ବାଲୁଗାଁ: ପୋଖରୀରୁ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର

Published: Jun 20, 2025, 11:12 pm IST

ବାଲୁଗାଁ: ବାଲୁଗାଁ ଏନଏସି ଅନ୍ତର୍ଗତ ସାନ୍ତରାପୁର ସାହି ପୋଖରୀରୁ ଶୁକ୍ରବାର ସକାଳୁ ଜଣେ ବୃଦ୍ଧଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ଖବର ମୁତାବକ ଆଜି ସକାଳୁ ସାହି ପୋଖରୀରେ ଜଣେ ବୃଦ୍ଧ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ବୃଦ୍ଧଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ମାତ୍ର ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ମୃତକ ଜଣକ ଗଞ୍ଜାମ ଜିଲ୍ଲାର ରମେଶ ଦଳେଇ(୭୫)ବୋଲି ଜଣାପଡିଛି।ପୋଲିସ ପକ୍ଷରୁ ୯/୨୫ ରେ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ବେଳେ ତଦନ୍ତ ଜାରୀ ରଖିଛି।

Related posts