ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ବାଣପୁର -୨ ଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା – ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଓ ବାଲ ବୈଜ୍ଞାନିକ ବିଜ୍ଞାନ ମେଳା ଉଦଘାଟନ ଓ ଉଦଯାପନ ହୋଇସାରିଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଯୋଗ ଦେଇଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଜାଲି, ୫ ଜଣ ବିଚାରକ ମଣ୍ଡଳୀ ଏବଂ ପ୍ରଧାନ ଶିକ୍ଷକ ଜଗଦୀଶ ପ୍ରଧାନ ଉଦଘାଟନ ଉଦଘାଟନ ଉତ୍ସବରେ ଉପସ୍ଥିତ ଥିଲେ।
ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ମୋଟ ୨୫ ଗୋଟି ଏବଂ ମାଧ୍ୟମିକ ସ୍ତରରୁ ମୋଟ ୧୧ ଗୋଟି ଓ ବାଲ ବୈଜ୍ଞାନିକ ସ୍ତରରୁ ୨୮ ଗୋଟି ପ୍ରକଳ୍ପ ସର୍ବମୋଟ ୬୪ ଗୋଟି ପ୍ରକଳ୍ପ ମଧ୍ୟରୁ ୩ ଗୋଟି ପ୍ରାଥମିକ ,୩ ଗୋଟି ଉଚ୍ଚ ମାଧ୍ୟମିକ ଓ ୭ଗୋଟି ବାଲ ବୈଜ୍ଞାନିକ ବ୍ଲକ ସ୍ତରରୁ ମନୋନୀତ ହୋଇ ଜିଲ୍ଲା ସ୍ତରକୁ ସ୍ଥାନ ପାଇଛନ୍ତି। ସମସ୍ତ ସିଆରସିସି, ବିଆରସିସି, ପ୍ରଧାନ ଶିକ୍ଷକ ମାନଙ୍କ ସହଯୋଗରେ ବିଜ୍ଞାନ ମେଳା ଉଦଯାପିତ ହୋଇଅଛି। ଉଦଯାପନୀ ଉତ୍ସବରେ ଏନଏସି ଅଧ୍ୟକ୍ଷ ଓ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।


