Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଭୀମ ଭୋଇ ମହାବିଦ୍ୟାଳୟରେ ଯୁବ ରେଡକ୍ରସର ପ୍ରବେଶ ଉତ୍ସବ
ଆଞ୍ଚଳିକ

ଭୀମ ଭୋଇ ମହାବିଦ୍ୟାଳୟରେ ଯୁବ ରେଡକ୍ରସର ପ୍ରବେଶ ଉତ୍ସବ

September 23, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭୀମ ଭୋଇ ମହାବିଦ୍ୟାଳୟ
ଭୀମ ଭୋଇ ମହାବିଦ୍ୟାଳୟରେ ଯୁବ ରେଡକ୍ରସର ପ୍ରବେଶ ଉତ୍ସବ

ରେଢାଖୋଲ (କନ୍ଦର୍ପ ବେହେରା): ସ୍ଥାନୀୟ ଭୀମ ଭୋଇ ମହାବିଦ୍ୟାଳୟରେ ଯୁବ ରେଡକ୍ରସର ନବାଗତ ସ୍ଵେଚ୍ଛାସେବୀଙ୍କ ପାଇଁ ପ୍ରବେଶ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ କଲେଜର ଅଧ୍ୟକ୍ଷ ପ୍ରାଧ୍ୟାପକ ଅମୂଲ୍ୟ କୃଷ୍ଣ ପାଢୀ ଅଧ୍ୟକ୍ଷତା କରି ମାନବ ସେବା ହିଁ ମାଧବ ସେବା ଏବଂ ସମାଜ ସେବା ପାଇଁ ରେଡକ୍ରସ ଏକ ବଳିଷ୍ଠ ମାଧ୍ୟମ ବୋଲି କହିଥିଲେ। ଏହା ସହିତ ନିଜେ ସୁସ୍ଥ ରହି ସମାଜକୁ ସୁସ୍ଥ ରଖିବା ପାଇଁ ଚେଷ୍ଟିତ ହେବା ଉଚିତ ବୋଲି ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଯୁବ ରେଡକ୍ରସ ଉପଦେଷ୍ଠା ଅଧ୍ୟାପକ ଅଞ୍ଜନ କୁମାର ମିଶ୍ର ରେଡକ୍ରସର ଲକ୍ଷ୍ୟ, ଉଦ୍ଦେଶ୍ୟ, ମୌଳିକ ନୀତି ଏବଂ ଏହାର ଇତିହାସ ସମ୍ପର୍କରେ ସୂଚନା ଦେଇଥିଲେ।

ପ୍ରାଧ୍ୟାପକ ଅରୁଣ କୁମାର ଶାସନୀ, ପ୍ରାଧ୍ୟାପିକା ସୁପ୍ରିୟା କୁମାରୀ ମଲ୍ଲିକ, ମମତା ମହାପାତ୍ର ଓ ଅଧ୍ୟାପକ ସୁଶାନ୍ତ ନନ୍ଦ ବକ୍ତବ୍ୟ ରଖି ଯୁବ ରେଡକ୍ରସରେ ଯୋଗଦାନ କରି ସମାଜ ସେବା ପରି ମହତ କାର୍ଯ୍ୟରେ ସାମିଲ ହେବାପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ସର୍ବଶେଷରେ ଯୁବ ରେଡକ୍ରସର ମହିଳା ବିଭାଗ ଉପଦେଷ୍ଟା ଅଧ୍ୟାପିକା ସମିତା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଯୁବ ରେଡକ୍ରସ ସ୍ଵେଚ୍ଛାସେବୀ ଓ ନବାଗତ ଛାତ୍ରଛାତ୍ରୀମାନଙ୍କ ସମେତ ଅନ୍ୟାନ୍ୟ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ଯୋଗଦେଇଥିଲେ।

ନବାଗତ ସ୍ଵେଚ୍ଛାସେବୀ ପ୍ରବେଶ ଉତ୍ସବ ଭୀମ ଭୋଇ ମହାବିଦ୍ୟାଳୟ ଯୁବ ରେଡ଼କ୍ରସ
Share. Facebook Twitter LinkedIn Email WhatsApp Copy Link

Related Posts

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

ଜିଲ୍ଳାପାଳ ଏବଂ ଏସ୍ ପିଙ୍କ ନାଲିପଡା ଅର୍ଜୁନପୁର ଗ୍ରାମ ପଂଚାୟତରେ ପଲ୍ଲୀରେ ପ୍ରଶାସନ ଜନଶୁଣାଣି

February 16, 2026

ରଙ୍କନାଥ ମନ୍ଦିରରେ ନୂତନ ପ୍ରବଚନ ମଣ୍ଡପକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

February 15, 2026

ଚିଲିକା ସାମ୍ବାଦିକଙ୍କ ମାତୃ ବିୟୋଗ

February 14, 2026
Latest News

Ambani Announcement: ଡାଟା ଭଳି ଶସ୍ତା ହେବ ଏଆଇ; ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଏଆଇ ପ୍ଲାଟଫର୍ମ ଶୁଭାରମ୍ଭ

February 19, 2026

ସୁପର-୮ ରେ ଟିମ୍ ଇଣ୍ଡିଆ ପାଇଁ ଅଗ୍ନି ପରୀକ୍ଷା!: ଜାଣନ୍ତୁ ଦକ୍ଷିଣ ଆଫ୍ରିକା ବିରୋଧରେ କ’ଣ ରହିଛି ରେକର୍ଡ?

February 19, 2026

ରାଜ୍ୟସଭାରେ ଦୁର୍ବଳ ହେବେ ବିରୋଧୀ, ଆହୁରୀ ମଜବୁତ ହେବ ବିଜେପି!: ଜାଣନ୍ତୁ ସମୀକରଣ

February 19, 2026

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

ସୁନା ୨ ହଜାରରୁ ଅଧିକ ଏବଂ ରୂପା ମଧ୍ୟ ୧୦ ହଜାରକୁ ବୃଦ୍ଧି: ଜାଣନ୍ତୁ ଆଜିର ମୂଲ୍ୟ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.