Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ମା’ ଅସୁରକୁମାରୀ ପୀଠରେ ବିଶ୍ୱଶାନ୍ତି ଗୀତ ମହାଯଜ୍ଞର ପୂର୍ଣ୍ଣାହୁତି
ଆଞ୍ଚଳିକ

ମା’ ଅସୁରକୁମାରୀ ପୀଠରେ ବିଶ୍ୱଶାନ୍ତି ଗୀତ ମହାଯଜ୍ଞର ପୂର୍ଣ୍ଣାହୁତି

January 27, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ମା’ ଅସୁରକୁମାରୀ ପୀଠରେ ବିଶ୍ୱଶାନ୍ତି ଗୀତ ମହାଯଜ୍ଞର ପୂର୍ଣ୍ଣାହୁତି
ମା’ ଅସୁରକୁମାରୀ ପୀଠରେ ବିଶ୍ୱଶାନ୍ତି ଗୀତ ମହାଯଜ୍ଞର ପୂର୍ଣ୍ଣାହୁତି

ରଣପୁର: ରଣପୁର ବ୍ଲକ ଅନ୍ତର୍ଗତ ବଜ୍ରକୋଟସ୍ଥିତ ପ୍ରସିଦ୍ଧ ମା’ ଅସୁରକୁମାରୀ ଦେବୀଙ୍କ ପବିତ୍ର ପୀଠରେ ଚାଲିଥିବା ପଞ୍ଚାଦିନ ବ୍ୟାପୀ ବିଶ୍ୱଶାନ୍ତି ଗୀତ ମହାଯଜ୍ଞ ଆଜି ଭକ୍ତିମୟ ପରିବେଶ ମଧ୍ୟରେ ପୂର୍ଣ୍ଣାହୁତି ସହ ସମାପ୍ତ ହୋଇଛି। ପ୍ରାଚୀନ ସଂସ୍କୃତିର ପୁନରୁଦ୍ଧାର ଓ ସତ୍ୟଧର୍ମ–ନୀତିର ପ୍ରଚାର ଉଦ୍ଦେଶ୍ୟରେ ଆୟୋଜିତ ଏହି ମହାଯଜ୍ଞରେ ଶତାଧିକ ଭକ୍ତ ସାମିଲ ହୋଇଥିଲେ।

ମାଘ ଶୁକ୍ଳପକ୍ଷ ପଞ୍ଚମୀ ଠାରୁ ଆରମ୍ଭ ହୋଇଥିବା ଏହି ମହାଯଜ୍ଞରେ ଅଙ୍କୁରରୋପଣ, ଦେବଦେବୀ ବରଣ, କଳସଯାତ୍ରା, ସୂର୍ଯ୍ୟପୂଜା, ଅଖଣ୍ଡ ଯଜ୍ଞ, ସଂକୀର୍ତ୍ତନ, ପ୍ରସାଦ ସେବନ ଓ ବିଭିନ୍ନ ଧାର୍ମିକ–ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂର୍ଣ୍ଣାହୁତି ଦିନ ଯଜ୍ଞାଗ୍ନିରେ ଆହୁତି ଦେଇ ଭକ୍ତମାନେ ବିଶ୍ୱଶାନ୍ତି, ସମୃଦ୍ଧି ଓ ସୁଖସମୃଦ୍ଧ ଜୀବନ ପାଇଁ ପ୍ରାର୍ଥନା କରିଥିଲେ।

ମହାଯଜ୍ଞ ଅବସରରେ ପ୍ରତ୍ୟେକ ଦିନ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ମା’ ଅସୁରକୁମାରୀ ଚାରିଟେବଲ୍ ଟ୍ରଷ୍ଟ ଓ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା।

ପୂର୍ଣ୍ଣାହୁତି ଅବସରରେ ଟ୍ରଷ୍ଟ ପକ୍ଷରୁ କୋଣାଅନୁକୋଣରୁ ଆସିଥିବା ସମସ୍ତ ଭକ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ମଧ୍ୟ ଏପରି ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ସୂଚନା ଦିଆଯାଇଛି।

ଗୀତ ମହାଯଜ୍ଞ ପୂର୍ଣ୍ଣାହୁତି ବିଶ୍ୱଶାନ୍ତି ମା’ ଅସୁରକୁମାରୀ ପୀଠ
Share. Facebook Twitter LinkedIn Email WhatsApp Copy Link

Related Posts

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

ଜିଲ୍ଳାପାଳ ଏବଂ ଏସ୍ ପିଙ୍କ ନାଲିପଡା ଅର୍ଜୁନପୁର ଗ୍ରାମ ପଂଚାୟତରେ ପଲ୍ଲୀରେ ପ୍ରଶାସନ ଜନଶୁଣାଣି

February 16, 2026

ରଙ୍କନାଥ ମନ୍ଦିରରେ ନୂତନ ପ୍ରବଚନ ମଣ୍ଡପକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

February 15, 2026
Latest News

ଆମେରିକା ସହିତ ‘ପ୍ୟାକ୍ସ ସିଲିକା’ରେ ଯୋଗଦେଲା ଭାରତ: ଜାଣନ୍ତୁ ଏହା କ’ଣ?

February 20, 2026

“ଯଦି ଆପଣମାନେ ଫ୍ରାନ୍ସ ଆସନ୍ତି…”: ଭାରତୀୟମାନଙ୍କୁ ବଡ଼ ପ୍ରସ୍ତାବ ଦେଲେ ମାକ୍ରୋନ୍

February 20, 2026

ଏହି ବିଦେଶୀ ଲିଗ୍ ରୁ ବାଦ ପଡ଼ିବେ ପାକିସ୍ତାନ ଖେଳାଳି!: ବଡ଼ ପଦକ୍ଷେପ ପାଇଁ ପ୍ରସ୍ତୁତ IPL ଫ୍ରାଞ୍ଚାଇଜ୍

February 20, 2026

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.