ରଣପୁର: ରଣପୁର ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଓ ବାଳିକା ଉଚ୍ଚ ବିଦ୍ୟାଳୟର ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଣପୁର ଗ୍ରାମର ଆରାଧ୍ୟ୍ୟ ଦେବୀ ମା’ ମଣିନାଗ ପୀଠରେ ଥିବା ମା’ ବାଟ ମଙ୍ଗଳା ଦେବୀଙ୍କ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଜୁନ ୨୮ ତାରିଖରେ ଅଙ୍କୁରରୋପଣ, ଜୁନ ୨୯ ତାରିଖରେ କଳସ ଯାତ୍ରା, ଜୁନ ୩୦ ତାରିଖରେ ଗର୍ଭାଧାନ ଓ ପାର୍ବତୀ ନାମାଗ୍ନୀ ସଂସ୍କାର, ଜୁଲାଇ ୧ ତାରିଖରେ ସ୍ନାନ ଓ ଶୟନ ଏବଂ ଜୁଲାଇ ୨ ତାରିଖରେ ଜୀବନ୍ୟାସ, ପ୍ରାସାଦ ପ୍ରବେଶ ଓ ଗୋଧୂଳି ସମୟରେ ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପନ୍ନ ହୋଇଥିଲା।
ପୂର୍ଣ୍ଣାହୁତି ଦିନ ଶହ ଶହ ଭକ୍ତ ଯୋଗ ଦେଇ ମା’ ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଏହି ସମାଜ ଉନ୍ନତିମୂଳକ କାର୍ଯ୍ୟ ପାଇଁ ସମସ୍ତେ ଭୁରି ଭୁରି ପ୍ରଂଶସା କରୁଛନ୍ତି।