ଚିଲିକା: ଆଜି ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ମହସଭା ନଈରୀ ରାଜ୍ୟରେ କରିବା ପାଇଁ ନଈରୀ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜ ତରଫରୁ ନଈରୀ ଗ୍ରାମର ବଡସାହି ସ୍ଥିତ ଶ୍ରୀ ରାଧାମୋହନ ମନ୍ଦିର ପ୍ରାଙ୍ଗଣରେ ପୁନର୍ବାର ଅପରାହ୍ନ ୧ ଘ ସମୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଆଜିର ସଭାରେ ପ୍ରଶାନ୍ତ କୁମାର ସାହୁଙ୍କ ସଭାପତିତ୍ବରେ ରାଜ୍ୟରେ ଅଷ୍ଟମ ରାଜ୍ୟ ମହାସଭା କରିବା ପାଇଁ ନଈରୀ ରାଜ୍ୟର ସମସ୍ତ ସାହିର ଗ୍ରାମୀଣ ଓ ମେମ୍ବରମାନେ ବୈଠକରେ ଉପସ୍ଥିତ ଥିଲେ।
ଉକ୍ତ ସଭାରେ ନଈରୀ ରାଜ୍ୟ ସଧାରଣ ସମ୍ପାଦକ ଦିଲ୍ଲୀପ କୁମାର ସାହୁ, ଉପସଭାପତି ବିଭୁପ୍ରସାଦ ମହାପାତ୍ର, ସହସମ୍ପାଦକ ଭିକାରୀ ଚରଣ ସାହୁ, ଉପଦେଷ୍ଟା ପ୍ରଦୀପ କୁମାର ମହାପାତ୍ର, ଗ୍ରାମୀନ ଲକ୍ଷ୍ମୀଧର ଦାସ, ପ୍ରଦୀପ କୁମାର ସୁବୁଦ୍ଧି, ଯୋଗେନ୍ଦ୍ର ସାହୁ, ସୁବାସ ସାହୁ,ବଳଭଦ୍ର ବେହେରା, ଶିବପ୍ରସାଦ ସାହୁ, ଶଶିକାନ୍ତ ସାହୁ, ପ୍ରିୟରଂଜନ ସାହୁ, ସମୀକ୍ଷକ ଧନଞୟ ସାହୁ, ଡ. ସଞୟ ମହାପାତ୍ରର ଏବଂ ପ୍ରତ୍ୟେକ ସାହି ମେମ୍ବର ମାନେ ନଈରୀ ରାଜ୍ୟରେ ସାତ ବର୍ଷ ପରେ ହେଉଥିବାରୁ ସୁଚାରରୂପେ କରିବା ପାଇଁ ନିଷ୍ପତି ନେଇଥିଲେ।
ବୈଠକର ଆଲୋଚନା ଅଷ୍ଟମ ରାଜ୍ଯ ତୈଳିକ ବୈଶ୍ୟ ସାଧବ ସମାଜର ସଭାପତି ରଘୁନାଥ ସାହୁ ଙ୍କ ଅବଗତି ଓ ବିହିତ କାର୍ଯ୍ୟନୁଷ୍ଠାନ ନିମନ୍ତେ ଜଣାଇବା ପାଇଁ ରାଜ୍ୟ ସଧାରଣ ସମ୍ପାଦକ ଦିଲ୍ଲୀପ କୁମାର ସାହୁଙ୍କୁ ଦାୟିତ୍ବ ଦିଆଯାଇ ଥିଲା।
ସଭାପତି ପ୍ରଶାନ୍ତ କୁମାର ସାହୁଙ୍କୁ ଧନ୍ୟବାଦ ଦେଇ ସମସ୍ତଙ୍କୁ ପ୍ରସାଦ ସେବନ ପାଇଁ ଆମନ୍ତ୍ରଣ କରାଯାଇଥିଲା।