Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିବସ ଉପଲକ୍ଷେ ଆସନ୍ତାକାଲି ପାଳନ ହେବ ‘ସେବା ପକ୍ଷ’
ଆଞ୍ଚଳିକ

ବାଣପୁର: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିବସ ଉପଲକ୍ଷେ ଆସନ୍ତାକାଲି ପାଳନ ହେବ ‘ସେବା ପକ୍ଷ’

September 16, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
'ସେବା ପକ୍ଷ'
ବାଣପୁର: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିବସ ଉପଲକ୍ଷେ ଆସନ୍ତାକାଲି ପାଳନ ହେବ 'ସେବା ପକ୍ଷ'

ବାଣପୁର: ଆଜି ବିଜେପି ପକ୍ଷରୁ ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିରଜାଈ ମଣ୍ଡଳର ‘ସେବା ପକ୍ଷ’ ଉପଲକ୍ଷେ ଏକ ମଣ୍ଡଳସ୍ତରୀୟ କର୍ମଶାଳା ବାଣପୁରସ୍ଥିତ ଶୁଭମଙ୍ଗଳ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ତଥା ଭେଟେଶ୍ୱର ପଞ୍ଚାୟତ ସରପଞ୍ଚ ସାବିତ୍ରୀ ଭୋଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କର୍ମଶାଳାରେ ଭେଟେଶ୍ୱର ପଞ୍ଚାୟତ ସମିତିସଭ୍ୟା ରଶ୍ମିତା ପ୍ରଧାନ, ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ବାଣପୁର ବ୍ଲକ ଅଧ୍ୟକ୍ଷ ମାଧବ ଚନ୍ଦ୍ର ଦଳେଇ, ପୂର୍ବତନ ମଣ୍ଡଳ ସଭାପତି ତଥା ବରିଷ୍ଠ ବିଜେପି ସଂଗଠକ ଜିତେନ୍ଦ୍ର କୁମାର ଭୋଳ, ନୀଳାଦ୍ରିପ୍ରସାଦ ପଞ୍ଚାୟତ ବିଜେପି ସଭାପତି ଶତ୍ରୁଘ୍ନ ସାହୁ ଅତିଥି ଭାବେ ଯୋଗଦେଇଥିଲେ।

ଶ୍ରୀ ଭୋଳ ଏହି ଅବସରରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ଉପଲକ୍ଷେ ସେବା ପକ୍ଷ ବିରଜାଈ ମଣ୍ଡଳରେ ପାଳନ ହେବ ବୋଲି ସୂଚନା ଦେଇଥିଲେ।

ଉକ୍ତ ମଣ୍ଡଳ ଅନ୍ତର୍ଗତ ଭେଟେଶ୍ୱର, ଭବାନୀପୁର, ତୁମୁରାପୁଟ, ନୀଳାଦ୍ରିପ୍ରସାଦ ଏବଂ ଦାମିଆ ବରବରା ପଞ୍ଚାୟତରେ ଆସନ୍ତାକାଲି ଠାରୁ ଅକ୍ଟୋବର ଦୁଇ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସେବା କାର୍ଯ୍ୟ ତଥା ରକ୍ତଦାନ ଶିବିର, ସ୍ୱଚ୍ଛ ଭାରତ, ବୃକ୍ଷରୋପଣ, ବିଭିନ୍ନ ପ୍ରତିଯୋଗିତା, ପୁଷ୍କରିଣୀ ସଫେଇ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କହିଥିଲେ।

ଆସନ୍ତାକାଲି ପ୍ରଥମ ଦିବସରେ ଭେଟେଶ୍ୱର ପଞ୍ଚାୟତରେ ମେଗା ଚାରାରୋପଣ କାର୍ଯ୍ୟକ୍ରମ ହେବ ବୋଲି ଜଣାପଡିଛି।

ଉକ୍ତ କର୍ମଶାଳାରେ ମଣ୍ଡଳ ସେବା ପକ୍ଷ ସଂଯୋଜକ ଦୀପକ ବେହେରା, ଶ୍ରୀକାନ୍ତ ବେହେରା, ସନ୍ତୋଷ ପ୍ରଧାନ, ବିଜୟ ବେହେରା, ମଣ୍ଡଳର ସମସ୍ତ ଶକ୍ତିକେନ୍ଦ୍ରର ସଭାପତି, ବୁଥ ସଭାପତି, ରାଜ୍ୟ ଓ ଜିଲ୍ଲାସ୍ତରୀୟ ପଦାଧିକାରୀ ଏବଂ ସମସ୍ତ ଆଗଧାଡିର ବିଜେପି କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ।

ଚିଲିକା ନିର୍ବାଚନମଣ୍ଡଳୀ ଜନ୍ମଦିବସ ପ୍ରଧାନମନ୍ତ୍ରୀ ମୋଦି ବାଣପୁର ବିଜେପି ବିରଜାଈ ମଣ୍ଡଳ ସେବା ପକ୍ଷ
Share. Facebook Twitter LinkedIn Email WhatsApp Copy Link

Related Posts

ଅଷ୍ଟମ ରାଜ୍ୟ ମହସଭା ପାଇଁ ପ୍ରସ୍ତୁତି ବୈଠକ

September 14, 2025

ବାଣପୁର କୋର୍ଟ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

September 13, 2025

ଚିଲିକା- ବାଲୁଗାଁ ରୋଟାରୀ କ୍ଲବ୍ ର ୧୦ମ ଅଧିଷ୍ଠାନ ଦିବସ ସମାରୋହ

September 13, 2025

ବାଣପୁରରେ ଅବକାରୀ ଓ ପୋଲିସର ମିଳିତ ଚଢାଉ: ବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ଜବତ

September 13, 2025
Latest News

ଦୁଷ୍କର୍ମରେ ଓଡିଶା ପାଲଟିଲା ମଣିପୁର, ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍

September 16, 2025

ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନରେ ଆଦିତ୍ୟ ବିର୍ଲା ଗ୍ରୁପ ରାଜ୍ୟ ସରକରଙ୍କ ଠାରୁ ପାଇଲା ପୁରସ୍କାର

September 16, 2025

ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଭେଟିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ

September 16, 2025

୧୮ ରୁ ବିଧାନସଭାର ମୌସୁମୀ ଅଧିବେଶନ: ସର୍ବଦଳୀୟ ବୈଠକରେ ସହଯୋଗ ଲୋଡିଲେ ବାଚସ୍ପତି

September 16, 2025

ବାଣପୁର: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିବସ ଉପଲକ୍ଷେ ଆସନ୍ତାକାଲି ପାଳନ ହେବ ‘ସେବା ପକ୍ଷ’

September 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.