ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟରେ ପୋଷଣ ସଚେତନତା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡ଼କ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ଼କ୍ଟର କୈଳାସ ଚନ୍ଦ୍ର ମହାରଣା ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ପୋଷଣ ମାସର ଉଦ୍ଦେଶ୍ୟ, ଗୁରୁତ୍ୱ ଓ ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ମନସ୍ୱିନୀ ପଟ୍ଟନାୟକ ପୋଷଣ କାର୍ଯ୍ୟକ୍ରମର ଉପାଦେୟତା ସହିତ କିଶୋରୀମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।
ଏହି ଅବସରରେ ଅବସରପ୍ରାପ୍ତ ପ୍ରାଧ୍ୟାପିକା ସୁଜାତା ପ୍ରଧାନ, ବରିଷ୍ଠ ଅଧ୍ୟାପିକା ଡ଼କ୍ଟର ମୋନାଲିସା ମାନସିଂହ, ଅଧ୍ୟାପିକା ସ୍ୱାତି ସ୍ଵାଗତିକା ସାହୁ, କୀର୍ତ୍ତିମୟୀ ବାରିକ, ପ୍ରିୟମ୍ବଦା ମହାପାତ୍ର ପ୍ରମୁଖ ଯୋଗଦେଇ ପୋଷଣ ମାସ ଜନସାଧାରଣଙ୍କ ଉପରେ ପକାଇଥିବା ଗୁଣାତ୍ମକ ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ।