ଭୁବନେଶ୍ୱର: ମାନବସେବା ଓ ସମାଜସେବାର ପବିତ୍ର ଉଦ୍ଦେଶ୍ୟକୁ ନେଇ ମା ଉର୍ତ୍ତର ମୁଖି ଫାଉଣ୍ଡେସନ, ଭୁବନେଶ୍ୱର (ସେବା ହିଁ ପରମ ଧର୍ମ) ପକ୍ଷରୁ ଆଜି ମୋହିନୀ ପ୍ରମିଳା ବୃଦ୍ଧାଶ୍ରମରେ ଏକ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ସେବା କାର୍ଯ୍ୟକ୍ରମରେ ସଂଗଠନର ଅଧ୍ୟକ୍ଷ ବିକାଶ ଭାଇ ଏବଂ ସଦସ୍ୟମାନେ ଅମ୍ବିତ୍ କୁମାର ଜେନା, ପ୍ରଭାଶୀନି, କାମିନୀ ରଣା, ନାଗେଶ୍ଵର ରାଉତ, ଜିତୁ ମହାରଣା, ରାକେଶ ପ୍ରଧାନ ଓ ଅନ୍ୟ ସେବାଭାବୀ ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ।
ବୃଦ୍ଧାଶ୍ରମରେ ରହୁଥିବା ବୃଦ୍ଧ ମା ଓ ବାପା ମାନଙ୍କ ଆବଶ୍ୟକ ସାମଗ୍ରୀ, ଖାଦ୍ୟପଦାର୍ଥ ଓ ବସ୍ତ୍ର ବଣ୍ଟନ କରି ସେମାନଙ୍କ ସହ ସମୟ ବିତାଇଥିଲେ। ଏହି ଅବସରରେ ବୃଦ୍ଧବୃଦ୍ଧାମାନେ ମଧ୍ୟ ଖୁସି ଜଣାଇଥିଲେ ଓ ସଂଗଠନକୁ ଆଶୀର୍ବାଦ କରିଥିଲେ।
ସଂଗଠନ ପକ୍ଷରୁ କହାଯାଇଛି ଯେ, ବୃଦ୍ଧମାନେ ସମାଜର ଆଶୀର୍ବାଦ ଓ ପଥପ୍ରଦର୍ଶକ, ସେମାନଙ୍କ ସେବା କରିବା ହିଁ ଆମର ପରମ ଧର୍ମ। ଆଗାମୀ ଦିନରେ ମଧ୍ୟ ଏପରି ସେବା କାର୍ଯ୍ୟକ୍ରମ ଜାରି ରହିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।


