Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି
ଆଞ୍ଚଳିକ

ବାଣପୁର ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

August 24, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଣପୁର ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି
ବାଣପୁର ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

ବାଣପୁର: ଆଜି ପୂର୍ବାହ୍ନରେ ଖୋରଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ଏବଂ ଆରକ୍ଷୀ ଅଧିକ୍ଷକ ପାରମାର ସ୍ମିଥ ପାରୁସୋତ୍ତମ୍ ଦାସ ଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି। ଆଜିର ଏହି ଜନ ଶୁଣାଣି ଶିବିରରେ ଖୋରଧା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ ସଂକଳ୍ପ ସ୍ଵସ୍ତିକ ସାହୁ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ ଏବଂ ଆସିଷ୍ଟାଣ୍ଟ କଲେକ୍ଟର (ଅଭିଯୋଗ) ଭୁବନେଶ୍ଵରୀ କଅଁର ପ୍ରମୁଖ ଜନ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦେଇ ଜନସାଧାରଣ ମାନଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡ଼ିକର ଶୁଣାଣିରେ ସହଯୋଗ ପ୍ରଦାନ କରିଥିଲେ।

ଆଜିର ଅଭିଯୋଗ ଶିବିରକୁ ମୋଟ ୫୮ ଗୋଟି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ ୪୨ ଗୋଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୧୬ ଗୋଟି ଗ୍ରାମୀଣ ସମସ୍ୟା ଜନିତ ଥିଲା। ଜିଲ୍ଲାପାଳ ଶ୍ରୀ ଋତୁରାଜ ଅଭିଯୋଗ ଶିବିରରେ ୦୫ ଗୋଟି ଅଭିଯୋଗର ତତ୍କାଳ ସମାଧାନ କରିଥିଲେ। ଅନ୍ୟ ସମସ୍ତ ଅଭିଯୋଗ ଗୁଡ଼ିକୁ ବିଭାଗୀୟ ଅଧିକାରୀ ମାନେ ଯତ୍ନବାନ ହୋଇ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।

ଆୟତ ପୁରର ଶୁଭମ୍ ମହାପାତ୍ରଙ୍କୁ ପାଠ ପଢିବା ନିମନ୍ତେ ଜିଲ୍ଲା ରେଡ୍ କ୍ରସ ପାଣ୍ଠିରୁ ୧୫ ହଜାର ଟଙ୍କା ଆର୍ଥିକ ସହାୟତା ଜିଲ୍ଲାପାଳ ଅନୁମୋଦନ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ମଙ୍ଗରାଜ ପୁରର ସୁଚିତ୍ରା ରାଉତଙ୍କୁ ୧୦ ହଜାର ଟଙ୍କା ଆର୍ଥିକ ସାହାଯ୍ୟ ଏବଂ ସାହାସ ପୁରର ନିରଞ୍ଜନ ସାହୁଙ୍କୁ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୦ ହଜାର ଟଙ୍କା ଆର୍ଥିକ ସାହାଯ୍ୟ ଅନୁଦାନ ରାଶି ଅନୁମୋଦନ କରିଥିଲେ।

ଜନଶୁଣାଣି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ବିଡିଓ ପୁନମ୍ ମହାପାତ୍ର, ତହସିଲ ଦାର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ସହକାରୀ ନିର୍ଦ୍ଦେଶକ, ଉଦ୍ୟାନ କୃଷି, ଶ୍ରୀୟା ଶାଶ୍ଵତୀଙ୍କ ସମେତ ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନ ସଦସ୍ୟା/ସଦସ୍ୟ, ଶିକ୍ଷା, ସ୍ଵାସ୍ଥ୍ୟ ଓ ଗମନାଗମନ ବରିଷ୍ଠ ଅଧିକାରୀ ବୃନ୍ଦ,ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ।

ଅମ୍ରିତ୍ ଋତୁରାଜ ଖୋରଧା ଜିଲ୍ଲା ପାରମାର ସ୍ମିଥ ପାରୁସୋତ୍ତମ୍ ଦାସ ବାଣପୁର ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

ରେଢ଼ାଖୋଲର ଜଙ୍ଗଲରେ ମିଳିଲା ପ୍ରାଚୀନ ଲୁହା ଶିଳ୍ପର ପ୍ରମାଣ, ଜିଏମ୍ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ସର୍ବେକ୍ଷଣ

October 5, 2026

ଦୁଇ ମାନସିକ ଅସୁସ୍ଥଙ୍କୁ ଉଦ୍ଧାର କରି ଥଇଥାନ କଲେ ଯୁବ ସମାଜସେବୀ

October 5, 2026

ବାଲୁଗାଁ ଏଲ୍‌ଆଇସି ଶାଖାରେ ଲିଆଫି ୬୨ତମ ପ୍ରତିଷ୍ଠା ଦିବସ

October 3, 2026

ଜିଲ୍ଲାପାଳ, ଏସ୍‌ପି ଓ ଡିଏଫ୍‌ଓଙ୍କ ବାସଭବନ ସମ୍ମୁଖରୁ ଷ୍ଟିଲ୍‌ ଗେଟ୍‌ ନେଇଗଲେ ଦୁର୍ବୃତ୍ତ

October 2, 2026
Latest News

ଚିଲିକା ମଝିରେ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି, ୫୦ରୁ ଅଧିକ ଯାତ୍ରୀ ଫସିଥିବା ସୂଚନା

October 7, 2026

ୟୁରିକ୍ ଏସିଡ୍ ବୃଦ୍ଧିକୁ ନେଇ ଚିନ୍ତିତ କି? ଜାଣନ୍ତୁ କେଉଁ ଖାଦ୍ୟ ଖାଇବେ ଓ କାହାଠାରୁ ଦୂରେଇ ରହିବେ

October 7, 2026

FD ଉପରେ ବ୍ୟାଙ୍କର ମନମାନି ଚଳିବନି! ସୁଧ ହାର ହ୍ରାସକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ରାୟ

October 7, 2026

ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା: ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

October 7, 2026

୪୮୦ କିଲୋୱାଟ୍ ପିକ୍ ରୁ ଅଧିକ ସୌର ଶକ୍ତି କ୍ଷମତାର ବ୍ୟବହାରକୁ ସୁଦୃଢ଼ କରୁଛି ପୂର୍ବ ତଟ ରେଳପଥ 

October 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.