ରମରେ ଯୋଗଦାନ କରି ସ୍ବହସ୍ତରେ ପଣା ବଣ୍ଟନ କରିଥିଲେ।

ଶେଷରେ ଅଶୋକ ନଗର ସ୍ଥିତ ଉମାମହେଶ୍ବର ବଣିକ ସଂଘ ସଭା ଗୃହରେ ଅନୁଷ୍ଠିତ ସଭାରେ ଯୋଗଦାନ କରି ରୋଟାରୀର ଆବିମୁଖ୍ୟ କ’ଣ ଏବଂ ସାରା ବିଶ୍ବରେ ରୋଟାରୀର ଭୂମିକା ବିଷୟରେ ବିଷଦ ଭାବରେ ଆଲୋକପାତ କରିବା ସହିତ କ୍ଳବ ସଭାପତି ଶ୍ୟାମସୁନ୍ଦର ପୃଷ୍ଟି ଓ ସଂପାଦକ ଅଶୋକ କୁମାର ନାୟକଙ୍କୁ କ୍ଳବ ମାଧ୍ୟମରେ କରାଯାଇଥିବା କାର୍ଯ୍ୟକ୍ରମାନଙ୍କର ଭୂୟସୀ ପ୍ରଶଂସା କରିଥିଲେ।

ରବିନାରାୟଣ ନାୟକ ସ୍ବାଗତ ଭାଷଣ ରଖିଥିବା ବେଳେ ଧୀରେନ୍ଦ୍ରନାଥ ପାତ୍ର କବିତା ମାଧ୍ୟମରେ ପ୍ରାନ୍ତପାଳ କରିଥିବା ନୂଆ ନୂଆ କାର୍ଯକ୍ରମ ଯାହାକି ଅନ୍ତଃର୍ଜାତୀୟ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଥିବା ବିଷୟ ସବୁକୁ ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରିଥିଲେ। ଗୋପାଳ ଚନ୍ଦ୍ର ନାୟକ ପ୍ରାନ୍ତପାଳଙ୍କ ପରିଚୟ ପ୍ରଦାନ କରିଥିଲେ। ଅବସର ପ୍ରାପ୍ତ ଅଧ୍ୟକ୍ଷ କ୍ୟାପଟେନ ଭବାନୀ ପ୍ରସାଦ ହୋତା ଏବଂ ସି.ଏ. ସତୀଶ କୁମାର ସୁବୁଦ୍ଧି ନୂତନ ସଭ୍ୟ ଭାବରେ ଶପଥ ନେଇଥିଲେ। ଡ.ଚିନ୍ତାମଣୀ ମିଶ୍ର ନୂତନ ସଭ୍ୟମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଡ. ସୁନୀଲ କୁମାର ପଟ୍ଟନାୟକ ସଭା ପରିଚାଳନା କରିଥିଲେ।

ଶେଷରେ ସି.ଏ. ମନୋରଞ୍ଜନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

ବାଣପୁର-ବାଲୁଗାଁ ରୋଟାରୀ କ୍ଳବ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026
Latest News

ମହାରାଷ୍ଟ୍ର ବିଧାନ ପରିଷଦରେ ଠାକରେ-ପାୱାରଙ୍କୁ ଝଟକା: ୧୭ଟିରୁ ୧୬ ଟି ଆସନରେ ମହାୟୁତି ବିଜୟୀ

June 22, 2026

ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ଇସ୍ତଫା: ଜାଣନ୍ତୁ ଏବେ କିଏ ହେବେ ନୂତନ ପ୍ରଧାନମନ୍ତ୍ରୀ

June 22, 2026

ବର୍ଷା ଦିନିଆ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

June 22, 2026

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.