ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡ଼କ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଡ଼କ୍ଟର କୈଳାଶ ଚନ୍ଦ୍ରା ମହାରଣା ଓ ଅଧ୍ୟାପିକା ରୀନା ରାଉତ ପରିଚାଳନା କରିଥିଲେ।
ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଇବର ସୁରକ୍ଷା ସମ୍ପର୍କିତ ଓଡ଼ିଆ ଓ ଇଂରାଜୀ ଭାଷାରେ ମଣ୍ଡଳ ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଯସ୍ମିନ ବେଗମ,ବିଜୟ ଲକ୍ଷ୍ମୀ ପଣ୍ଡା, ଶ୍ରେଷ୍ଠ ସ୍ଥାନ ଅଧିକାର କରି ଜିଲ୍ଲାସ୍ତରକୁ ଉନ୍ନୀତ ହୋଇଥିଲେ। ଏହାପରେ ବାଲୁଗାଁ ମହାବିଦ୍ୟାଳୟ ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ରା ଶ୍ରୀଚନ୍ଦନ ଓ ବାଲୁଗାଁ ଥାନାର ତାଲିମରତ ପୋଲିସ ଅଧିକାରୀମାନେ ଯୋଗଦେଇ ସାଇବର ଠକେଇରେ କିପରି ନିରୀହ ଯୁବପିଢ଼ି ଓ ମହିଳାମାନେ ହନ୍ତସନ୍ତ ହେଉଛନ୍ତି ସେ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ।
ଏହାପରେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ପ୍ରଦାନ କରିଥିବା ପ୍ରମାଣ ପତ୍ର ଓ ପୁରସ୍କାରକୁ ଅତିଥିମାନେ ବଣ୍ଟନ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ମନସ୍ୱିନୀ ପଟ୍ଟନାୟକ।



