Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପୋଖରୀ ପାଣିରେ ବୁଡ଼ି ନାବାଳିକାର ମୃତ୍ୟୁ
ଆଞ୍ଚଳିକ

ପୋଖରୀ ପାଣିରେ ବୁଡ଼ି ନାବାଳିକାର ମୃତ୍ୟୁ

September 21, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Minor girl dies by drowning in pond water.
Minor girl dies by drowning in pond water.

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଅନ୍ତର୍ଗତ ଲାଞ୍ଜି ପଞ୍ଚାୟତର ସିନ୍ଧିପଦର ଗ୍ରାମରେ ଏକ ଅତ୍ୟନ୍ତ ହୃଦୟବିଦାରକ ଓ ଅଭାବନୀୟ ଘଟଣା ଘଟିଯାଇଛି। ଗାଧୋଇବା ବେଳେ ଗଭୀର ପାଣିରେ ଗୋଡ଼ ଖସିଯିବାରୁ ଜଣେ ୧୦ ବର୍ଷର ନାବାଳିକାର ପାଣିରେ ବୁଡ଼ି ମୃତ୍ୟୁ ଘଟିଛି।

ସୂଚନାନୁସାରେ, ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଅରକ୍ଷିତ ହରିଜନଙ୍କ ୧୦ ବର୍ଷିୟା କନ୍ୟା ନିହାରୀକା ହରିଜନ ନିଜ ଗ୍ରାମ ନିକଟରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଉଥିବା ସମୟରେ ଅସାବଧାନତା ବଶତଃ ଗଭୀର ପାଣିକୁ ତାଙ୍କ ଗୋଡ଼ ଖସିଯାଇଥିଲା, ଯାହାଫଳରେ ସେ ଗଭୀର ପାଣିରେ ବୁଡ଼ିଯାଇଥିଲେ। ଏହି ଦୃଶ୍ୟ ଦେଖି ସେଠାରେ ଉପସ୍ଥିତ ଥିବା ଅନ୍ୟ ସାନ ସାନ ପିଲାମାନେ ଭୟଭୀତ ହୋଇ ତୁରନ୍ତ ଗାଁକୁ ଦୌଡ଼ିଯାଇ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ଖବର ପାଇବା କ୍ଷଣି ପରିବାର ଲୋକେ ଏବଂ ଗ୍ରାମବାସୀମାନେ ଘଟଣାସ୍ଥଳକୁ ଦୌଡ଼ିଆସି ନିହାରୀକାକୁ ପାଣି ଭିତରୁ ତୁରନ୍ତ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଆଶୁ ଚିକିତ୍ସା ପାଇଁ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ଯାଞ୍ଚ କରିବା ପରେ ମୃତ ଘୋଷଣା କରିଥିଲେ।

ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ଲାଞ୍ଜିଗଡ଼ ଥାନା ଅଧିକାରୀ ଯଶବନ୍ତ ହିଆଲଙ୍କ ନିର୍ଦ୍ଦେଶ କ୍ରମେ ବିଶ୍ୱନାଥପୁର ଉପ-ଆରକ୍ଷୀ ନିରୀକ୍ଷକ ପ୍ରବୀଣ କୁମାର ରଥ ପୁଲିସ ବଳ ସହିତ ହସ୍ପିଟାଲରେ ପହଞ୍ଚି ଶବକୁ ଜବତ କରିଥିଲେ। ଏହାପରେ ଶବ ବ୍ୟବଚ୍ଛେଦ ପାଇଁ ଲାଞ୍ଜିଗଡ଼ ପଠାଯାଇଥିଲା। ଏହି ସମ୍ପର୍କରେ ବିଶ୍ୱନାଥପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ଶେଷ ହେବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ଏହି କୋମଳମତି ଶିଶୁର ଅକାଳ ମୃତ୍ୟୁ ଯୋଗୁଁ ସମଗ୍ର ସିନ୍ଧିପଦର ଗ୍ରାମରେ ଗଭୀର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

କଳାହାଣ୍ଡି ଜିଲ୍ଲା ନାବାଳିକା ମୃତ
Share. Facebook Twitter LinkedIn Email WhatsApp Copy Link

Related Posts

ଏସଆଇଆର-୨୦୨୬: ଖୋର୍ଦ୍ଧାରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶନ ବୈଠକ

September 21, 2026

ମୌସୁମୀ ଅଧିବେଶନ ପୂର୍ବରୁ ରାଜନୀତି ସରଗରମ : ଆଜି ସର୍ବଦଳୀୟ ବୈଠକ

September 21, 2026

Online Betting App Fraud: ଗଞ୍ଜାମରେ ସାଇବର ପୁଲିସର ବଡ଼ ଚଢ଼ଉ, ୩ ଗିରଫ

September 21, 2026

ନନ୍ଦନକାନନରେ ଓରାଙ୍ଗଉଟାନ୍ ଶାବକଙ୍କ ସ୍ୱାସ୍ଥ୍ୟ ସ୍ଥିର: ସିଝା ଗାଜର ଓ ବିନ୍ସ ଡାଏଟ୍‌ରେ ସାମିଲ

September 21, 2026
Latest News

ପୋଖରୀ ପାଣିରେ ବୁଡ଼ି ନାବାଳିକାର ମୃତ୍ୟୁ

September 21, 2026

ଆସନ୍ତାକାଲି ଭାରତ-ଜାପାନ ଟି-୨୦ ମ୍ୟାଚ୍: ଜାଣନ୍ତୁ କେବେ ଏବଂ କେଉଁଠି ହେବ ସିଧା ପ୍ରସାରଣ?

September 21, 2026

ଏସଆଇଆର-୨୦୨୬: ଖୋର୍ଦ୍ଧାରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶନ ବୈଠକ

September 21, 2026

ଆଇଆଇଟି ବମ୍ବେ ଛାତ୍ର ଜୀବନ ହାରିବା ଘଟଣା: ପ୍ରଫେସର ସସ୍‌ପେଣ୍ଡ

September 21, 2026

ବିହାରରେ ଅଘଟଣ: ପୋଖରୀରେ ବୁଡ଼ି ପ୍ରାଣ ହରାଇଲେ ୬ ଶିଶୁ

September 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.