ବାଲୁଗାଁ: ବାଣପୁର ବାଲୁଗାଁ ରୋଟାରୀ କ୍ଳବ ସ୍ଥାନୀୟ ଅଂଚଳରେ ଜନସାଧାରଣମାନଙ୍କ ନିମନ୍ତେ ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମ ମାନ ବିଗତ ୩୯ ବର୍ଷ ଧରି କରିଆସୁଅଛି। ଗତ କାଲି ସନ୍ଧ୍ୟାରେ ବାଲୁଗାଁ କଲେଜ ପରିସରରେ ଚାଲୁଥିବା ଚିଲିକା ପୁସ୍ତକ ମେଳାରେ କ୍ଳବ ପକ୍ଷରୁ ରାଜ୍ୟ ସରକାରଙ୍କ ମାନ୍ୟବର ଆଈନ, ଅବକାରୀ, ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଓ ରୋଟାରୀ ଜିଲ୍ଲା ୩୨୬୨ର ଗତ ବର୍ଷର ପ୍ରାନ୍ତପାଳ ଯଜ୍ଞାଶିଷ ମହାପାତ୍ରଙ୍କ କରକମଳରେ ଏକ ଅଟୋ ଆମ୍ବୁଲାନ୍ସ ଜନସାଧାରଣଙ୍କ ସେବା ପାଇଁ ବାଣପୁରର ଜଣେ ଭିନ୍ନକ୍ଷମ ଯୁବକ ଶିବରାମ ନାୟକଙ୍କୁ ପ୍ରଦାନ କରାଯାଇ ଅଛି।
ଉକ୍ତ କାର୍ଯ୍ୟକ୍ରମରେ କ୍ଳବ ସଭାପତି ସୁନୀଲ ପାତ୍ର, ପ୍ରାକ୍ତନ ସଭାପତି ସରୋଜିନୀ ଦାଶ, ବିଜୟ କୁମାର ବେହେରା, ଶ୍ୟାମସୁନ୍ଦର ପୃଷ୍ଟି, ନନ୍ଦକିଶୋର ମିଶ୍ର, ରବି ନାରାୟଣ ନାୟକ, ରବି ନାରାୟଣ ପାଲ, ଆଗାମୀ ବର୍ଷର ସଭାପତି ଡକ୍ଟର ଚିନ୍ତାମଣୀ ମିଶ୍ର ଓ ସଭ୍ୟ ଅଶୋକ କୁମାର ନାୟକ, ସଂଜୟ କୁମାର ସାହୁ, ଗଗନ ବିହାରୀ ବେହେରା ପ୍ରମୂଖ ଉପସ୍ଥିତ ଥିଲେ।
ଶିବରାମ ନାୟକଙ୍କ ମୋବାଇଲ ନମ୍ବର ୮୯୧୭୬୫୫୬୨୯ ରେ ଯୋଗାଯୋଗ କରି ଜନସାଧାରଣ ଏହାର ସୁଯୋଗ ନେଇ ପାରିବେ।


