Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ହଳନ୍ଦା ଗ୍ରାମରେ ଆସ ସ୍କୁଲ ଯିବା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 
ଆଞ୍ଚଳିକ

ବାଣପୁର: ହଳନ୍ଦା ଗ୍ରାମରେ ଆସ ସ୍କୁଲ ଯିବା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

September 19, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆସ ସ୍କୁଲ ଯିବା ସଚେତନତା କାର୍ଯ୍ୟକ୍ରମ
ବାଣପୁର: ହଳନ୍ଦା ଗ୍ରାମରେ ଆସ ସ୍କୁଲ ଯିବା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

ବାଣପୁର: ବାଣପୁର ଶିକ୍ଷା ଅଧିକାର ଆଇନ୍ ୨୦୦୯ ଅନୁସାରେ ସବୁ ପିଲା ପାଠ ପଢିବା ର ଅଧିକାର ଅଛି। ରାଜ୍ୟ ସରକାରଙ୍କ ବିକଶିତ ଭାରତ ଏବଂ ବିକଶିତ ଓଡ଼ିଶା ଗଠନ ଦିଗରେ ବିଦ୍ୟାଳୟ ଶିକ୍ଷା ଗୁରୁତ୍ବପୂର୍ଣ୍ଣ। ଏହି ଅବସରରେ ଓସେପା ଚିଠି ନଂ୬୩୩୫,ତା୦୬.୦୯.୨୦୨୫ ଅନୁସାରେ ନରେନ୍ଦ୍ରପୁର ଜି.ପି. ଉପେନ୍ଦ୍ର ବିଦ୍ୟାପୀଠର ବରିଷ୍ଠ ଶିକ୍ଷକ ଶିଶିର କୁମାର ଦାସଙ୍କ ସଭାପତିତ୍ବ ରେରେ ହଳନ୍ଦା ଗ୍ରାମରେ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ହଳନ୍ଦା ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ପଦଯାତ୍ରା ଓ ନାଟ୍ୟ ଗୈାରବ ମହେଶ୍ଵର ଜେନାଙ୍କ ନିର୍ଦ୍ଦେଶିତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି।

ଏହି ଉପଲକ୍ଷେ ହଳନ୍ଦା ଗ୍ରାମରେ ଅନୁଷ୍ଠିତ ସଭାରେ ନରେନ୍ଦ୍ରପୁର ସରପଞ୍ଚ ସବିତା ଦାସ, ମୂଖ୍ୟ ଅତିଥି ଭାବରେ ବାଣପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଜାଲ୍ଲୀ, ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀ ଓ ଗ୍ରାମ ବାସୀଙ୍କୁ ଅଧାରୁ ପାଠ ଛାଡ଼ିଥିବା, ବିଦ୍ୟାଳୟରେ ଆଦୌ ନାମ ଲେଖାଇ ନଥିବା ତଥା ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ହଳନ୍ଦା ଗ୍ରାମରେ “ଆସ ସ୍କୁଲ ଯିବା” ସଚେତନତା ପଦଯାତ୍ରାରେ ବାଣପୁର ବିଇଓ ସନାତନ ଜାଲ୍ଲୀ ସାମିଲ ହୋଇ ଆସ ସ୍କୁଲ ଯିବା ସଚେତନତା କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ଗାଁରେ ସ୍କୁଲ ଯିବାର ଗୁରୁତ୍ୱ ବାର୍ତ୍ତାକୁ ପ୍ରସାର କରି ସର୍ବଶିକ୍ଷାର ପ୍ରତିଶ୍ରୁତିକୁ ଆହୁରି ଦୃଢ଼ କରାଗଲା, ଯେପରିକି କୌଣସି ଛାତ୍ରଛାତ୍ରୀ ଅଧାରୁ ପାଠ ନ ଛାଡିବେ ସେଥିପ୍ରତି ଦୃଷ୍ଟି ଦେବା ପାଈଁ ସ୍ଥିର କରାଗଲା।

