ବାଣପୁର: ଆଜି ଦିବା ୧୧ ଘଟିକା ସମୟରେ ୭ ନମ୍ବର କକ୍ଷରେ ଅଧ୍ୟକ୍ଷ ଡକ୍ତର ସୁରପ୍ରତାପ ନରେନ୍ଦ୍ର ସିଂ ବର୍ମା ଙ୍କ ସଭାପତିତ୍ୱ ଏବଂ ପ୍ରଶାସନିକ ଅଧିକାରୀ ଆଦିତ୍ୟ ସାରଥୀ ବେଦମତ୍ତାଙ୍କ ସଂଯୋଜନାରେ ଏକ ପରିବେଶ ସୁରକ୍ଷା ଓ ଥରେ ମାତ୍ର ବ୍ୟବହାର ହୋଇପାରୁଥିବା ପ୍ଲାଷ୍ଟିକ ମୁକ୍ତ ଓ ଧାରଣୀୟ କ୍ୟାମ୍ପସ ନିମନ୍ତେ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅଧ୍ୟକ୍ଷ, ପ୍ରଶାସନିକ ଅଧିକାରୀ, +୨ ଅଧ୍ୟକ୍ଷ ଅର୍ଚ୍ଚନା ତ୍ରିପାଠୀ ଓ ଉତ୍କଳିକା ପାଢ଼ୀ ପ୍ଲାଷ୍ଟିକ, ପଲିଥିନ ମୂକ୍ତ କ୍ୟାମ୍ପସ କରି ପରିବେଶ ସ୍ୱଚ୍ଛ ରଖିବାକୁ ଉଦବୋଧନ ଦେଇଥିଲେ।
ଧାରଣୀୟ କ୍ୟାମ୍ପସ ନିମନ୍ତେ ଏକ ଛାତ୍ର ଛାତ୍ରୀଙ୍କ ୧୮ ଜଣିଆ ଆମ୍ବାସଡର କମିଟି ଗଠନ କରାଯାଇଥିଲା। ଅନୁଷ୍ଠାନର ଅଧ୍ୟାପକ ଜୟନ୍ତ ବିହାରୀ, ଚିତ୍ରସେନ ପ୍ରଧାନ, ପଦନ କୁମାର ପ୍ରଧାନ, ଲକ୍ଷ୍ମୀପ୍ରିୟା ପଲାଇ, ଅନିତା ସାହୁ ଓ ବିଭିନ୍ନ ଉଇଙ୍ଗ ର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ଶ୍ରଦ୍ଧାଞ୍ଜଳି ଉଦଣ୍ଡରାୟ ଓ ତୁଷାର କାନ୍ତ ମଲିକ ପରିବେଶ ସୁରକ୍ଷା ବିଷୟରେ ବକ୍ତବ୍ୟ ରଖିଥିଲେ।
ଅଧ୍ୟାପକ ଡକ୍ଟର ଗୁରୁକିଶୋର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।। ସଭା ପରେ ଏକ ପଦ ଯାତ୍ରା ହାତିମୁଣ୍ଡା ପର୍ଯ୍ୟନ୍ତ ପରିବେଶ ସଚେତନତା ସ୍ଲୋଗାନ ଦେଇ ଫେରିଥିଲା। ଶେଷରେ ପିଲାମାନେ କ୍ୟାମ୍ପସରୁ ପାଲିଥିନ, ଜରୀ ଇତ୍ୟାଦି ସଫା କରିଥିଲେ। ଯୋଗଦେଇଥିବା ଛାତ୍ରଛାତ୍ରୀଙ୍କୁ ବିସ୍କୁଟ ପ୍ରଦାନ କରାଯାଇଥିଲା।


