Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିବସ ଉପଲକ୍ଷେ ଆସନ୍ତାକାଲି ପାଳନ ହେବ ‘ସେବା ପକ୍ଷ’
ଆଞ୍ଚଳିକ

ବାଣପୁର: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିବସ ଉପଲକ୍ଷେ ଆସନ୍ତାକାଲି ପାଳନ ହେବ ‘ସେବା ପକ୍ଷ’

September 16, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
'ସେବା ପକ୍ଷ'
ବାଣପୁର: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିବସ ଉପଲକ୍ଷେ ଆସନ୍ତାକାଲି ପାଳନ ହେବ 'ସେବା ପକ୍ଷ'

ବାଣପୁର: ଆଜି ବିଜେପି ପକ୍ଷରୁ ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିରଜାଈ ମଣ୍ଡଳର ‘ସେବା ପକ୍ଷ’ ଉପଲକ୍ଷେ ଏକ ମଣ୍ଡଳସ୍ତରୀୟ କର୍ମଶାଳା ବାଣପୁରସ୍ଥିତ ଶୁଭମଙ୍ଗଳ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ତଥା ଭେଟେଶ୍ୱର ପଞ୍ଚାୟତ ସରପଞ୍ଚ ସାବିତ୍ରୀ ଭୋଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କର୍ମଶାଳାରେ ଭେଟେଶ୍ୱର ପଞ୍ଚାୟତ ସମିତିସଭ୍ୟା ରଶ୍ମିତା ପ୍ରଧାନ, ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ବାଣପୁର ବ୍ଲକ ଅଧ୍ୟକ୍ଷ ମାଧବ ଚନ୍ଦ୍ର ଦଳେଇ, ପୂର୍ବତନ ମଣ୍ଡଳ ସଭାପତି ତଥା ବରିଷ୍ଠ ବିଜେପି ସଂଗଠକ ଜିତେନ୍ଦ୍ର କୁମାର ଭୋଳ, ନୀଳାଦ୍ରିପ୍ରସାଦ ପଞ୍ଚାୟତ ବିଜେପି ସଭାପତି ଶତ୍ରୁଘ୍ନ ସାହୁ ଅତିଥି ଭାବେ ଯୋଗଦେଇଥିଲେ।

ଶ୍ରୀ ଭୋଳ ଏହି ଅବସରରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ଉପଲକ୍ଷେ ସେବା ପକ୍ଷ ବିରଜାଈ ମଣ୍ଡଳରେ ପାଳନ ହେବ ବୋଲି ସୂଚନା ଦେଇଥିଲେ।

ଉକ୍ତ ମଣ୍ଡଳ ଅନ୍ତର୍ଗତ ଭେଟେଶ୍ୱର, ଭବାନୀପୁର, ତୁମୁରାପୁଟ, ନୀଳାଦ୍ରିପ୍ରସାଦ ଏବଂ ଦାମିଆ ବରବରା ପଞ୍ଚାୟତରେ ଆସନ୍ତାକାଲି ଠାରୁ ଅକ୍ଟୋବର ଦୁଇ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସେବା କାର୍ଯ୍ୟ ତଥା ରକ୍ତଦାନ ଶିବିର, ସ୍ୱଚ୍ଛ ଭାରତ, ବୃକ୍ଷରୋପଣ, ବିଭିନ୍ନ ପ୍ରତିଯୋଗିତା, ପୁଷ୍କରିଣୀ ସଫେଇ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କହିଥିଲେ।

ଆସନ୍ତାକାଲି ପ୍ରଥମ ଦିବସରେ ଭେଟେଶ୍ୱର ପଞ୍ଚାୟତରେ ମେଗା ଚାରାରୋପଣ କାର୍ଯ୍ୟକ୍ରମ ହେବ ବୋଲି ଜଣାପଡିଛି।

ଉକ୍ତ କର୍ମଶାଳାରେ ମଣ୍ଡଳ ସେବା ପକ୍ଷ ସଂଯୋଜକ ଦୀପକ ବେହେରା, ଶ୍ରୀକାନ୍ତ ବେହେରା, ସନ୍ତୋଷ ପ୍ରଧାନ, ବିଜୟ ବେହେରା, ମଣ୍ଡଳର ସମସ୍ତ ଶକ୍ତିକେନ୍ଦ୍ରର ସଭାପତି, ବୁଥ ସଭାପତି, ରାଜ୍ୟ ଓ ଜିଲ୍ଲାସ୍ତରୀୟ ପଦାଧିକାରୀ ଏବଂ ସମସ୍ତ ଆଗଧାଡିର ବିଜେପି କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ।

ଚିଲିକା ନିର୍ବାଚନମଣ୍ଡଳୀ ଜନ୍ମଦିବସ ପ୍ରଧାନମନ୍ତ୍ରୀ ମୋଦି ବାଣପୁର ବିଜେପି ବିରଜାଈ ମଣ୍ଡଳ ସେବା ପକ୍ଷ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026

ଡାଲିର ଗୁଣ ଜ୍ଞାନ ଓ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

March 9, 2026

ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳିତ

March 7, 2026

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

March 5, 2026
Latest News

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ

March 11, 2026

ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ସମୀକ୍ଷା କଲେ ଅନୁ ଗର୍ଗ

March 11, 2026

ଆଜି ମାର୍ଚ୍ଚ ୧୧ ତାରିଖ ବୁଧବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

March 11, 2026

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.