ଅର୍ଜୁନ ଡିଗ୍ରୀ କଲେଜ୍ ରେ ବନ ମହୋତ୍ସବ ସପ୍ତାହ ପାଳିତ

Published: Jul 7, 2025, 7:44 pm IST

ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ବ୍ଲକ କଦଳୀଗଡ ଠାରେ ଥିବା ଅର୍ଜୁନ ଡିଗ୍ରୀ କଲେଜ୍, ୟୁଥ୍ ରେଡ୍ କ୍ରସ୍ ଏବଂ ରେଡ୍ ରିବନ କ୍ଲବ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କଲେଜ୍ ପରିଚାଳନା କମିଟି ର ସଭାପତି କୃଷ୍ଣ ଚନ୍ଦ୍ର ହୋତା ଯୋଗ ଦେଇଥିଲେ।

ୟୁଥ୍ ରେଡ୍ କ୍ରସ୍ ସଂଯୋଜକ ବୈନତେୟ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଲିମ୍ବ , କରଞ୍ଜ ବଉଳ ଭଳି ବିଭିନ୍ନ ବୃକ୍ଷ ରୋପଣ କରାଯାଇଥିଲା। କଲେଜ୍ ଅଧ୍ୟକ୍ଷ ଅଖିଳେନ୍ଦ୍ର ଶାସନୀ ଛାତ୍ର ଛାତ୍ରୀ ମାନଙ୍କୁ ବୃକ୍ଷ ରୋପଣ ତଥା ବୃକ୍ଷ ର ବିଭିନ୍ନ ଉପାଦେୟତା ବିଷୟରେ ଉଦବୋଧନ ଦେଇଥିଲେ।

ଶେଷରେ ୟୁଥ୍ ରେଡ୍ କ୍ରସ୍ ସଂଯୋଜକ ଶବୈନତେୟ ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏଥିରେ ମହାବିଦ୍ୟାଳୟ ର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ଯୋଗଦେଇଥିଲେ।

Related posts