Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ପଦ୍ମଶ୍ରୀ ଉପେନ୍ଦ୍ର ମହାରଥିଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ଆଞ୍ଚଳିକ

ବାଣପୁର: ପଦ୍ମଶ୍ରୀ ଉପେନ୍ଦ୍ର ମହାରଥିଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

February 22, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପଦ୍ମଶ୍ରୀ ଉପେନ୍ଦ୍ର ମହାରଥି
ବାଣପୁର: ପଦ୍ମଶ୍ରୀ ଉପେନ୍ଦ୍ର ମହାରଥିଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବାଣପୁର: ବାଣପୁର-ମାଟିର ବରପୁତ୍ର, ଚ଼ିତ୍ରାଚାଯ୍ୟ ପଦ୍ମଶ୍ରୀ ଉପେନ୍ଦ୍ର ମହାରଥିଙ୍କ ୪୫ତମ ଶ୍ରାଦ୍ଧୋତ୍ସବ ଚଳିତ ତା୨୪-୦୨-୨୬ରିଖ ମଙ୍ଗଳବାର ଦିବା ୧୦ ଘଟିକା ଠାରୁ ସଂଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଜନ୍ମମାଟି ନରେନ୍ଦ୍ରପୁରର ତାଙ୍କ ନାମରେ ନାମିତ ଉପେନ୍ଦ୍ର ବିଦ୍ୟାପୀଠ ପରିସରରେ ମହାସମାରୋହରେ ପାଳନ କରାଯିବା ପାଇଁ ପଦ୍ମଶ୍ରୀ ଉପେନ୍ଦ୍ର ମହାରଥି ସ୍ମୃତି ପରିଷଦ ତରଫରୁ ସ୍ଥିର କରାଯାଇଛି। ତାଙ୍କର ଏହି ମହାପ୍ରୟାଣ ଦିବସରେ ବିଦ୍ୟାଳୟ ର ୪୧ତମ ବାର୍ଷିକୋତ୍ସବ ପୁରସ୍କାର ବିତରଣି ସହିତ ରାଜ୍ୟ ସରକାରଙ୍କ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସାହିତ୍ୟ ଏକାଡ଼େମୀ, ଓଡ଼ିଶା ଲଳିତ କଳା ଏକାଡ଼େମୀ, ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ଓ ପଦ୍ମଶ୍ରୀ ଉପେନ୍ଦ୍ର ମହାରଥି ସ୍ମୃତି ପରିଷଦଙ୍କ ମିଳିତ ଆନୁକୂଲ୍ୟରେ ଉକ୍ତଦିନ “ଚିତ୍ରାଚାର୍ଯ୍ୟଙ୍କୁ ଚିତ୍ରାଞ୍ଚଳି” କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ଏଥିରେ ପ୍ରଥମ ଥର ପାଇଁ ଆମ ଅଞ୍ଚଳରେ ଲଳିତ କଳା ଏକାଡ଼େମୀ ତରଫରୁ ଓଡ଼ିଶା ତଥା ଜାତୀୟସ୍ତରର ଖ୍ୟାତି ସଂପର୍ଣ୍ଣ ୨୦ ଜଣ ପ୍ରଖ୍ୟାତ ଯୁବଚିତ୍ର ଶିଳ୍ପୀ ବିଦ୍ୟାପୀଠ ପରିସରରେ ତାଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଏକ ବିରାଟ ଚିତ୍ରକଳା ପ୍ରଦର୍ଶନୀର ଆୟୋଜନ କରିବେ । ଓଡ଼ିଶା ସାହିତ୍ୟ ଏକାଡ଼େମୀ ତରଫରୁ ବିଶ୍ଵବିଜୟୀ ଉପେନ୍ଦ୍ର ମହାରଥିଙ୍କ ଜାତୀୟ ତଥା ଆନ୍ତର୍ଜାତିକ ସ୍ତରରେ ତାଙ୍କର କୃତି ଓ କୀର୍ତ୍ତି ସଂପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବ।

