ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ବ୍ଲକ କଦଳିଗଡ଼ର ଅର୍ଜୁନ ସ୍ନାତକ ମହାବିଦ୍ୟାଳୟ ରେ ସ୍ଵଭାଵ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ସୁଚିତ୍ରା ପତ୍ରିକା ଓ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ କଲେଜ ର ସଭାପତି କୃଷ୍ଣଚନ୍ଦ୍ର ହୋତା ଙ୍କ ସଭାପତି ତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ର କବି କିଶୋର ମିଶ୍ର, ସମ୍ମାନିତ ଅତିଥି ଭାବରେ କବି ରମେଶ ପ୍ରସାଦ ମେହେର, କବି ସନ୍ତୋଷ କୁମାର ରଥ କଲେଜ ର ଅଧ୍ୟକ୍ଷ ଅଖିଳେନ୍ଦ୍ର ଶାସନି ପ୍ରମୁଖ ଯୋଗଦେଇ ସ୍ଵଭାଵ କବି ଗଙ୍ଗାଧର ଙ୍କ କିଚକ ବଧ, ତପସ୍ୱିନୀ କାବ୍ୟ ସମ୍ପର୍କରେ ଆଲୋଚନା କରିବା ସହ କବି ଗଙ୍ଗାଧର ପ୍ରକୁତିକୁ ଭଲ ପାଉଥିବା କବିଟିଏ ବୋଲି ମତବ୍ୟକ୍ତ କରିଥିଲେ।
ଏଇ ଅବସରରେ ସୁଚିତ୍ରା ପତ୍ରିକାର ସମ୍ପାଦକ କନ୍ଦର୍ପ ବେହେରା ଙ୍କ ଶିଶୁ କବିତା ପୁସ୍ତକ “ଫୁଲ ଟିଏ ହୋଇ ଫୁଟିବି” ଓ କିଶୋର ମିଶ୍ର ଙ୍କ କବିତା ପୁସ୍ତକ ସେଇ “ନୀଳାଭ ଓଠ” ପାଠକାର୍ପଣ ହୋଇଥିଲା। ଏହି ଉତ୍ସବକୁ ଯୁବ କବି ଆକାଶ ସାହୁ ସଂଯୋଜନା କରିଥିଲେ। କଲେଜ ଛାତ୍ର ଛାତ୍ରୀ ତଥା ଅଧ୍ୟାପକ ଓ ଅଧ୍ୟାପିକା ଯୋଗଦେଇ ଥିଲେ। ଶେଷରେ ଆକାଶ ସାହୁ ଧନ୍ୟବାଦ ଦେଇଥିଲେ।