ଚିଲିକା: ସିପ୍ସା ରାଣୀ ବେହେରା ବିନା କୋଚିଙ୍ଗ୍ ରେ ଓଡ଼ିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇ ଗୋୖରବ ଅର୍ଜ୍ଜନ କରିପାରିଛନ୍ତି। ପିତା ଗନ୍ଧର୍ବ ବେହେରା ଜଣେ ପୋଷ୍ଟମ୍ୟାନ୍। ମାତା ଉଷାରାଣୀ ବେହେରା ଜଣେ ସୁଗୃହିଣୀ। ଦୁଇଟି ଝିଅ ମଧ୍ୟରୁ ସିପ୍ସାରାଣୀ ହେଉଛନ୍ତି ସାନଝିଅ। ଖୋର୍ଦ୍ଧା ଜିଲ୍ଲାର ସାନ ନଇରୀ ଗ୍ରାମର ବାସିନ୍ଦା।
ପିଲାଟି ଦିନରୁ ସ୍ବଅଧ୍ୟବସାୟ ବଳରେ ପଞ୍ଚମ ଓ ସପ୍ତମ ଶ୍ରେଣୀରେ ବୃତ୍ତି ପାଇଛନ୍ତି। ଯୁକ୍ତ ଦୁଇରେ NMMS ପାଇଛନ୍ତି। ସେ ସରକାରୀ ବିଦ୍ୟାଳୟରେ ଶିକ୍ଷା ଅଧ୍ୟୟନ କରୁଥିଲେ। ଯୁକ୍ତ ଦୁଇ ନାଚୁଣୀ ମହାବିଦ୍ୟାଳୟରେ, ଯୁକ୍ତ ତିନି ପ୍ରାଣନାଥ ମହାବିଦ୍ୟାଳୟ ଓ ସ୍ନାତକୋତ୍ତର ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ କରିଛନ୍ତି। ତାଙ୍କର ଏ କୃତିତ୍ୱ ଅନ୍ୟମାନଙ୍କୁ ପ୍ରେରଣା ଦେବ।