ରେଢାଖୋଲ (କନ୍ଦର୍ପ ବେହେରା): ଭୀମ ଭୋଇ ମହାବିଦ୍ୟାଳୟ, ରେଢ଼ାଖୋଲରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ମହାବିଦ୍ୟାଳୟର ଯୁବ ରେଡକ୍ରସ୍ , ଏନ. ସି. ସି ଏବଂ ଜାତୀୟ ସେବା ଯୋଜନାର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ଶିବିରରେ ସମୁଦାୟ ୨୫ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଥିଲା।
କଲେଜର ଅଧ୍ୟକ୍ଷ ଅମୂଲ୍ୟ କୃଷ୍ଣ ପାଢୀ ଏହାକୁ ଉଦ୍ଘାଟନ କରିଥିଲେ। ସ୍ଥାନୀୟ ବ୍ଲଡ୍ ବ୍ୟାଙ୍କ ଅଧିକାରୀ ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଅଭିଷେକ ଦାଶ ଶିବିରକୁ ପରିଚାଳନା କରିଥିଲେ। କଲେଜର ଯୁବ ରେଡ଼କ୍ରସ ଉପଦେଷ୍ଟା ଅଞ୍ଜନ କୁମାର ମିଶ୍ର, ଏନ. ସି. ସି. ଅଧିକାରୀ ସୁଶାନ୍ତ କେରକେଟ୍ଟା ଓ ଜାତୀୟ ସେବା ଯୋଜନା ଅଧିକାରୀ ଲିବନାସ କିଣ୍ଡୋ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
ରେଢାଖୋଲ ବ୍ଲଡ୍ ବ୍ୟାଙ୍କର ଟେକ୍ନିକାଲ ଅଫିସର ନୃସିଂହ ଚରଣ ବିଶ୍ବାଳ, ଲ୍ୟାବ ଟେକନିସିଆନ ମନୋରମା ଧଳ, ତ୍ରିବିକ୍ରମ ସାହୁ ଓ ସହଯୋଗୀ ଯାମିନୀ ସାହୁ ରକ୍ତ ସଂଗ୍ରହ କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରୁ ରାଜା ପ୍ରଧାନ, ଶୋହନ ସୁନ୍ଦର ସାହୁ, କିରନ ସାଇ, ପ୍ରିୟଙ୍କା ସାହୁ, ଅର୍ପିତା ଗଡନାୟକ ପ୍ରମୁଖଙ୍କ ସମେତ ପୁରାତନ ଛାତ୍ର ସିଦ୍ଧାନ୍ତ ମାଝି, କଲେଜ କର୍ମଚାରୀ ବଳରାମ ଧଳ ରକ୍ତଦାନ କରିଥିଲେ। ଅଧ୍ୟାପକ ଡ଼. ବିରଞ୍ଚି ଖଡିଆ, ଡ଼. ମନୋରଂଜନ ମହନ୍ତ ଓ ଡ଼ ଦିବ୍ୟଲୋଚନ ରାଉତ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।


