ବାଣପୁର: ବାଣପୁର ସେଣ୍ଟ ଜାଭିୟର ହାଇସ୍କୁଲ ଆନୁକୂଲ୍ୟରେ ବିଦ୍ୟାଳୟ ପ୍ରାଙ୍ଗଣରେ “ଗୁରୁପୂଜନ ଦିବସ” ମହା ସମାରୋହରେ ପାଳନ କରାଯାଇଥିଲା। ଏହାସହିତ ବାଣପୁର ଏବଂ ଆଖ ପାଖ ଅଞ୍ଚଳର ମାଟ୍ରିକ ଏବଂ ଉଚ୍ଚ ମାଧ୍ୟ୍ୟମିକ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବାଣପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଜାଲି ମୁଖ୍ୟବକ୍ତା ଏବଂ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ ମୁଖ୍ୟ ଅତିଥି ରୂପରେ ଯୋଗଦାନ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଶକ୍ତି ପ୍ରସାଦ ମହାନ୍ତି ପରିକଳ୍ପନା କରି ଏହାକୁ ସୁଚାରୁରୂପେ ପରିଚାଳନା କରିଥିଲେ। ପରିଶେଷରେ ବିଦ୍ୟାଳୟର ଉପାଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ ବିଦ୍ୟାଳୟ କମିଟି ତରଫରୁ ସମସ୍ତେ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା।


