ବାଣପୁର: ବାଣପୁର ଗୋଦାବରୀଶ ବିଦ୍ୟାପୀଠର ବିଜ୍ଞାନ ଶିକ୍ଷୟିତ୍ରୀ ସୁରଭି କୁସୁମ ଦଳବେହେରା ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ଜ଼ିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଛନ୍ତି। ସେ ଦେଓଗାଁ ଗ୍ରାମ ନିବାସୀ ସହିଦ କୃତିବାସ ପାଟ୍ଟଶାଣୀଙ୍କ ଦାୟାଦ ଦେଓଗାଁ ଗ୍ରାମ ପଂଚାୟତର ପୂର୍ବତନ ସରପଞ୍ଚ ସଦାନନ୍ଦ ପାଟ୍ଟଶାଣୀ ଓ ସରୋଜିନୀ ପାଟ୍ଟଶାଣୀଙ୍କ ପୁତ୍ରବଧୂ ଏବଂ ପୁରୀ ଲୋକସଭା ସଦସ୍ୟ ଙ୍କ ବ୍ଲକ ପ୍ରତିନିଧି ଇଂ. ଜଗନ କୁମାର ପାଟ୍ଟଶାଣୀ ଙ୍କ ସହଧର୍ମିଣୀ। ଶ୍ରୀମତୀ ଦଳବେହେରା ହେଉଛନ୍ତି ଏକଡାଳିଆ ଗ୍ରାମ ନିବାସୀ ଅବସର ପ୍ରାପ୍ତ ଶିକ୍ଷକ ସ୍ବର୍ଗତ ସୁକାନ୍ତ ଦଳବେହେରା ଓ ମିନାକ୍ଷୀ ଦଳବେହେରାଙ୍କ କନ୍ୟା। ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ଜାଗାରୁ ପ୍ରଶଂସାର ସୁଅ ଛୁଟୁଛି।