ଏହି ଆୟୋଜନ ମାଧ୍ୟମରେ “ପ୍ରତ୍ୟେକ ଶିଶୁ ସ୍କୁଲକୁ ଆସନ୍ତୁ” ବାର୍ତ୍ତାକୁ ଲୋକମାନଙ୍କ ମନରେ ସ୍ଥାନ କରାଗଲା।  ବର୍ତ୍ତମାନ ବାଣପୁର ବ୍ଲକରେ ଏହି କାର୍ଯକ୍ରମ ତ୍ୱରାନ୍ୱିତ ହୋଇ ସମସ୍ତ ଅଧାରୁ ପାଠ ଛାଡିଥିବା ଛାତ୍ରଛତ୍ରୀମାନଙ୍କୁ ବିଦ୍ୟାଳୟକୁ ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ସନାତନ ଜାଲ୍ଲି କହିଛନ୍ତି।

ସିଆରସି ଶ୍ରୀକାନ୍ତ ସାହୁ, ସାମ୍ବାଦିକ ମୋହିନୂଲ ହକ ସାମ୍ବାଦିକ ଚନ୍ଦନ ସୁନ୍ଦରାୟ ସମ୍ମାନିତ ଅତିଥି,ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଶ୍ରୀଚନ୍ଦନ,ଶିକ୍ଷକ ସମର କେଶରୀ ଜେନା, ରାଜ କିଶୋର ରାଉତରାୟ, ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗିରିଧାରୀ ସେଠୀ, ମନୋଜ କୁମାର ଦାସ ଯୋଗଦେଇ ଥିଲେ।। ହଳନ୍ଦା ଗ୍ରାମର ସଚେତନତା ପରିଚାଳନା ସମିତିର ସଦସ୍ୟାମାନେ ଅଂଶଗ୍ରହଣ କରିଥିଲେ। ଶେଷରେ ହଳନ୍ଦା ଗ୍ରାମ ବାସୀ ଏଭଳି ସଚେତନତା କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ ଜଣାଇଥିଲେ।

“ଆସ ସ୍କୁଲ ଯିବା” ବାଣପୁର ସଚେତନତା କାର୍ଯ୍ୟକ୍ରମ ହଳନ୍ଦା ଗ୍ରାମ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସରେ ବାଣପୁର ନଗର ମଣ୍ଡଳ ବିଜେପି ପକ୍ଷରୁ ଦୀପଦାନ

September 17, 2026

ବାଣପୁର: ଶ୍ରୀନିବାସପୁର ଶାସନରେ ପରିବେଷଣ ହେଲା “ଗଣେଶ ଗୀତିନାଟ୍ୟ”

September 17, 2026

ବାଣପୁର: ଓଡ଼ିଶାରେ ଗାଣପତ୍ୟ ଉପାସନା ଓ ଶ୍ରୀଜଗନ୍ନାଥ ସଂସ୍କୃତି ଆଲୋଚନା ଚକ୍ର

September 15, 2026

ବାଣପୁର: ଭଲ ଅମଳ ପାଇଁ ମା’ଙ୍କ ନିକଟରୁ ଆଜ୍ଞାମାଳ ଗ୍ରହଣ କଲେ ଶତାଧିକ କୃଷକ

September 14, 2026
Latest News

ଗଞ୍ଜାମରେ CSR ରାଶିର ସୁବ୍ୟବହାର ପାଇଁ ବ୍ରହ୍ମପୁର ସାଂସଦଙ୍କ ପ୍ରସ୍ତାବ

September 18, 2026

ଦକ୍ଷତା ବିକାଶର ମଡେଲ ଭାବେ ‘ବିଶ୍ୱ ଦକ୍ଷତା କେନ୍ଦ୍ର’କୁ ନୀତି ଆୟୋଗର ପ୍ରଶଂସା

September 18, 2026

ଆଇପିଏସ୍ ଅମିତେନ୍ଦ୍ର ନାଥ ସିହ୍ନା ହେଲେ ବିଏସଏଫ୍‌ ଆଇଜି

September 18, 2026

ଲୋକସେବା ଭବନ ଏବେ ‘ତମାଖୁମୁକ୍ତ ଅଞ୍ଚଳ’: ନିୟମ ଅମାନ୍ୟ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

September 18, 2026

ନିଠାରି ହତ୍ୟାକାଣ୍ଡ ମାମଲାରୁ ଖଲାସ ହୋଇଥିବା ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା

September 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.