ବାଣପୁର: ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୪ ତମ ବାର୍ଷିକ କ୍ରୀଡା ଉତ୍ସବ କ୍ରୀଡା ଶିକ୍ଷକ ବିଭୁଧେନ୍ଦୁ ମାନସିଂହଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବିଦ୍ୟାଳୟ ପରିସର କ୍ରୀଡା ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। କ୍ରୀଡାବିତ୍ ମାନଙ୍କ ଦ୍ୱାରା ମା ଭଗବତୀଙ୍କ ମନ୍ଦିରରୁ ମଶାଲ ଶୋଭାଯାତ୍ରା କରାଯାଇ ବିଦ୍ୟାଳୟ କ୍ରୀଡା ପ୍ରାଙ୍ଗଣରେ ସ୍ଥାପନ କରାଯାଇଥିଲା।
ମୁଖ୍ୟ ଅତିଥି ବାଣପୁର ଏନ୍.ଏ.ସି. ଅଧ୍ୟକ୍ଷ ମିଟୁ ନାୟକ ମଶାଲ ଗ୍ରହଣ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।ଅଧ୍ୟକ୍ଷ ସର୍ବେଶ୍ଵର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ ଯୋଗଦେଇ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିବା ସହିତ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।
ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ କ୍ରୀଡା କ୍ଷେତ୍ରରେ ବିଦ୍ୟାଳୟ ଛାତ୍ରୀମାନଙ୍କ କୃତିତ୍ୱକୁ ପ୍ରଶଂସା କରିବା ସହ ବିଦ୍ୟାଳୟର ଥିବା ବିଭିନ୍ନ ସମସ୍ୟା ଗୁଡିକ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ବାଣପୁର ବ୍ଲକ ଓ ବାଣପୁର ଏନ୍.ଏ.ସି.ର ଦୁଇ ଅଧ୍ୟକ୍ଷ ମିଳିତ ଭାବେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ବରିଷ୍ଠ ଇଂରାଜୀ ଅଧ୍ୟାପକ ପ୍ରଶାନ୍ତ କୁମାର ଦାଶ କ୍ରୀଡାବିତ୍ ମାନଙ୍କୁ ସୁନ୍ଦର ଗଳ୍ପ ମାଧ୍ୟ୍ୟମରେ ଉତ୍ସାହିତ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟାପକ ମନୋଜ ମହାପାତ୍ର, ଅଧ୍ୟାପିକା ପ୍ରମୋଦିନୀ ସାମନ୍ତରାୟ, ଅଧ୍ୟାପିକା ସୁଚିତ୍ରା ଦାସ, ଅଧ୍ୟାପିକା କଲ୍ୟାଣୀ ବୈରିଗଞ୍ଜନ, ଅଧ୍ୟାପିକା ରୋଜାଲିନ୍ ଦାସ, ଅଧ୍ୟାପିକା ସାଗରୀକା ଦାସ, ମନସ୍ତତ୍ତ୍ୱ ବିଭାଗ ଡେମୋନଷ୍ଟ୍ରେଟର ରବିନ୍ଦ୍ର କୁମାର ମାର୍ଥା, ଗୃହ ବିଜ୍ଞାନ ଡେମୋନଷ୍ଟ୍ରେଟର କସ୍ତୁରୀ ପଟ୍ଟନାୟକ, ଗ୍ରନ୍ଥାଗାରୀକ ଅକ୍ରୁର ପ୍ରଧାନ, କମ୍ପ୍ୟୁଟର ପ୍ରଶିକ୍ଷକ ଶିବ ଶଙ୍କର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
ପ୍ରଭାତ କୁମାର ବିଶ୍ୱାଳ, ରଜନୀ କାନ୍ତ ମହାପାତ୍ର, ପ୍ରମିଳା ଜେନା, ନାରାୟଣ ନାୟକ, ସୁବାସ ଚନ୍ଦ୍ର ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।


