ବାଣପୁର: ଆଜି ବାଣପୁର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ (ବାଣପୁର-୧) ଠାରେ “ମା ପାଇଁ ଗଛଟିଏ-୨.୦’ କାର୍ଯ୍ୟକ୍ରମ ଅନୁସାରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବାଣପୁର ମଣ୍ଡଳ ଉନ୍ନୟନ ଅଧିକାରୀ ବିକାଶ କୁମାର ମହାନ୍ତି ଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ଏକ ନୂତନ ଚାରା ରୋପଣ କରି ଉଦ୍ଘାଟନ କରାଯାଇଥିଲା। ଉକ୍ତ ଅବସରରେ ବାଣପୁର ମଣ୍ଡଳ ଶିକ୍ଷା ଅଧିକାରୀ ସନାତନ ଜାଲି, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଝରଣା ଓଝା , ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାତ କୁମାର ସେଠି , ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ , ସମସ୍ତ ସି. ଆର. ସି. ସି. ଉପସ୍ଥିତ ଥିଲେ।
ମଣ୍ଡଳ ଉନ୍ନୟନ ଅଧିକାରୀ ବିକାଶ କୁମାର ମହାନ୍ତି ବୃକ୍ଷର ଆବଶ୍ୟକତା ତଥା କାର୍ଯ୍ୟକ୍ରମର ଲକ୍ଷ୍ୟ ସମ୍ପର୍କରେ ଆଲୋଚନ କରିଥିଲେ ଓ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ୭୫୦୦୦୦୦ ଚାରା ରୋପଣ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଆଜି ପ୍ରତ୍ୟେକ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ସମ୍ପାଦିତ ହୋଇଛି ବୋଲି ସନାତନ ଜାଲି ଜଣାଇଥିଲେ। ବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣକାରୀ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।
ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କାରୀ ସଭା ସମାପ୍ତି କରିଥିଲେ।