ଖୋଲଗଡ ରିଜର୍ଭ ଜଙ୍ଗଲରେ ବନମହୋତ୍ସବ ପାଳିତ

Published: Jul 5, 2025, 7:51 pm IST

ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ବନଖଣ୍ଡ ଖୋଲଗଡ ରିଜର୍ଭ ଫରେଷ୍ଟ ରେ ୭୬ ତମ ବନ ମହୋତ୍ସବ ପାଳିତ ହୋଇ ଯାଇଛି। ଏହି ବନ ମହୋତ୍ସବରେ ଏସିଏଫ ମୈତ୍ରି ମଞ୍ଜିତ ବିଶ୍ୱାଳ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ରେଢ଼ାଖୋଲ ବିଧାୟକ ପ୍ରଶନ୍ନ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବରେ ଶିବରାମ ସାହୁ, ଡ଼ିଏଫଓ ଡ଼ଃ ଏଲଭର୍ଶନ କେ, ଉପଜିଲ୍ଲାପାଳ ରଶ୍ମିରଂଜନ ମହନ୍ତ, ବିଡ଼ିଓ ରାଜେନ୍ଦ୍ର ପ୍ରସାଦ ସେନାପତି ପ୍ରମୁଖ ଯୋଗଦେଇ ବନ ମହୋତ୍ସବ ପାଳନର ଉଦ୍ଦେଶ୍ୟ ତଥା ଜଙ୍ଗଲ କାଟିଲେ ପରିବେଶ ଉପରେ ପଡୁଥିବା କୁ ପ୍ରଭାବ ସମ୍ପର୍କରେ ବକ୍ତା ମାନେ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଏସିଏ ଫ ମାଳତିଲତା ହାଁସଦା ପରିଚାଳନା କରିଥିବା ବେଳେ ଏସିଏଫ ଗଜେନ୍ଦ୍ର ଆଜାଦ ଧନ୍ୟବାଦ ଦେଇଥିଲେ। ଏହି ବନ ମହୋତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଏସଏଚ ଜି ର ମହିଳା, ତଥା ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଯୋଗ ଦେଇ ଥିଲେ। ମୁଖ୍ୟ ଅତିଥି ଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା।

Related posts