ସେଥିରେ ରାଜ୍ୟର ବହୁଖ୍ୟାତି ସଂପର୍ଣ୍ଣ ଚିତ୍ରଶିଳ୍ପୀ, ସାହିତ୍ୟିକ, କବି, କଥାକାର, ଗବେଷକ, ପ୍ରାଜ୍ଞବିଜ୍ଞ ବ୍ୟକ୍ତିତ୍ୱ ଅଂଶଗ୍ରହଣକରି ମହାରଥିଙ୍କ ଜୀବନର ଅନାଲୋଚିତ ଅଧ୍ୟାୟର ଉନ୍ମୋଚ଼ନ କରିବେ। ଶେଷରେ ସମ୍ମାନଷ୍ପଦ ମନ୍ତ୍ରୀ, ସାଂସଦ, ପୂର୍ବତନ ବିଧାୟକ, ସ୍ଥାନୀୟ ଜନପ୍ରତିନିଧି ଯୋଗଦାନ କରି ବିଦ୍ୟାଳୟ ପରିସରରେ ତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚ଼ନ କରିବା ସହିତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ ପୁରସ୍କାର ବିତରଣ କରିବାର କାର୍ଯ୍ୟକ୍ରମ ରହିଛି।

ବିଶ୍ଵମୁକ୍ତିପ୍ରକାଶନ ତରଫରୁ ମହାରଥିଙ୍କୁ ସ୍ମୃତି ଶ୍ରଦ୍ଧାଞ୍ଜଳି ଅର୍ପଣ ନିମନ୍ତେ ବିଶ୍ଵମୁକ୍ତି ସାହିତ୍ୟ ପତ୍ରିକାର ଏକ ସ୍ଵତନ୍ତ୍ରସଂଖ୍ୟା ଲୋକାର୍ପିତ ହେବବୋଲି ପଦ୍ମଶ୍ରୀ ଉପେନ୍ଦ୍ର ମହାରଥିସ୍ମୃତି ପରିଷଦର ମୁଖ୍ୟ ଉପଦେଷ୍ଟା ପ୍ରଫେସର ଶଶାଙ୍କଚୂଡ଼ାମଣିଙ୍କଠାରୁ ପ୍ରକାଶ।

ଆନ୍ତର୍ଜାତିକ ଖ୍ୟାତି ସଂପର୍ଣ୍ଣ ଚିତ୍ରାଚାର୍ଯ୍ୟ ତି ବୈଠକ ପଦ୍ମଶ୍ରୀ ଉପେନ୍ଦ୍ର ମହାରଥି ବାଣପୁର ମହାପ୍ରୟାଣ ଦିବସ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ଜମି ପାଇଁ ହାଣିଲେ : ପରିବାରର ୬ ଆହତ

April 7, 2026

ହାଜତ ମୃତ୍ୟୁ : ୬ ଅବସରପ୍ରାପ୍ତ ପୋଲିସ୍ ଗିରଫ

April 7, 2026

ଫଳ ପେଟିରେ ଗଞ୍ଜେଇ : ଦୁଇ ଗିରଫ

April 7, 2026

ଗୁଳିମାଡ଼ରେ ଯୁବକ ମୃତ

April 7, 2026
Latest News

ଓଡ଼ିଶାରେ ୧.୮୮ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡିଲା ଜିଓ: ଟ୍ରାଇ ତଥ୍ୟ

April 8, 2026

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାକୁ ୧୧ ବର୍ଷ: ଦେଶର ସୂକ୍ଷ୍ମ ଓ କ୍ଷୁଦ୍ର ଉଦ୍ୟୋଗୀ ହୋଇଛନ୍ତି ସଶକ୍ତ

April 8, 2026

ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି ଗ୍ୟାସ

April 8, 2026

କଲାଇ- ୨ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ ପାଇଁ ନିବେଶ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ

April 8, 2026

ପିଲାଙ୍କୁ ସୋସିଆଲ୍ ମିଡ଼ିଆ ମନା

April 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.